ETV Bharat / city

ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା - ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା

ରୋଗୀମୃତ୍ୟୁକୁ ନେଇ ଲିଙ୍ଗୁପୁରସ୍ଥିତ ବଡ଼ଦା ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ହସ୍ପିଟାଲର ମୁଖ୍ୟ ଦ୍ୱାର ବନ୍ଦ କରି ବିକ୍ଷୋଭ କରୁଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

protest-over-patient-death-in-bbsr
ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା
author img

By

Published : Dec 31, 2020, 7:25 PM IST

ଭୁବନେଶ୍ବର : ରୋଗୀ ମୃତ୍ୟୁକୁ ନେଇ ଲିଙ୍ଗୁପୁରସ୍ଥିତ ବଡ଼ଦା ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ହସ୍ପିଟାଲର ମୁଖ୍ୟ ଦ୍ୱାର ବନ୍ଦ କରି ବିକ୍ଷୋଭ କରୁଥିବା ସୂଚନା ମିଳିଛି ।

ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା

ବାଳକାଟି ଫାଣ୍ଡି ନିକଟରେ ରହୁଥିବା ସୂର୍ଯ୍ୟକାନ୍ତ ମହାନ୍ତି 27 ତାରିଖରେ ବନ୍ଧୁମାନଙ୍କ ସହ ଭୋଜି କରି ଘରକୁ ଫେରୁଥିବା ସମୟରେ ରାସ୍ତାରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ସେ ତଳେ ପଡି ଗୁରୁତର ଆହତ ହୋଇଥିଲେ ଏବଂ ସୂର୍ଯ୍ୟକାନ୍ତଙ୍କ ଡାହାଣ ଗୋଡ଼ର ହାଡ ଭାଙ୍ଗିଯାଇଥିଲା ।

ଯାହାପରେ ସୂର୍ଯ୍ୟକାନ୍ତଙ୍କ ପ୍ରଥମେ ପ୍ରାଥମିକ ଚିକିତ୍ସା କରିବା ସହ ପରବର୍ତ୍ତୀ ସମୟରେ ତାଙ୍କୁ ଧଉଳି ଥାନା ଅଧୀନରେ ଥିବା ବଡ଼ଦା ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା । ଆଜି(ଗୁରୁବାର) ତାଙ୍କର ଗୋଡ଼ର ହାଡ ଅପରେସନ ହେବାର ଥିଲା । କିନ୍ତୁ ଚିକିତ୍ସାରେ ଅବହେଳା ପାଇଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଏନେଇ ହସ୍ପିଟାଲର ମୁଖ୍ୟ ଗେଟ ବନ୍ଦ କରି ସ୍ଥାନୀୟ ଲୋକ ମୃତକଙ୍କ ସମ୍ପର୍କୀୟ ଓ ସାଙ୍ଗମାନେ ବିକ୍ଷୋଭ କରିଛନ୍ତି । କ୍ଷତିପୂରଣ ପାଇଁ ଦାବି କରିଥିବାବେଳେ ଦୀର୍ଘ ସମୟ ଧରି ହସ୍ପିଟାଲରେ ବିକ୍ଷୋଭ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.