ଭୁବନେଶ୍ବର: ଜେଲରୁ ମୁକୁଳି ପାରିବେନି ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ । ମିଳିଲାନି ଜାମିନ୍ । ତଳ କୋର୍ଟରେ ବେଲ୍ ଜାମିନ ଉପରେ ଖାରଜ ।
ଭୁବନେଶ୍ବର ଏଡିଜେ କୋର୍ଟରେ ରାଜାଙ୍କ ଦାଦାବଟି ମାମଲାରେ ଗିରଫ ଘଟଣାର ଜାମିନ ଉପରେ ରୋକ ଲଗାଇଛନ୍ତି କୋର୍ଟ । ପୂର୍ବରୁ ରାଜାଙ୍କ ଅପରାଧିକ ରେକର୍ଡ ବା ସମ୍ପୃକ୍ତିକୁ ଦୃଷ୍ଟିରେ ରଖି କୋର୍ଟ ରାଜାଙ୍କୁ ବେଲ ଦେବାକୁ ଆଗ୍ରହ ପ୍ରକାଶ କରିନାହାଁନ୍ତି । ତେବେ ଏନେଇ ଉପର କୋର୍ଟରେ ବେଲ୍ ପାଇଁ ଆବେଦନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜାଙ୍କ ଓକିଲ ବନ ମହାନ୍ତି ।
ପ୍ରକାଶ ଥାଉକି, ଅକ୍ଟୋବର ୧୭ରେ ଦାଦାବଟି ମାମଲାରେ ରାଜାଙ୍କୁ କ୍ୟାପିଟାଲ ଥାନା ଅଞ୍ଚଳରୁ ଗିରଫ କରିଥିଲା କମିଶନରେଟ ପୋଲିସ । ପରେ ତାଙ୍କର ଏପରି କାର୍ଯ୍ୟକଳାପ ଦେଖି ତାଙ୍କ ବିରୋଧରେ ଏନଏସଏ ଲଗାଇବାକୁ କୋର୍ଟକୁ ଆବେଦନ କରାଯିବ ବୋଲି କମିଶନରେଟ ପୋଲିସ ଯୋଜନା କରିଥିଲେ ।
ତେବେ ରାଜା ଆଚାର୍ଯ୍ୟ ଜୁଡୋ କୋଚ ବିରଞ୍ଚି ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ । ଯିଏ ଜେଲରେ ରହିବା ପରେ ବେଲରେ କିଛି ଦିନ ପୂର୍ବରୁ ମୁକୁଳିଥିଲେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ