ETV Bharat / city

ଆଜି ରଜ ସଂକ୍ରାନ୍ତି: ଦୋଳି ଖେଳି, ପାନ ଖାଇ ମଉଜ କରୁଛନ୍ତି ଝିଅ-ବୋହୂ - ରଜ

ତିନି ଦିନ ଧରି ପାଳିତ ହେଉଥିବା ରଜର ଆଜି ଦ୍ବିତୀୟ ଦିନ । ରଜ ସଂକ୍ରାନ୍ତି ଦିନ ଝିଅବୋହୂମାନେ ଭୋରରୁ ସ୍ନାନ କରିବା ପରେ ହାତରେ ମେହେନ୍ଦି,ପାଦରେ ଅଳତା ନାଇଁ, ନୂଆ ବସ୍ତ୍ର ପିନ୍ଧି ସଜବାଜ ହୋଇଛନ୍ତି । ଗାଁ ଦାଣ୍ଡରେ ଦୋଳି, ପୁଚି ଖେଳ ସାଙ୍ଗକୁ ଓଡିଶାରୁ ପୁରୀ ପଲ୍ଲୀରେ ମହକୁଛି ପିଠାପଣାର ବାସ୍ନା । ଅଧିକ ପଢନ୍ତୁ...

ରଜ ସଂକ୍ରାନ୍ତି
ରଜ ସଂକ୍ରାନ୍ତି
author img

By

Published : Jun 15, 2020, 7:12 AM IST

ଭୁବନେଶ୍ବର: ବନସ୍ତେ ଡାକିଲା ଗଜ...ବରଷେ କେ ଥରେ ଆସିଛି ରଜ । ବର୍ଷକୁ ଥରେ ଆସୁଥିବା ଏହି ରଜକୁ ନେଇ ସାରା ଓଡିଶା ଆଜି ଉତ୍ସବମୁଖର । ସଜବାଜ, ନୂଆପୋାଷାକ ସାଙ୍ଗକୁ ଘରେ ଘରେ ପିଠା ପଣାର ଆସାର । ପହିଲି ରଜ ପରେ ଆଜି ରଜ ସଂକ୍ରାନ୍ତି । ତିନି ଦିନର ରଜରେ ଆଜି ହେଉଛି ଦ୍ବିତୀୟ ଦିନ । ଗାଁରୁ ପଲ୍ଲୀ ଆଜି ସଭିଏଁ ପାଳୁଛନ୍ତି ରଜ । ଓଡିଶାର ଏହି ଗଣପର୍ବ ଆଜି ବି ଗାଁ ରୁ ସହର ସବୁଠି ପାଳନ କରାଯାଉଛି । ରଜ ତିନି ଦିନ ଝିଅ ନୂଆବୋହୂମାନେ କୌଣସି କାମ ନ କରି କେବଳ ନୂଆ ବସ୍ତ୍ର, ପାନ, ପୋଡପିଠା ଓ ଦୋଳି ଖେଳି ସମୟ ଅତିବାହିତ କରିଥାନ୍ତି ।

ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଗାଁର ଝିଅ ବୋହୂମାନେ । ଗାଁ ଦାଣ୍ଡରେ ପୁଚି ଖେଳି କି ଦୋଳି ପିଲାଠୁ ବଡ ଯାଏଁ ସମସ୍ତେ ମସଗୁଲ । ସେହିପରି ସହରର ମଧ୍ୟ ବେଶ ଆଡମ୍ବରର ଏ ଉତ୍ସବକୁ ପାଳନ କରାଯାଉଛି ।

କୃଷକ ଭାଇଙ୍କ ପାଇଁ ବେଶ ଖାସ ରଜ ସଂକ୍ରାନ୍ତି । କ୍ଷେତରେ ଧାନ ବୁଣି ଏହି ଦିନକୁ ସେ ଅପେକ୍ଷା କରିଥାଏ । ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ଶୀତଳ ହେବା ସହ ପ୍ରଜନନକ୍ଷମ ହୋଇଥାଏ । ପୃଥିବୀମାତାକୁ ନାରୀ ସହ ତୁଳନା କରି ପୂର୍ଣ୍ଣ ବିଶ୍ରାମ ଦିଆଯାଏ । ଏଥିସହ କୃଷିକର୍ମରୁ ଅବ୍ୟାହତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଛନ୍ତି କୃଷକସମାଜ । ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡିଶାର ପୁରପଲ୍ଲୀ ।

ଚଳିତ ବର୍ଷର ଏକ ନୂଆ ନିୟମ ସହ ପାଳନ କରାଯାଉଛି । ରଜ ମଉଜ ସାଙ୍ଗକୁ ସଂକ୍ରମଣର ଭୟ । ତେଣୁ ସରକାରଙ୍କ ସମସ୍ତ ନିୟମମାନି ଏ ଉତ୍ସବକୁ ପାଳନ କରାଯାଉଛି । ରଜରେ ହାଲୁକା ଭାବେ କୋରୋନା ପ୍ରଭାବିତ ତ ନିଶ୍ଚିୟ କରିଛି । ପୂର୍ବରୁ ଏ ଘର ମାଉସୀ ସେ ଘର ପିଉସୀ ହେଉନି କୁଆଁରୀ । କି ସାଙ୍ଗ ସାଥୀ ସହ ଆଜି କୁଆଡେ ବୁଲିବାକୁ ଯାଉନି ସହରୀ ଝିଅ । ଗାଁରେ ମେଳ ହୋଇ ତାସ ଖେଳ ହେଉ ଲୁଡୁ ସବୁଥିରେ କୋରୋନା କଟକଣା । ତଥାପି ସମସ୍ତ କଟକଣା ମାନି ସଭିଏଁ ମାସ୍କ ଓ ସାମାଜିକ ଦୂରତା ରଖି ରଜ ପାଳୁଛନ୍ତି ।

ପହିଲି ରଜକୁ ଉପଭୋଗ କରିବା ପରେ ରଜ ସଂକ୍ରାନ୍ତିର ମାହୋଲ ବେଶ ଜମୁଛି। ତୃତୀୟ ଦିନ ବସୁମତୀ ସ୍ନାନ ପାଳିତ ହୋଇଥାଏ । ସେ ଦିନ ଘରେ ଘରେ ମା’ଧରିତ୍ରୀଙ୍କ ପୂଜା କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.