ETV Bharat / city

ILS ନିର୍ଦ୍ଦେଶକଙ୍କ ଦେହାନ୍ତ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଶୋକ ପ୍ରକାଶ

author img

By

Published : Jul 19, 2022, 3:47 PM IST

ILS ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ କୁମାର ପରିଡାଙ୍କ ଆକସ୍ମିକ ବିୟୋଗ ସାରା ରାଜ୍ୟକୁ ସ୍ତବ୍ଧ କରିଛି । ଏହାକୁ ନେଇ ଶୋକ ପ୍ରକାଶ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢ଼ନ୍ତୁ

ILS ନିର୍ଦ୍ଦେଶକଙ୍କ ଦେହାନ୍ତକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ILS ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ କୁମାର ପରିଡାଙ୍କ ଆକସ୍ମିକ ବିୟୋଗ ସାରା ରାଜ୍ୟକୁ ସ୍ତବ୍ଧ କରିଛି । ଏହାକୁ ନେଇ ଶୋକ ପ୍ରକାଶ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଡାକ୍ତର ଅଜୟ କୁମାର ପରିଡାଙ୍କ ଦେହାନ୍ତ ରାଜ୍ୟ ପାଇଁ ଏକ ବଡ଼ କ୍ଷତି ବୋଲି ସେ କହିଛନ୍ତି ।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଅଜୟ କୁମାର ପରିଡାଙ୍କ ଦେହାନ୍ତଙ୍କୁ ନେଇ କହିଛନ୍ତି ଯେ, "ଓଡ଼ିଶାର ଜଣେ ବିଖ୍ୟାତ ବୈଜ୍ଞାନିକ ଥିଲେ ପଦ୍ମଶ୍ରୀ ଅଜୟ କୁମାର ପରିଡ଼ା । ଜିନମ ସିକୁଏନ୍ସିଂ ସହ ବହୁ ଗବେଷଣା ଦାୟିତ୍ବ ତୁଲାଉଥିଲେ । ରାଜ୍ୟରେ କୋଭିଡ ନିୟନ୍ତ୍ରଣ ଯୋଜନାରେ ଓ କୋଭିଡ ମ୍ୟାନେଜମେଣ୍ଟରେ ତାଙ୍କ ଅବଦାନ ଅତୁଳନୀୟ ଥିଲା । ପଦ୍ମଶ୍ରୀ ଡାକ୍ତର ଅଜୟ କୁମାର ପରିଡାଙ୍କ ଆମ ସହ ବହୁତ ଭଲ ସମ୍ପର୍କ ଥିଲା । "

ଆସାମ୍‌ର ଗୌହାଟୀରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ଡାକ୍ତର ଅଜୟ ପରିଡା । ସେଠାରେ ରହୁଥିବା ହୋଟେଲ ରୁମ୍‌ରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 2014 ମସିହାରେ ଭାରତ ସରକାର ଡାକ୍ତର ଅଜୟ ପରିଡାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ତାଙ୍କ ବିୟୋଗ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.