ETV Bharat / city

ନୟାଗଡ଼ରୁ ମହୀପୁରକୁ ହେବ ରେଳ ସଂଯୋଗ - nayagarh to mahipur

ଶେଷ ହେଲା ନୟାଗଡ଼ ଟାଉନ ଠାରୁ ମହୀପୁର ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ । ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ନିରୀକ୍ଷଣ ସହ ରେଳ ଚଳାଚଳ ପାଇଁ ଉପଯୁକ୍ତ ବୋଲି ଅନୁମତି ପରେ ରେଳ ଚଳାଚଳ କରାଯିବ । ଏବେ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୯୫୬ କୋଟି ଟଙ୍କା ବ୍ୟୟ ସରିଛି।

ଫଟୋ ସୌଜନ୍ୟ : ବ୍ୟୁରୋ ଚିଫ,ଭୁବନେଶ୍ବର
author img

By

Published : Jul 20, 2019, 11:28 PM IST

ଭୁବନେଶ୍ୱର: ନୟାଗଡ଼ ଟାଉନ ଠାରୁ ମହୀପୁର ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ବାରା ନିରୀକ୍ଷଣ ସହ ରେଳ ଚଳାଚଳ ପାଇଁ ଉପଯୁକ୍ତ ବୋଲି ଅନୁମତି ପାଇଲା ପରେ ଏହି ଲାଇନରେ ରେଳ ଚଳାଚଳ କରାଯିବ । ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହିତ ଶୀଘ୍ର ସମ୍ପାଦନ କରିବା ପାଇଁ ରେଳବାଇ ପକ୍ଷରୁ ପ୍ରକଳ୍ପର ଉଭୟ ପାର୍ଶ୍ବରୁ ଅର୍ଥାତ ଖୋର୍ଦ୍ଧା ରୋଡ଼ ଓ ବଲାଙ୍ଗୀର ପାର୍ଶ୍ବରୁ କାର୍ଯ୍ୟ ଚାଲୁ ରହିଛି। ପୂର୍ବତଟ ରେଳବାଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।

ଏହି ପ୍ରକଳ୍ପର ୮୦ କି.ମି. ରେଳ ଲାଇନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସେଥି ମଧ୍ୟରୁ ଖୋର୍ଦ୍ଧା ରୋଡ଼ ଠାରୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ୬୫ କି.ମି ଏବଂ ବଲାଙ୍ଗୀର ଠାରୁ ବିଛୁପାଲ୍ଲୀ ପର୍ଯ୍ୟନ୍ତ ୧୫ କି.ମି ରେଳ ଲାଇନ ଅନ୍ତର୍ଭୁକ୍ତ । ଏବେ ନୟାଗଡ଼ ଟାଉନ ଠାରୁ ମହୀପୁର ପର୍ଯ୍ୟନ୍ତ ୧୨ କି.ମି. ରେଳ ଲାଇନ କାର୍ଯ୍ୟ ସରିଛି ଏବଂ ଏହା ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମୋଦନ ଅପେକ୍ଷାରେ ଅଛି । ସର୍ବମୋଟ ଏହି ପ୍ରକଳ୍ପର ୯୨ କି.ମି. ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ।

୨୦୧୫ ମସିହା ଜୁଲାଇ ମାସ ୧୬ ତାରିଖ ରେ ଖୋର୍ଦ୍ଧା ରୋଡ଼ ଠାରୁ ବେଗୁନିଆ ପର୍ଯ୍ୟନ୍ତ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି । ୨୦୧୫ ନଭେମ୍ବର ୩ ତାରିଖରେ ବେଗୁନିଆ-ରାଜସୁନାଖଳା, ୨୦୧୭ ମାର୍ଚ୍ଚ ୨୦ ତାରିଖରେ ରାଜସୁନାଖଳା-ବୋଲଗଡ଼ ରୋଡ଼, ୨୦୧୭ ଜୁନ ୧୯ ତାରିଖରେ ବୋଲଗଡ଼ ରୋଡ଼-ନୟାଗଡ଼ ଟାଉନ ଏବଂ ୨୦୧୯ ଜାନୁୟାରୀ ମାସ ୧୫ ତାରିଖରେ ବଲାଙ୍ଗୀର-ବିଛୁପାଲ୍ଲୀ ମଧ୍ୟରେ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି। ଏବେ ପର୍ଯ୍ୟନ୍ତ ଏହି ଗୁରୁତ୍ବପୂର୍ଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୯୫୬ କୋଟି ଟଙ୍କା ବ୍ୟୟ ସରିଛି ।

ଭୁବନେଶ୍ୱରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.