ETV Bharat / city

ପୁରୀ ସିପସରୁବାଲିରେ ହେବ ନୂତନ ବିମାନ ବନ୍ଦର !

author img

By

Published : Jun 18, 2021, 8:18 PM IST

ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରସଙ୍ଗ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ବୈଷୟିକ ଟିମ ସହ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢ଼ନ୍ତୁ...

Puri International Airport, Puri Airport to be established at Sipasarubali, Sources,  ପୁରୀ ସିପସରୁବାଲି, ସିପସରୁବାଲିରେ ହେବ ନୂତନ ବିମାନ ବନ୍ଦର
ରାଜ୍ୟ ସରକାର ଓ AAI ବୈଷୟିକ ଟିମ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ପୁରୀରେ ନୂତନ ବିମାନ ବନ୍ଦର ନିର୍ମାଣ ହେବା ନେଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ବୈଷୟିକ ଟିମ ସହ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ସିପସରୁବାଲି ଠାରେ ହଜାରେ ଏକର ଜମିରେ ନିର୍ମାଣ ହୋଇପାରେ ଏହି ବିମାନ ବନ୍ଦର । ରନୱେ କେଉଁଠି ହେବ ସେନେଇ ସ୍ବତନ୍ତ୍ର ଟିମ୍ ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।

ଖାରବେଳ ଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ବୈଷୟିକ ଟିମର ସଦସ୍ୟ, ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ, ପରିବହନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଗୁରୁବାର ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ବୈଷୟିକ ଟିମର 6 ଜଣିଆ ବିଶେଷଜ୍ଞ ଟିମ ସର୍ଭେ କରିଥିଲେ । ଏହି ଟିମରେ ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ରହିଛନ୍ତି ।

ପ୍ରତିନିଧି ଦଳ ପୁରୀ ଗସ୍ତରେ ଯାଇ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା କେତେକ ସ୍ଥାନ ପରିଦର୍ଶନ କରିଥିଲେ । ମଙ୍ଗଳ ନଦୀ କୂଳରେ ତଥା ସିପିସରୁବାଲି ଅଞ୍ଚଳରେ ଅନେକ ସରକାରୀ ଜାଗା ଥିବାରୁ ସେଠାରେ ସ୍ଥାନ ଅଭାବ ରହିବ ନାହିଁ ଏବଂ ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିନଲେ । ତେବେ ସିପସରୁବାଲିଠାରେ ସମସ୍ତ ସୁବିଧା ଥିବା ଯୋଗୁଁ ସେଠାରେ ବିମାନ ବନ୍ଦର ହେବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.