ETV Bharat / city

ରେଡକ୍ରସ ସଚିବଙ୍କ ବଦଳି ଦାବିରେ ବିକ୍ଷୋଭ - odisha Red Cross secretary

ଓଡିଶା ରାଜ୍ୟ ରେଡକ୍ରସ ବାତ୍ୟା ଆଶ୍ରୟସ୍ଥଳୀ ସୁରକ୍ଷା ସମିତି ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ରେଡକ୍ରସ ସଚିବଙ୍କ ବଦଳି ଦାବିରେ ବିକ୍ଷୋଭ
ରେଡକ୍ରସ ସଚିବଙ୍କ ବଦଳି ଦାବିରେ ବିକ୍ଷୋଭ
author img

By

Published : Jul 22, 2021, 7:20 AM IST

ଭୁବନେଶ୍ବର: ଓଡିଶା ରାଜ୍ୟ ରେଡକ୍ରସ ବାତ୍ୟା ଆଶ୍ରୟସ୍ଥଳୀ ସୁରକ୍ଷା ସମିତି ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଛି । ରେଡକ୍ରସ ଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବା ସହ ବିଭାଗୀୟ ସଚିବଙ୍କ ସ୍ୱେଚ୍ଛାଚାରିତ ଶାସନକୁ ବିରୋଧ କରିଛନ୍ତି ଏବଂ ତାଙ୍କର ବଦଳି ଦାବି କରିଛନ୍ତି।

ରେଡକ୍ରସ ସଚିବଙ୍କ ବଦଳି ଦାବିରେ ବିକ୍ଷୋଭ

କାରଣ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଆସିଥିବା ଅର୍ଥକୁ ସଚିବ ହଡପ ସହ ସଠିକ ପରିଚାଳନା ହେଉନଥିବା ଅଭିଯୋଗ କରିଛନ୍ତି ସମିତିର ସେଚ୍ଛାସେବୀ ।

ଯେଉଁଥିପାଇଁ ରାଜ୍ୟର ୬୫ଟି ଆଶ୍ରୟସ୍ଥଳୀ ସ୍ଥାଣୁ ହୋଇ ପଡିରହିଛି । ଏପରିକି ଅମ୍ପାନ ଓ ୟାସ ସମୟରେ ଅନେକ ଆଶ୍ରୟସ୍ଥଳୀରେ ରିଲିଫ ବି ପହଞ୍ଚିନଥିଲା। କହିବାକୁ ଗଲେ ୨ ବର୍ଷର କାର୍ଯ୍ୟକାଳ ଭିତରେ ଆଶ୍ରୟସ୍ଥଳୀ ଗୁଡ଼ିକୁ ପରିଦର୍ଶନ ପାଇଁ ମଧ୍ୟ ଯାଇ ନାହାନ୍ତି ।

ଏହାକୁ ନେଇ ସଚିବଙ୍କ ବଦଳି ଦାବି କରିବା ସହ ଆଶ୍ରୟସ୍ଥଳୀର ପରିଚାଳନା, ରକ୍ଷଣାବେକ୍ଷଣ, ତାଲିମ ପଦ୍ଧତିକୁ ସଠିକ ଢଙ୍ଗରେ ସମ୍ପାଦନ କରିବା ପାଇଁ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.