ETV Bharat / city

ରାଜଧାନୀରୁ 15 ଗ୍ରାମ ହେରୋଇନ ଜବତ, 2 ଗିରଫ - heroin seized

ଭୁବନେଶ୍ବର ଖଣ୍ଡଗିରିରୁ ଜବତ ହେଲା 15 ଗ୍ରାମ ହେରୋଇନ । ଦୁଇ ବ୍ୟବସାୟୀ ପାଟନୁ ଓ ପ୍ରଭାତକୁ ଗିରଫ କଲା କ୍ୟୁଏଟି । ଉଭୟଙ୍କ ନିକଟରୁ ବାଇକ ସହ 14 ହଜାର ଟଙ୍କା ଜବତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 31, 2019, 12:49 AM IST

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ନିଶା ବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ନିଶା ବେପାରୀଙ୍କ ଉପରେ କମିଶନରେଟ ପୋଲିସ ତୀକ୍ଷ୍ଣ ନଜର ରହିଲେ ମଧ୍ୟ ନିଶା କାରବାରରେ ଲିପ୍ତ ରହୁଛନ୍ତି ନିଶା ବେପାରୀ । ତେବେ ସ୍ମାର୍ଟ ସିଟିରେ ନିଶା କାରବାର ଅତ୍ୟଧିକ ବଢିବା ନଜରକୁ ଆସିଛି । ମଙ୍ଗଳବାର କ୍ୟୁଏଟି (କ୍ବିଇକ ଆକ୍ସନ ଟିମ) ଦ୍ବାରା ଜବତ ହୋଇଛି 15 ଗ୍ରାମ ହେରୋଇନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ କ୍ୟୁଏଟି ଓ ଖଣ୍ଡଗିରି ପୋଲିସର ମିଳିତ ଉଦ୍ୟମରେ ଖଣ୍ଡଗିରି ଅଧୀନରେ ଥିବା ଆମ୍ବେଦକର କଲେଜ ନିକଟରେ ଗ୍ରାହକ ମାନଙ୍କୁ ଜଗି ରହିଥିଲେ ଦୁଇ ନିଶା ବେପାରୀ । ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ପୋଲିସ ଓ କ୍ୟୁଏଟିର ମିଳିତ ଉଦ୍ୟମରେ ଚଢାଉ କରାଯାଇଥିଲା । ଯାହା ଫଳରେ ଦୁଇ ଅଭିଯୁକ୍ତ ପୋଲିସ ହାତରେ ଧରା ପଡ଼ିଥିଲେ । ସେମାନେ ହେଲେ ପାଟନୁ ଖାଁ ଓ ପ୍ରଭାତ ସାହୁ।

ଏମାନେ ମୁଖ୍ୟତଃ କଲେଜ ଯୁବକ ମାନଙ୍କୁ ଟାର୍ଗେଟ କରୁଥିଲେ । ଏମାନଙ୍କ ନାଁରେ ଖଣ୍ଡଗିରି ପୋଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସେପଟେ କମିଶନରେଟ୍ ପୋଲିସର ତଡିପାର ଅଭିଯାନ ଚାଲିଛି ରାଜଧାନୀରେ । ଦୀର୍ଘ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ୍‌ରେ 70ରୁ ଅଧିକ ନିଶା ବେପାରୀ ଗିରଫ ହୋଇଥିବା ବେଳେ ଯେଉଁ ମାନେ ପ୍ରତ୍ୟେକ ଦିନ ନିଶା ବେପାର କରୁଥିଲେ ସେମାନଙ୍କ ଘର ଭଙ୍ଗାଯାଇଛି । ସେମାନଙ୍କୁ ରାଜଧାନୀରୁ ତଡିପାର କରାଯାଇଛି । ଆଗକୁ ଏଭଳି ଭାବରେ ନିଶା କାରବାର ଉପରେ ଚଢାଉ କରାଯିବା ସହ ନିଶା ମୁକ୍ତ ପାଇଁ ପ୍ରୟାସ କରୁଛି କମିଶନରେଟ ପୋଲିସ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ଖଣ୍ଡଗିରି ରୁ 15 ଗ୍ରାମ ହେରୋଇନ ସହ 14ହଜାର ଟଙ୍କା ଜବତ।

ଭୁବନେଶ୍ୱର ଖଣ୍ଡଗିରି ରୁ 15 ଗ୍ରାମ ହେରୋଇନ ଜବତ। ଦୁଇ ବ୍ୟବସାୟୀ ପାତନୁ ଓ ପ୍ରଭାତ କୁ ଗିରଫ କଲା କ୍ୟୁଏ ଟି। ଉଭୟଙ୍କ ପାଖ ରୁ ବାଇକ୍ ସହ 14 ହଜାର ଟଙ୍କା ଜବତ।Body:

ଦିନ କୁ ଦିନ ରାଜଧାନୀ ରେ ନିଶା ବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନିଶା ବେପାରୀଙ୍କ ଉପରେ କମିସନରେଟ ପୋଲିସ ତୀକ୍ଷ୍ଣ ନଜର ରହିଲେ ମଧ୍ୟ ନିଶା କାରବାର ରେ ଲିପ୍ତ ରହୁଛନ୍ତି ନିଶା ବେପାରୀ। କ୍ୟୁଏଟି ଓ ଖଣ୍ଡଗିରି ପୋଲିସ ର ମିଳିତ ଉଦ୍ୟମରେ ଖଣ୍ଡଗିରି ଅଧୀନରେ ଥିବା ଆମ୍ବେଦକର କଲେଜ ନିକଟରେ ଗ୍ରାହକ ମାନଙ୍କୁ ଜଗିରହିଥିଲେ ଦୁଇ ନିଶା ବେପାରୀ। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ପୋଲିସ ଓ କ୍ୟୁଏତି ର ମିଳିତ ଉଦ୍ୟମରେ ଛଡାଉ କରାଯାଇଥିଲା ଯାହା ଫଳରେ ଦୁଇ ଜଣ ପୋଲିସ ହାତରେ ଧାରା ପଡ଼ିଥିଲେ। ସେମାନେ ହେଲେ ପାଟନୁ ଖାଁ, ଓ ପ୍ରଭାତ ସାହୁ। ଏମାନେ ମୁଖ୍ୟତଃ କଲେଜ ଯୁବକମାନଙ୍କୁ ଟାର୍ଗେଟ ରେ ରଖୁଥିଲେ। ଏମାନଙ୍କ ନାମ ରେ ଖଣ୍ଡଗିରି ପୋଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

କମିଶନରେଟ୍ ପୋଲିସ ର ତଡିପାର ଅଭିଯାନ ଚାଲିଛି ରାଜଧାନୀରେ। ଦୀର୍ଘ ଦିନ ଧରି ପେଶାଲ୍ ଡ୍ରାଇଭ୍ ରେ 70 ରୁ ଅଧିକ ନିଶା ବେପାରୀ ଗିରଫ ହୋଇଥିବା ବେଳେ ଯେଉଁ ମାନେ ପ୍ରତ୍ୟେକ ଦିନ ନିଶା ବେପାର କରୁଥିଲେ ସେମାନଙ୍କ ଘର ଭଙ୍ଗାଯାଇଛି। ସେମାନଙ୍କୁ ରାଜଧାନୀ ରୁ ତଡିପାର କରାଯାଇଛି। ଆଗକୁ ଅଭଳୀ ଭାବରେ ନିଶା କାରବାର ଉପରେ ଦୃଷ୍ଟି ଦେବା ସହ ଛଡାଉ କରାଯିବା ସହ ନିଶା ମୁକ୍ତ ପାଇଁ ପ୍ରୟାସ କରୁଛି କମିସନରେଟ ପୋଲିସ।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.