ଭୁବନେଶ୍ବର: ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ହେଲେ ପ୍ରଫେସର ସଞ୍ଜୟ କୁମାର ନାୟକ । 4 ବର୍ଷ ପାଇଁ କୁଳପତି ନିଯୁକ୍ତ ଦେଲେ ରାଜ୍ୟପାଳ ଗଣେଶୀ ଲାଲ । ପ୍ରଫେସର ସଞ୍ଜୟ ନାୟକ ବର୍ତ୍ତମାନ ଚେନାଇ ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ପ୍ଲାଷ୍ଟିକ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ମହାନିର୍ଦ୍ଦେଶକ ଅଛନ୍ତି।
ତେବେ ପ୍ରଫେସର ସଞ୍ଜୟ ନାୟକଙ୍କର 34 ବର୍ଷରୁ ଅଧିକ ଶିକ୍ଷାଦାନ ଅଭିଜ୍ଞତା ରହିଛି । ଏହାସହ ସେ 35 ଟି ପୁସ୍ତକ ରଚନା କରିଛନ୍ତି। ଭାରତୀୟ ପେଟେଣ୍ଟର 25 ଏବଂ 30 ନଂ ର ଡିଜାଇନ୍ ପଞ୍ଜିକରଣର ଉଦ୍ଭାବକ ହେଉଛନ୍ତି ପ୍ରଫେସର ନାୟକ ।
ଭୁବନେଶ୍ବରରୁ ବିକାଶ ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ