ଭୁବନେଶ୍ବର: ରାଜଧାନୀର ରାଜମହଲ ଛକରେ ଉତ୍ତେଜନାମୂଳକ ସ୍ଥିତି । ଟ୍ରାଫିକ ଫାଇନ ଆଦାୟକୁ ବିରୋଧ କରି ଏଭଳି ସ୍ଥିତି ସୃଷ୍ଟି ହୋଇଛି । ସରକାରୀ ଗାଡି ଓ ପୋଲିସ ଭ୍ୟାନର ଫିଟନେସ ଓ ଡ୍ରାଇଭିଂ ଲାଇସେନ୍ସ ସାଧାରଣ ଦେଖାନପାରିବାରୁ ଆକ୍ରୋଶମୂଳକ ପ୍ରତିବାଦ ଦେଖିବାକୁ ମିଳିଛି ।
ଗୋଟିଏ ବିଏମସି ଗାଡି ଓ ଗୋଟିଏ ପିସିଆର ଗାଡିକୁ ଅଟକାଇଛନ୍ତି ଲୋକେ । ଘଟଣାସ୍ଥଳରେ ଡିସିପି ଓ ପୋଲିସ ଫୋର୍ସ ପହଞ୍ଚିବା ପରେ ପରିସ୍ଥିତି ଅଧିକ ଅଣାୟତ୍ତ ହୋଇପଡିଛି । ସେପଟେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଲାଠି ଚାର୍ଜ ।
ଭୁବନେଶ୍ବରରୁ ତାପସ ପରଡା, ଇଟିଭି ଭାରତ