ETV Bharat / city

ମହିଳା 4 ଗୁଣା 4ଶହ ମିଟର ରିଲେରେ ପଞ୍ଜାବ ୟୁନିଭରସିଟିକୁ ରୌପ୍ୟ

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମର ପ୍ରଥମ ସଂସ୍କରଣରେ ପଞ୍ଜାବ ୟୁନିଭରସିଟି ପଞ୍ଜାବ ଦଳଗତ ଚାମ୍ପିୟାନ ହୋଇଛି । ଯେଉଁଥିରେ ମହିଳା ବିଭାଗ 4ଗୁଣା 4ଶହ ମିଟର ରିଲେରେ ପଞ୍ଜାବ ୟୁନିଭରସିଟିକୁ ରୌପ୍ୟ ମିଳିଛି । ଅଧିକ ପଢନ୍ତୁ...

aa
ମହିଳା 4 ଗୁଣା 4ଶହ ମିଟର ରିଲେରେ ପଞ୍ଜାବ ୟୁନିଭରସିଟିକୁ ରୌପ୍ୟ
author img

By

Published : Mar 2, 2020, 4:35 AM IST

ଭୁବନେଶ୍ବର: ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ ଆଜି ଉଦଯାପିତ ହୋଇଛି । ଏହାର ପ୍ରଥମ ସଂସ୍କରଣରେ ପଞ୍ଜାବ ୟୁନିଭରସିଟି ପଞ୍ଜାବ ଦଳଗତ ଚାମ୍ପିୟାନ ହୋଇଛି । ଯେଉଁଥିରେ ମହିଳା ବିଭାଗ 4ଗୁଣା 4ଶହ ମିଟର ଦୌଡ଼ କ୍ରୀଡ଼ାବିତଙ୍କ ଯୋଗଦାନ ମଧ୍ୟ ରହିଛି ।

ମହିଳା 4 ଗୁଣା 4ଶହ ମିଟର ରିଲେରେ ପଞ୍ଜାବ ୟୁନିଭରସିଟିକୁ ରୌପ୍ୟ

ଆଜିର ଏହି ଶେଷ ଦିନରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ମହାତ୍ମା ଗାନ୍ଧୀ ୟୁନିଭରସିଟିର ଛାତ୍ରୀମାନେ 3.48.12 ସମୟ ନେଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏହା ପଛକୁ ପଞ୍ଜାବ ୟୁନିଭରସିଟି 3.55.45 ସମୟ ନେଇ ଦ୍ଵିତୀୟ ସ୍ଥାନରେ ରହିଛି । ଏହା ସହିତ ଆନା ୟୁନିଭରସିଟିର ଛାତ୍ରୀମାନେ 4.14.49 ସମୟ ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି । ତେବେ ପଞ୍ଜାବ ୟୁନିଭରସିଟିର ଛାତ୍ରୀମାନଙ୍କ ସହ ଆଲୋଚନା ବେଳେ ସେମାନେ ନିଜ ପ୍ରଦର୍ଶନରେ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ଆଗାମୀ ଦିନରେ ଆହୁରି ଏଥିରେ ପ୍ରଦର୍ଶନରେ ଉନ୍ନତି ଆଣିବା ସହ ଅଧିକ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ମେଡାଲ ଜିତିବାକୁ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.