ETV Bharat / city

'ଜାତୀୟ ଶିକ୍ଷାନୀତିକୁ ବ୍ୟବସାୟୀକରଣ କରାନଯାଉ'

author img

By

Published : Aug 18, 2020, 3:40 PM IST

ନିକଟରେ କେନ୍ଦ୍ରସରକାର ଜାତୀୟ ଶିକ୍ଷାନୀତି 2020କୁ ଅନୁମୋଦନ କରିଛନ୍ତି । ଯେଉଁଥିରେ ଦୀର୍ଘ ବର୍ଷରୁ ଥିବା ଭାରତର ଶିକ୍ଷା କ୍ଷେତ୍ରରେ ଅନେକ ପ୍ରକାର ପରିବର୍ତ୍ତନ ଆଣିବା ସହ ଭବିଷ୍ୟତ ପିଢିଙ୍କୁ ଶିକ୍ଷା ସହିତ ଆତ୍ମ ନିର୍ଭରଯୋଗ୍ୟ ହେବାକୁ ଖସଡ଼ା ପ୍ରସ୍ତୁତ ହୋଇଛି । ଅଧିକ ଖବର ପଢନ୍ତୁ...

'ଜାତୀୟ ଶିକ୍ଷାନୀତିକୁ ବ୍ୟବସାୟୀ କରଣ କରାନଯାଉ'

ଭୁବନେଶ୍ବର: ନିକଟରେ କେନ୍ଦ୍ରସରକାର ଜାତୀୟ ଶିକ୍ଷାନୀତି 2020କୁ ଅନୁମୋଦନ କରିଛନ୍ତି । ଯେଉଁଥିରେ ଦୀର୍ଘ ବର୍ଷରୁ ଥିବା ଭାରତର ଶିକ୍ଷା କ୍ଷେତ୍ରରେ ଅନେକ ପ୍ରକାର ପରିବର୍ତ୍ତନ ଆଣିବା ସହ ଭବିଷ୍ୟତ ପିଢିଙ୍କୁ ଶିକ୍ଷା ସହିତ ଆତ୍ମ ନିର୍ଭରଯୋଗ୍ୟ ହେବାକୁ ଖସଡ଼ା ପ୍ରସ୍ତୁତ ହୋଇଛି । ତେବେ ଏହି ଶିକ୍ଷାନୀତିକୁ ନେଇ ବିରୋଧୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଆଜି ଏହା ବିରୁଦ୍ଧରେ ପ୍ରଦର୍ଶନ କରିଛନ୍ତି।

ସର୍ବଭାରତୀୟ ସ୍ତରରେ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ଡ଼ାକରାରେ ପ୍ରତିବାଦ ଦିବସ ପାଳିତ ହେଉଥିବାବେଳେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ଓଡିଶା ପ୍ରଦେଶ ସଂଗଠନ ପକ୍ଷରୁ ମଧ୍ୟ ଏହାର ପ୍ରତିବାଦ କରାଯାଇଛି। ଏହା ମାଧ୍ୟମରେ ସରକାର ଦେଶରେ ଶିକ୍ଷାକୁ ବ୍ୟବସାୟୀ କରଣ କରିବାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିବା ସହ ଏଥିରେ ଧର୍ମନିରପେକ୍ଷବାଦ ର ବିଲୋପ ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି।

ସେହିପରି ଏଥିରେ ହିନ୍ଦୀ ଓ ସଂସ୍କୃତ ଭାଷାକୁ ସାରା ଭାରତ ବର୍ଷରେ ଲଦି ଦେବା ସହ ଶିକ୍ଷାର ସ୍ଵତନ୍ତ୍ରତା ହରଣ କରାଯିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି। ତେଣୁ ତୁରନ୍ତ ଏହାକୁ ବାତିଲ କରିବାକୁ ଦାବି କରିଛନ୍ତି। ନଚେତ ଆଗାମୀ ସପ୍ତାହ ଧରି ଏହା ବିରୁଦ୍ଧରେ ଦୃଢ଼ ପ୍ରତିବାଦ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.