ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ଅଧିକାଂଶ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଛି । ଏଥିସହ ଅନେକ ଜିଲ୍ଲାରେ ଘନ କୁହୁଡି ଦେଖାଦେଇଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି ।
![rain in bbsr many area](https://etvbharatimages.akamaized.net/etvbharat/prod-images/od-bbs-2-lettertocollector-avo-7205239_07022020094311_0702f_1581048791_116.png)
![ରାଜଧାନୀରେ ଅଦିନିଆ ବର୍ଷା ସାଙ୍ଗକୁ କୁହୁଡି](https://etvbharatimages.akamaized.net/etvbharat/prod-images/od-bbs-2-lettertocollector-avo-7205239_07022020094311_0702f_1581048791_630.png)
ଏଭଳି ସ୍ଥିତି ଆସନ୍ତା 10 ତାରିଖ ଯାଏଁ ଲାଗି ରହିବ । ଏନେଇ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି । ବିଶେଷ କରି କୁହୁଡି ଅଞ୍ଚଳରେ ପୋଲିସ ସହାୟତାରେ ପାଟ୍ରୋଲିଂ କରିବା ସହ ବର୍ଷା ଯେପରି କ୍ଷତି ନକରେ ସେନେଇ ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ