ETV Bharat / city

ବର୍ଷା ଆଲର୍ଟ ! 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - Yellow Warning Issued For 6 Districts Of Odisha

ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଏବଂ କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ଝଡ ବର୍ଷା ହୋଇପାରେ । ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ..

ବର୍ଷା ଆଲର୍ଟ ! 6 ଜିଲ୍ଲାକୁ  ୟେଲୋ ୱାର୍ନିଂ
ବର୍ଷା ଆଲର୍ଟ ! 6 ଜିଲ୍ଲାକୁ ୟେଲୋ ୱାର୍ନିଂ
author img

By

Published : Apr 5, 2021, 7:53 PM IST

Updated : Apr 5, 2021, 9:34 PM IST

ଭୁବନେଶ୍ବର: ସମଗ୍ର ରାଜ୍ୟରେ ତାପମାତ୍ରା କମିଛି । ଫଳରେ ସାଧାରଣରେ ଲୋକଙ୍କୁ ସାମୟିକ ଆଶ୍ବସ୍ଥି ମିଳିଛି । ତେବେ କାଳବୈଶାଖୀ ଲାଗି ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ କାଳବୈଶାଖୀ ବର୍ଷା ପ୍ରଭାବରେ ତାତି ହ୍ରାସ ପାଇଛି । ଆସନ୍ତା ୨୪ ଘଣ୍ଟା ମଙ୍ଗଳବାର ମଧ୍ୟରେ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ବର୍ଷା ଆଲର୍ଟ ! 6 ଜିଲ୍ଲାକୁ ୟେଲୋ ୱାର୍ନିଂ

ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଏବଂ କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ଝଡ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ପୁଣି ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ରହିପାରେ । ଗତ ୨୪ ଘଣ୍ଟାରେ ଉତ୍ତର ଓ ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ରେକର୍ଡ କରାଯାଇଛି । ଯାଜପୁର ବରୀରେ ୨୫.୪, ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ୧୫.୨, ରାଜକନିକାରେ ୧୨.୦,ମିମି ବର୍ଷା ରେକର୍ଡ ହୋଇଛି । ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୩୯.୯, ଭୁବନେଶ୍ବରରେ ୩୯.୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Apr 5, 2021, 9:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.