ଭୁବନେଶ୍ବର: ଦକ୍ଷିଣ ଛତିଶଗଡ଼ ପାର୍ଶ୍ଵବର୍ତ୍ତୀ ବିଦର୍ଭ ଅଞ୍ଚଳରେ ଥିବା ଅବପାତ ଦୁର୍ବଳ ହୋଇଛି । ଏହା ବର୍ତ୍ତମାନ ଏକ ୱେଲମାର୍କ ଲଘୁଚାପରେ ପରିଣତ ହୋଇ ଦକ୍ଷିଣ ପୂର୍ବ ଓ ନିକଟବର୍ତ୍ତୀ ଅଞ୍ଚଳରେ ରହିଛି । ଆଗାମୀ ୪୮ ଘଣ୍ଟାରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ମଧ୍ୟପ୍ରଦେଶ ଉପକୂଳ ଅତିକ୍ରମ କରି ଆହୁରି ଦୁର୍ବଳ ହେବ । (rainfall to increase in Odisha)ଏହାର ପ୍ରଭାବରେ ରାଜ୍ୟରେ ଆଂଶିକ ମାତ୍ରାରେ ବର୍ଷା କମିଛି ।
ଏହାକୁ ନେଇ ଆଞ୍ଚିଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ୍ ବିଶ୍ବାସ କହିଛନ୍ତି, "ରାଜ୍ୟରେ ଏବେ ବି ମୌସୁମୀ ବାୟୁ ସକ୍ରିୟ ରହିଛି । ଫଳରେ ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣରଣର ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିବ । ମୁଖ୍ୟତଃ ସୁନ୍ଦରଗଡ଼, ଦେଓଗଡ଼, ଝାରସୁଗୁଡ଼ା, ପୁରୀ ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ଅଧିକ ହୋଇପାରେ ।"
-
🔘୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି
— Meteorological Centre, Bhubaneswar (@mcbbsr) September 12, 2022 " class="align-text-top noRightClick twitterSection" data="
🔘୧୮ ସେପ୍ଟେମ୍ବର ୨୦୨୨, ବେଳକୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ pic.twitter.com/LOzEu4Gu3F
">🔘୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି
— Meteorological Centre, Bhubaneswar (@mcbbsr) September 12, 2022
🔘୧୮ ସେପ୍ଟେମ୍ବର ୨୦୨୨, ବେଳକୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ pic.twitter.com/LOzEu4Gu3F🔘୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି
— Meteorological Centre, Bhubaneswar (@mcbbsr) September 12, 2022
🔘୧୮ ସେପ୍ଟେମ୍ବର ୨୦୨୨, ବେଳକୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ pic.twitter.com/LOzEu4Gu3F
ବର୍ତ୍ତମାନ ମୌସୁମୀ ନିମ୍ନ-ଚାପ ରେଖା ନିଜର ସାଧାରଣ ଅବସ୍ଥାନଠାରୁ ଦକ୍ଷିଣରେ ରହିଛି । ସୁଦୃଶଃ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଆଜି ରାଜସ୍ଥାନର ଜୈସେଲମେର୍ରୁ ବାହାରି ଉଦୟପୁର, ଭୋପାଳ, ଭାତପାରା, ଝାରସୁଗୁଡା ଏବଂ ବାଲେଶ୍ବରଠାରୁ, ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି ।
୧୪ ତାରିଖରେ ୧୪ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସକ୍ରିୟ ମୌସୁମୀ ଯୋଗୁଁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ବହିବ । ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ସତର୍କ କରିଛି ପାଣିପାଗ ବିଭାଗ ।
ସେପଟେ ସେପ୍ଟେମ୍ବର ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହି ସମୟରେ ରାଜ୍ୟରେ ବର୍ଷାର ବିସ୍ତୃତି ଏବଂ ପରିମାଣ ବଢିବ ।