ETV Bharat / city

'ଓଡିଶାର ରେଳ ଭିତ୍ତିଭୂମି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କେତେ ଦରଦ ତାହା ଭବିଷ୍ୟତ କହିବ'

author img

By

Published : Aug 20, 2021, 8:37 PM IST

ରେଳମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ...

railway projects slows down says congress leader Narasingha mishra
'ଓଡିଶାର ରେଳ ଭିତ୍ତିଭୂମି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କେତେ ଦରଦ ତାହା ଭବିଷ୍ୟତ କହିବ'

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ରେଳମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

କେନ୍ଦ୍ର ରେଳ ମନ୍ତ୍ରୀ ଓଡ଼ିଶାର ରାୟଗଡା ଓ ବିଭିନ୍ନ ଜିଲ୍ଲା ଗସ୍ତ କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ନରସିଂହ ମିଶ୍ର । ଓଡିଶା ରେଳ ବ୍ୟବସ୍ତାର ଉନ୍ନତିକରଣ ପାଇଁ କେତେ ଦରଦ ରହିଛି ତାହା ଭବିଷ୍ୟତ କହିବ। କେନ୍ଦ୍ର ସରକାର କହିଥିଲେ ନିର୍ଦ୍ଧିଷ୍ଟ ସମୟରେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ସରିବ ହେଲେ ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଶେଷ ହୋଇପାରିଲା ନାହିଁ । ଆଉ କେତେବର୍ଷ ଲାଗିବ ତାର ଉତ୍ତର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଖରେ ନାହିଁ। ଅନେକ ରେଳ ପ୍ରକଳ୍ପ ପଡି ରହିଛି। ଏହାର ଜ୍ବଳନ୍ତ ଉଦାହରଣ ବଲାଙ୍ଗୀର ବିଛୁପାଲି ୧୨ କିମି ରେଳଲାଇନରେ ଟ୍ରେନ ଚାଲିବା । ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ ବଲାଙ୍ଗୀରରେ ପ୍ରତିଶ୍ରୁତି ଦେଇଥିଲେ ହେଲେ କଣ ହେଲା,ଆଗକୁ ବଲାଙ୍ଗୀରବାସୀ ତାର ଜବାବ ଦେବେ।

ଭୁବନେଶ୍ବରରେ ମଲ୍ଟି ମଡେଲ ହବ ମଧ୍ୟ କାହିଁକି କଲେନାହିଁ, ମିଛୁଆଙ୍କ ସରକାର ହେଉଛି ମୋଦି ସରକାର। ମିଥ୍ୟା ପ୍ରତିଶୃତି ଦେବାରେ ସେମାନେ ସିଦ୍ଧହସ୍ତ। ଗୁଜୁରାଟରେ ବୁଲେଟ ଟ୍ରେନ କଥା କଣ ହେଲା ବୋଲି ପ୍ରଶ୍ନ କରିଛନ୍ତି ନିରସିଂହ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.