ETV Bharat / city

ଆଜି ପହିଲି ରଜ, ବାସୁଛି ଗାଁ ଠୁ ସହର

author img

By

Published : Jun 14, 2020, 1:17 PM IST

ଆରମ୍ଭ ହୋଇଛି ରଜ ପର୍ବ । ଏହ ଗଣ ପର୍ବରେ ନୂଆ ଡ୍ରେସ ପିନ୍ଧି ନୂଆ ସଜବାଜ ହୋଇ ରଜ ପାଳୁଛନ୍ତି କୁଆଁରି ଝିଅ ମାନେ । ଅଧିକ ପଢନ୍ତୁ...

ଆଜି ପହିଲି ରଜ, ଉତ୍ସବ ମୁଖ ଗାଁ ଠୁ ସହର
ଆଜି ପହିଲି ରଜ, ଉତ୍ସବ ମୁଖ ଗାଁ ଠୁ ସହର

ବନସ୍ତେ ଡାକିଲା ଗଜ..

ବରଷକେ ଥରେ ଆସିଛି ରଜ...

ଆସିଛି ରଜ ଲୋ ଘେନି ନୂଆ ସଜବାଜ....

ଆଜି ପହିଲି ରଜ, ଉତ୍ସବ ମୁଖ ଗାଁ ଠୁ ସହର

ଆଜି ହେଉଛି ପହିଲି ରଜ । ଏହା ହେଉଛି ଓଡିଶାର ଏକ ଗଣପର୍ବ । ରଜପର୍ବ ଚାରି ଦିନ ଧରି ପାଳନ କରାଯାଏ । ରଜର ପୂର୍ବ ଦିନକୁ ମାସନ୍ତ ବା ସଜବାଜ, ପ୍ରଥମ ଦିନକୁ ପହିଲି ରଜ, ଦ୍ବିତୀୟ ଦିନକୁ ରଜ ସଂକ୍ରାନ୍ତି ଭାବେ ଓ ଶେଷ ରଜକୁ ବସୁମତୀ ସ୍ନାନ ଭାବେ ଜଣାଯାଏ । ରଜକୁ କୃଷି ଭିତ୍ତିକ ପର୍ବ ଭାବେ ବୋଲି ମଧ୍ୟ ଜଣାଯାଏ । ଏହା ଚାଷ ଆରମ୍ଭକୁ ସୂଚାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ରଜବତୀ ହେବା ଯାହା ଧରିତ୍ରୀ ମାତା ନିଜେ ରଜସ୍ବଳା ହୋଇ ନିଜ ସନ୍ତାନ ପାଇଁ ଶସ୍ୟ ଉତ୍ପାଦନ କ୍ଷମତା ବଢାଏ ।

ତେବେ ଏହି ପରମ୍ପରା କାହିଁ କେଉଁ ପୁରାତନ କାଳରୁ ଚାଲି ଆସୁଛି । ଏହି ଦିନ ଗାଁ ଠୁ ସହର ସବୁଠି ଧୂମଧାମରେ ରଜ ପାଳିତ ହୋଇଥାଏ । ସବୁ କୁଆଁରୀ ଝିଅ ମାନେ ସଜ ବାଜ ହୋଇ, ନୂଆ ଡ୍ରେସ ପିନ୍ଧି ଦୋଳି ଖେଳିଥାନ୍ତି । ଘରେ ଘରେ ପୋଡ ପିଠା ଓ ଅନ୍ୟାନ୍ୟର ପିଠା ପଣାର ଆସର ଜମେ । ଏହି ଦିନ ରଜ ପାନର ମଧ୍ୟ ବେଶ ମହତ୍ତ୍ବ ରହିଛି । ଗାଁ ଦାଣ୍ଡରେ ଝିଅ ମାନେ ପୁଚି ଖେଳିଥାନ୍ତି ।

ତେବେ ବର୍ତ୍ତମାନ ସମୟରେ କୋରୋନା ମହାମାରୀ କାରଣରୁ ଫିକାପଡିଛି ରଜପର୍ବ । ସରକାରଙ୍କ କଟକଣା କାରଣରୁ କୋଭିଡ ନିୟମ ଅନୁସରଣ କରି ରଜ ପାଳୁଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକଙ୍କ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.