ETV Bharat / city

ପୁରୀ ନାଁ ପରିବର୍ତ୍ତନ ପ୍ରସଙ୍ଗ; ଜଗତଗୁରୁ କହିଲେ ଜରୁରୀ ନାହିଁ, ମତ ରଖିଲେ ଧର୍ମେନ୍ଦ୍ର - ଜଗନ୍ନାଥ ପୁରୀ

ଜଗନ୍ନାଥଧାମ ପୁରୀର ନାଁ ପରିବର୍ତ୍ତନ ପାଇଁ ଦାବି ଜୋର ଧରିଛି । କିଛି ସାମାଜିକ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ମତ, ଖାଲି ପୁରୀ ବଦଳରେ ଜଗନ୍ନାଥ ପୁରୀ ରଖିଲେ ଅଧିକ ଲୋକ ଶ୍ରୀକ୍ଷେତ୍ରକୁ ଜାଣିବେ । ତେବେ ଏହାକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବ, ଦାବି ଆପତ୍ତି ମଧ୍ୟରେ ପ୍ରସଙ୍ଗକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଜଗତଗୁରୁ
ଜଗତଗୁରୁ
author img

By

Published : Nov 5, 2021, 9:08 PM IST

ପୁରୀ: ଜଗନ୍ନାଥଧାମ ପୁରୀର ନାଁ ପରିବର୍ତ୍ତନ ପାଇଁ ଦାବି ଜୋର ଧରିଛି । କିଛି ସାମାଜିକ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ମତ, ଖାଲି ପୁରୀ ବଦଳରେ ଜଗନ୍ନାଥ ପୁରୀ ରଖିଲେ ଅଧିକ ଲୋକ ଶ୍ରୀକ୍ଷେତ୍ରକୁ ଜାଣିବେ । ତେବେ ଏହାକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବ, ଦାବି ଆପତ୍ତି ମଧ୍ୟରେ ପ୍ରସଙ୍ଗକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୁରୀ ନାଁ ପରିବର୍ତ୍ତନ ପ୍ରସଙ୍ଗ; ଜଗତଗୁରୁ କହିଲେ ଜରୁରୀ ନାହିଁ

ଆଜି (ଶୁକ୍ରବାର) ପୁରୀ ଗସ୍ତରେ ଆସି ଧର୍ମେନ୍ଦ୍ର ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆର୍ଶିବାଦ ନେଇଛନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗରେ ଗୁରୁଜୀଙ୍କ ପରାମର୍ଶ ଲୋଡିଛନ୍ତି । ପରେ ଗଣମାଧ୍ୟମ ସହ ଆଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି ପୁରୀର ନାମ ପରିବର୍ତ୍ତନ କରି ଜଗନ୍ନାଥଧାମ ପୁରୀ କରିବାକୁ ଯେଉଁ ଦାବି ହେଉଛି ତାହା ସ୍ଵାଗତଯୋଗ୍ୟ । ଏପରି ନାମ କରଣ ହେଲେ ମହାପ୍ରଭୁଙ୍କ ଆହୁରି ପ୍ରଚାର ପ୍ରସାର ହୋଇପାରିବ ।

ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଭିନ୍ନ ମତ ଦେଇଛନ୍ତି । ଜଗତଗୁରୁ କହିଛନ୍ତି ପୁରୀ ନାମ ହିଁ ଯଥେଷ୍ଟ। ପୁରୀ କହିଲେ ସାରା ବିଶ୍ବବାସୀ ଜଗନ୍ନାଥଙ୍କ ଧାମକୁ ହିଁ ଜାଣନ୍ତି । ସେହିପରି ପୌରାଣିକ ତଥ୍ୟ ଉପସ୍ଥାପନା କରି ଜଗତଗୁରୁ କହିଛନ୍ତି ପ୍ରକୃତରେ ଅଯୋଧ୍ୟାର ନାଁ ଖାଲି ଅଯୋଧ୍ୟା ନୁହେଁ । ଏହା ହେଉଛି ଅଯୋଧ୍ୟା ପୁରୀ । ସେହିଭଳି ଦ୍ବାରକାର ନାଁ ଦ୍ବାରକାପୁରୀ, ହରିଦ୍ବାରର ନାଁ ହରିଦ୍ବାରପୁରୀ, କାଶୀର ନାଁ କାଶୀପୁରୀ। କାଞ୍ଚିର ନାଁ କାଞ୍ଚିପୁରୀ,ଉଜ୍ଜୟିନୀର ନାଁ ଉଜ୍ଜୟିନୀପୁରୀ । ଏହି ଅର୍ଥରେ ଅଷ୍ଟମପୁରୀ ହେଉଛି ଜଗନ୍ନାଥ ପୁରୀ ।

ଜଗତଗୁରୁଙ୍କ ମତ ହେଲା ସବୁଠି ପୁରୀ ଲାଗୁଥିବା ବେଳେ, କେବଳ ପୁରୀ କହିଲେ ହିଁ ଲୋକେ ଆପେ ଆପେ ଜଗନ୍ନାଥ ପୁରୀ ବୁଝିଯାଆନ୍ତି । ତେଣୁ ପୁରୀର ନାଁ ପରିବର୍ତ୍ତନ ଆବଶ୍ୟକ ନାହିଁ । ପୁରୀ ହିଁ ସବୁଠି ସବୁଠାରୁ ସ୍ବତନ୍ତ୍ର । ଗୁରୁଜୀ ଆହୁରି କହିଛନ୍ତି ଖାଲି ପୁରୀ କହିଲେ କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁ ଅଯୋଧ୍ୟା, କାଶୀ, ମଥୁରା, କିମ୍ବା ଅନ୍ୟ କିଛି ବୁଝନ୍ତି ନାହିଁ । ପୁରୀ କହିଲେ କେବଳ ଜଗନ୍ନାଥଧାମକୁ ହିଁ ବୁଝାଏ ।

ଗୁରୁଜୀ ଆହୁରି କହିଛନ୍ତି ଅଯୋଧ୍ୟା, କାଶୀ ମଥୁରା, କାଞ୍ଚି, ଉଜ୍ଜୟିନୀ ନିଜ ନିଜ ସ୍ଥାନରେ ସ୍ବତନ୍ତ୍ର । ସମସ୍ତ ଧର୍ମାନୁଷ୍ଠାନର ପ୍ରସିଦ୍ଧି ରହିଛି । ସେହିଭଳି ଜଗନ୍ନାଥଧାମ ମଧ୍ୟ ସ୍ବତନ୍ତ୍ର । କାରଣ ପୁରୀ ନାଁରେ ହିଁ ଜଗନ୍ନାଥ ଧାମର ପ୍ରସିଦ୍ଧି ରହିଛି । ଏଣୁ ସାରା ବିଶ୍ବ ଜାଣେ ପୁରୀ ମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦାମ । ତେଣୁ ପୁରୀର ନାଁ ପରିବର୍ତ୍ତନ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ଗୁରୁଜୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.