ଭୁବନେଶ୍ବର: କ୍ବାରେଣ୍ଟାଇନ ପ୍ରୋତ୍ସାହନ ରାଶି କାଟିବା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ପିସିସି ସଭାପତି ଟାର୍ଗେଟ କରି କହିଛନ୍ତି ମାଛ ତେଲରେ ମାଛ ଭାଜୁଛନ୍ତି ରାଜ୍ୟ ସରକାର। ଯେଉଁ 2,000 ଟଙ୍କା ପ୍ରବାସୀ ଶ୍ରମକଙ୍କୁ କ୍ବାରେଣ୍ଟାଇନ ପରେ ଦେବା କଥା କହିଲେ, ତାକୁ ଏବେ ସେମାନଙ୍କ ଟ୍ରେନ ଟିକେଟ ବାବଦ ଖର୍ଚ୍ଚରୁ କାଟିବାର ନିଷ୍ପତ୍ତି ନେଇଛନ୍ତି। ସେପଟେ ନିରଞ୍ଜନ ଙ୍କ ପରେ ପରେ ସରକାର ଙ୍କୁ ଟାର୍ଗେଟ କରିଛନ୍ତି ପୃଥ୍ବୀରାଜ ହରିଚନ୍ଦନ।
କେନ୍ଦ୍ର ସରକାର ଘୋଷଣା କରିଥିଲେ ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଭଡାର 85 ପ୍ରତିଶତ କେନ୍ଦ୍ର ଓ ଶ୍ରମିକ ଫେରୁଥିବା ରାଜ୍ୟର ସରକାର15 ପ୍ରତିଶତ ଭରଣା କରିବେ। ରାଜ୍ୟ ସରକାର ସହଭାଗିତା ନ ଦେଖାଇ ପ୍ରବାସୀଙ୍କୁ ଦେବାକୁ ଥିବା ଟଙ୍କାରୁ କାଟିବା ଚଞ୍ଚକତା ପୂର୍ଣ ଅଭିଯାନ। କୌଣସି ବି ସରକାର ଏମିତି ଶ୍ରମିକ ଙ୍କ ଭାଗ୍ୟ ସହ ଖେଳୁ ନାହଁନ୍ତି । କିଏ କହିଥିଲା 2000 ଟଙ୍କା ପ୍ରୋତ୍ସାହନ ରାଶି ଘୋଷଣା କରିବା ପାଇଁ? ଅନ୍ୟ ରାଜ୍ୟ ତ କରି ନାହାନ୍ତି । ଓଡ଼ିଶା ସରକାର ଚଂଚକତା କରି କାହିଁକି ଟଙ୍କା କାଟିବେ ? ଏହା ବିରୋଧରେ ଆମେ ସ୍ବର ଉଠେଇବୁ ବୋଲି କହିଛନ୍ତି ପୃଥ୍ବୀରାଜ ।
ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ପରିବହନ ମନ୍ତ୍ରୀ ।ସେ କହିଛନ୍ତି , ଏଥିରେ ଆପତ୍ତି କରିବାରେ କିଛି ନାହିଁ। ସରକାର ଜମାରୁ ମାଛ ତେଲରେ ମାଛ ଭାଜୁ ନାହାନ୍ତି। 2000 ଟଙ୍କା ପ୍ରୋତ୍ସାହନ ରାଶି ରେଳ ଭଡ଼ା ବାବଦରେ ଖର୍ଚ୍ଚ ହୋଇଥିଲେ ଅସୁବିଧା କଣ? 85 ପ୍ରତିଶତ କେନ୍ଦ୍ର ଓ 15 ପ୍ରତିଶତ ରାଜ୍ୟ ଦେବା ବୋଲି କେଉଁଠି ନଥିଲା। ସବୁ ଶ୍ରମିକ ନିଜ ଖର୍ଚ୍ଚରେ ଆସୁଛନ୍ତି ବୋଲି ଜବାବ ଦେଇଛନ୍ତି ପଦ୍ମନାଭ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ