ETV Bharat / city

ଲକଡାଉନରେ ମାତିପାରନ୍ତି ଅପରାଧୀ, ରେଳ ସମ୍ପତ୍ତି ସୁରକ୍ଷା ନେଇ ଆଲର୍ଟରେ ଆରପିଏଫ - ଲକଡାଉନ ଖବର

ମହାମାରୀ କୋରୋନାକୁ ରୋକିବା ପାଇଁ ଜାରି ହୋଇଛି ଲକଡାଉନ ଓ ସଟଡାଉନ । ଏହାର ସୁଯୋଗ ନେଇ ରେଳଗାଡିରେ ଲୁଟପାଟ କରନ୍ତ ଦୁବୃର୍ତ୍ତ । ରେଳ ସମ୍ପତ୍ତିର ସୁରକ୍ଷା ନେଇ ଆଲର୍ଟରେ ରେଳବାଇ ପୋଲିସ ବା ଆରପିଏଫ । ଅଧିକ ପଢନ୍ତୁ...

ଲକଡାଉନରେ ମାତିପାରନ୍ତି ଅପରାଧୀ,ରେଳ ସମ୍ପତ୍ତି ସୁରକ୍ଷା ନେଇ ଆଲର୍ଟରେ ଆରପିଏଫ

author img

By

Published : May 10, 2021, 10:46 PM IST

ଭୁବନେଶ୍ବର: ଲକଡାଉନ ସଟଡାଉନରେ ମାତିପାରନ୍ତି ଅପରାଧୀ । ସହର ଭିତରେ ନୁହେଁ ରେଳ ଭିତରେ ସମ୍ପତ୍ତି କରିପାରନ୍ତି ଚୋରି । ଏ ନେଇ ରେଳବାଇ ପୋଲିସ ତଥା ଆରପିଏଫ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି ଥିବା ଭୁବନେଶ୍ବର ଆରପିଏଫ ଆଇଆଇସି ପ୍ରକାଶ କରିଛନ୍ତି ।

ଲକଡାଉନରେ ମାତିପାରନ୍ତି ଅପରାଧୀ,ରେଳ ସମ୍ପତ୍ତି ସୁରକ୍ଷା ନେଇ ଆଲର୍ଟରେ ଆରପିଏଫ

ବିଶେଷ କରି ଲକଡାଉନ ସମୟରେ ଲୋକେ କାମଧନ୍ଦା ନ କରି ଘରେ ରହିଥାନ୍ତି । ଏହି ସମୟରେ ଦୁବୃର୍ତ୍ତ ଶ୍ରେଣୀର ଲୋକେ ରେଳ ଡବାରୁ ଖୋଲିନିଅନ୍ତି ବେସିନ, ଫ୍ୟାନ ଭଳି ଦାମୀ ଜିନିଷ । ସିଟ କାଟି ନେବା ସହ କେବଲ କାଟି ତମ୍ବା ତାର କରି ବିକ୍ରି କରନ୍ତି । ଏପରିକି ରେଲୱେ ସିଗନାଲ ଲାଇଟ ଭଳି ରିଲୋ ଭଳି ଦାମି ତମ୍ବା ତାର ଓ ରେଲୱେ ପଥରକୁ ଚୋରି କରିନିଅନ୍ତି । ତେବେ ଦ୍ବିତୀୟ ଲହର ବେଳେ ସହର ଶୂନଶାନ ଥିବାବେଳେ ମୌକା ମାରିପାରନ୍ତି ଅପରାଧୀ। ଯାହାକୁ ନେଇ ରେଳ ସମ୍ପତ୍ତିର ସୁରକ୍ଷା ନେଇ ଷ୍ଟ୍ରାଟେଜି କରିଛି ଆରପିଏଫ ଟିମ । ରେଳ ସମ୍ପତି ସୁରକ୍ଷା ସହ ଯାତ୍ରୀ ସୁରକ୍ଷା ଉପରେ ପ୍ରଧାନ୍ୟ ଦେଇଛି । କୋଚିଂ ଡିପୋଟ, ରେଲୱେସେକ୍ସନର ଆଦି ଅଞ୍ଚଳରେ ଷ୍ଟାଫ ଗାର୍ଡିଂ ଦିଆଯାଉଛି । ଏଥି ସହ ପାଟ୍ରୋଲିଂ ସହ ସରପ୍ରାଇଜ ଭିଜିଟ କରୁଛନ୍ତି ।

ରେଳଗାଡିର କୋଚ ଗୁଡିକ ଷ୍ଟେବଲ ହେବାବେଳେ କିଭଳି ତନ୍ନତନ୍ନ ଯାଞ୍ଚ ହେବ ସେନେଇ ଧ୍ୟାନ ଦିଆଯାଉଛି । କାରଣ ଏହି ସମୟରେ ଡ୍ରଗ ଆଡିକ୍ଟ ଏବଂ ରେଳ ଲାଇନ ନିକଟବର୍ତ୍ତୀ ଲୋକଙ୍କର ରୋଜଗାର ବନ୍ଦ ଯୋଗୁଁ ଆର୍ଥିକ ପରିସ୍ଥିତି ବିଗିଡିଯାଏ । ଫଳରେ ଏଭଳି ଅପରାଧିକ କାର୍ଯ୍ୟ କରନ୍ତି । ସେହିପରି ପାସେଞ୍ଜର ଯିବା ଆସିବା ସମୟରେ ଲୁଟପାଟ କରିବା, ତେଣୁ ଏ ସମସ୍ତ ଦିଗକୁ ନଜରରେ ରଖି ସୁରକ୍ଷା ଉପରେ ଧ୍ୟାନ ଦିଆଯାଉଛି । ପାସେଞ୍ଜର କ୍ରାଇମ ନେଇ ଷ୍ଟେସନ ଓ ଆଖ ପାଖ ଅଞ୍ଚଳରେ ଆରପିଏଫ ଓ ଜିଆରପିର ଜଏଣ୍ଟ ଏସଟିଏଫ ଟିମ ମୁଭମେଣ୍ଟ କରାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.