ETV Bharat / city

ବିଧାନସଭା ଅଧିବେଶନରେ ନାହିଁ ପ୍ରଶ୍ନକାଳ: ସମର୍ଥନ କଲା ବିଜେପି, ବିରୋଧ କଲା କଂଗ୍ରେସ

author img

By

Published : Sep 15, 2020, 4:31 PM IST

29 ତାରିଖରୁ ଆରମ୍ଭ ହେବ ବିଧାନସଭା । କୋରୋନା କଟକଣା ସହ ଆରମ୍ଭ ହେବ ବିଧାନସଭାର ଅଧିବେଶନ । ବିଧାନସଭାର ପ୍ରଶ୍ନକାଳକୁ ନେଇ କଂଗ୍ରେସ ବିଜେଡି ସରକାରକୁ ଟାର୍ଗେଟ କରିଥିବା ବେଳେ ବିଜେପି କିନ୍ତୁ ବିନା ପ୍ରଶ୍ନକାଳରେ ଚାଲିବାକୁ ଥିବା ଅଧିବେଶନକୁ ସମର୍ଥନ କରିଛି ।

ବିଧାନସଭା ଅଧିବେଶନରେ ନାହିଁ ପ୍ରଶ୍ନକାଳ: ସମର୍ଥନ କଲା ବିଜେପି, ବିରୋଧ କଲା କଂଗ୍ରେସ
ବିଧାନସଭା ଅଧିବେଶନରେ ନାହିଁ ପ୍ରଶ୍ନକାଳ: ସମର୍ଥନ କଲା ବିଜେପି, ବିରୋଧ କଲା କଂଗ୍ରେସ

ଭୁବନେଶ୍ବର: ୨୯ ତାରିଖରେ ବିଧାନସଭା ଅଧିବେଶନ ବସିବାକୁ ଯାଉଛି । କୋରୋନା ଯୋଗୁଁ ବିଧାନସଭାରେ ପ୍ରଶ୍ନକାଳ ହେବନାହିଁ ବୋଲି ବାଚସ୍ପତି କହିଛନ୍ତି । ସଂସଦ ଢାଞ୍ଚାରେ ଚାଲିବ ବିଧାନସଭା । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ନିଶାନା କରିଛନ୍ତି ।

ପ୍ରଶ୍ନକାଳ ବାତିଲକୁ ନେଇ ତାରାପ୍ରସାଦ ବାହୀନିପତି ପ୍ରତିକ୍ରିୟାରେ କହିଛନ୍ତି ସଂସଦରେ ଯାହା ସବୁ ପାଳନ କରୁଛନ୍ତି । ଏମାନେ ଏଠି ମାନୁଛନ୍ତି କି ? ବୋଲ ପ୍ରଶ୍ନ କରିଛନ୍ତି ତାରା । ପଞ୍ଜାବରେ ଯେଉଁ ସୁବିଧା ଦେଉଛନ୍ତି ସେ ସୁବିଧା ଓଡିଶା ସରକାର ଦେଉଛନ୍ତି କି ? ସରକାର କୋଭିଡ୍ ଦୁର୍ନୀତି, ଚାଷୀ ଓ ବନ୍ୟା ଅଦି ପ୍ରସଙ୍ଗରେ ଆଲୋଚନା ନକରିବା ପାଇଁ ପ୍ରଶ୍ନକାଳକୁ ବାତିଲ କରିଛନ୍ତି । ଏନେଇ ବାଚସ୍ପତିଙ୍କୁ ସର୍ବଦଳୀୟ ବୈଠକ ପାଇଁ ଅନୁରୋଧ କରାଯାଇଛି । ନହେଲେ ବିଧାନସଭାରେ ହାଙ୍ଗାମା ହେବ ବୋଲି ତାରା କହିଛନ୍ତି ।

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଏଥର ବିଧାନସଭାରେ ପ୍ରଶ୍ନକାଳ ରହିବ ନାହିଁ । ତାକୁ ସମର୍ଥନ ଜଣାଇଛି । ଦେଶର ସର୍ବୋଚ୍ଚ ଗୃହ ବା ସଂସଦ ଯାହା କରିବ ତାକୁ ସବୁ ରାଜ୍ୟ ମାନିବା ଉଚିତ ବୋଲି କହିଛନ୍ତି । କେବଳ ଲିଖିତ ପ୍ରଶ୍ନର ଉତ୍ତର ରଖାଯିବ ।ଏହାକୁ ଭାରତୀୟ ଜନତା ପାର୍ଟି ସମର୍ଥନ ଜଣାଇଛି ।

ଏନେଇ ବରିଷ୍ଠ ବିଜେଡି ନେତା ତଥା ବଡଚଣା ବିଧାୟକ ଅମର ଶତପଥୀ କହିଛନ୍ତି, ବିଧାନସଭାରେ, ସଂସଦର ଗାଇଡଲାଇନ ଫଲୋ କରାଯାଉଛି । ପ୍ରଶ୍ନକାଳ ବାତିଲକୁ ନେଇ କଂଗ୍ରେସ ଉଠାଇଥିବା ପ୍ରସଙ୍ଗକୁ ନେଇ ଅମର ଶତପଥୀ କହିଛନ୍ତି, କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ମଧ୍ୟ ବିଧାନସଭା ଅଧିବେଶନର ପ୍ରଶ୍ନକାଳ ବାତିଲ କରାଯାଇଛି । ତେଣୁ ଏକଥାକୁ ଗୁରୁତ୍ବ ନଦେଇ ସହଯୋଗରେ ବିଧାନସଭା ଅଧିବେଶନ ଚଳାଇବା ଉଚିତ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.