ETV Bharat / city

ରାଜ୍ୟରେ ବଦଳିଲା କ୍ବାରେଣ୍ଟାଇନ ନିୟମ - quarantine rule in odisha

ଏଣିକି 21 ଦିନ ପରିବର୍ତ୍ତେ 14 ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରହିବେ ପ୍ରବାସୀ । ଲକ୍ଷଣ ନଥିଲେ 7 ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବେ। ବାକି 7 ଦିନ ନିଜ ଘରେ ସଙ୍ଗରୋଧରେ ରହିପରିବେ। ଅଧିକ ପଢନ୍ତୁ...

ରାଜ୍ୟରେ ବଦଳିଲା କ୍ବାରେଣ୍ଟାଇନ ନିୟମ
ରାଜ୍ୟରେ ବଦଳିଲା କ୍ବାରେଣ୍ଟାଇନ ନିୟମ
author img

By

Published : May 24, 2020, 2:19 PM IST

ଭୁବନେଶ୍ବର: କ୍ବାରେଣ୍ଟାଇନ ନିୟମରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ଏଣିକି 21 ଦିନ ପରିବର୍ତ୍ତେ 14 ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରହିବେ ପ୍ରବାସୀ । ଲକ୍ଷଣ ନଥିଲେ 7 ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବେ ପ୍ରବାସୀ । ବାକି 7 ଦିନ ନିଜ ଘରେ ସଙ୍ଗରୋଧରେ ରହିପାରିବେ। ତେବେ ବର୍ତ୍ତମାନସୁଦ୍ଧା ରାଜ୍ୟରେ କୋରୋନା ସ୍ଥିତି ଚିନ୍ତାଜନକ ନଥିବା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଗ୍ରାମାଞ୍ଚଳରେ ଏହି ନିୟମକୁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ସରପଞ୍ଚଙ୍କ ମାଧ୍ୟମରେ ଅନୁଧ୍ୟାନ କରାଯିବ।

ରାଜ୍ୟରେ ବଦଳିଲା କ୍ବାରେଣ୍ଟାଇନ ନିୟମ

ପ୍ରବାସୀମାନେ 14 ଦିନରୁ 7 ଦିନ ପଞ୍ଚାୟତ ରହିବା ବାଧ୍ୟତାମୂଳକ ଅଟେ। ଗ୍ରାମାଞ୍ଚଳର ନିୟମାନୁସାରେ ରୋଗର ଲକ୍ଷଣ ନଥିଲେ ଘରେ ରହିପାରିବେ। ଯଦି ଘରେ ରହିବା ପାଇଁ କୌଣସି ସୁବିଧା ନାହିଁ ତେବେ ସେ କ୍ଷତ୍ରରେ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯିବ ବୋଲି କୁହାଯାଇଛି । ଯଦି ରୋଗର ଲକ୍ଷଣ ଦେଖାଯାଏ ତେବେ ସେମାନେ 104 ଯୋଗାଯୋଗ କରବେ। ତେବେ ସହରଞ୍ଚଳରେ ବାହାର ରାଜ୍ୟକରୁ ଫେରନ୍ତା ପ୍ରବାସୀ ଘରେ ରହିବା ସହ ସରକାରଙ୍କର ନିର୍ଦ୍ଦେଶକୁ ପାଳନ କରିବାକୁ କୁହାଯାଇଛି । ଯେଦି ସେମାନେ ଘରେ ରହିବା ସମୟରେ ସଠିକ ଭାବରେ ନିୟମ ପାଳନ ନ କରନ୍ତି, ତାହାଲେ ସ୍ଥାନୀୟ କତ୍ତୃପକ୍ଷ ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇପାରିବେ। ତେବେ ସରକାର ସମ୍ପୂର୍ଣ୍ଣ ଭାବରେ ସେମାନଙ୍କର ଗତିବିଧି ଉପରେ ଅନୁଧ୍ୟାନ କରିବେ।

ଯଦି କୌଣସି ବ୍ୟକ୍ତି କିଛି କାମରେ ଓଡିଶା ଆସନ୍ତି, ତେବେ 3 ଦିନ ମଧ୍ୟରେ କୌଣସି ଅସୁବିଧା ହେବ ନାହିଁ। ଅର୍ଥାତ ଯଦି 72 ଘଣ୍ଟା ପାଇଁ ଆସୁଥାନ୍ତି, ତାହାଲେ ସେମାନେ କ୍ବାରେଣ୍ଟାଇନରେ ରହିବେ ନାହିଁ । ଯଦି କୌଣସି ବ୍ୟକ୍ତି ଓଡିଶା ବାହାରକୁ ଯିବାକୁ ଚାହିଁବେ ତେବେ ଫେରିଲା ବେଳେ ସେମାନେ ଓଡିଶାରେ ଆଉ କ୍ବାରେଣ୍ଟାଇନରେ ରହିବାକୁ ପଡିବନାହିଁ। ଯଦି ଅନ୍ୟ ଏକ ରାଜ୍ୟରେ କୌଣସି ବ୍ୟକ୍ତି କ୍ବାରେଣ୍ଟାଇନରେ ରହିଥାନ୍ତି ତେବେ ସେ ଓଡିଶା ଫେରିଲେ ତାଙ୍କର ଉପଯୁକ୍ତ ପ୍ରମାଣପତ୍ର ପଦର୍ଶିତ କରିବାକୁ ହେବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.