ETV Bharat / city

833 ଅଧ୍ୟାପକ ନିଯୁକ୍ତ; ଆସନ୍ତାକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଦେବେ ଉଦବୋଧନ - ବେସରକାରୀ ମହାବିଦ୍ୟାଳୟ

ରାଜ୍ୟରେ ଖାଲି ପଡିଥିବା ବେସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତ କରିଛି ଉଚ୍ଚଶିକ୍ଷା ବିଭାଗ । ବୁଧବାର ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

PHOTO
ଉଚ୍ଚଶିକ୍ଷା
author img

By

Published : Nov 26, 2019, 11:47 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଗୁଡିକରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ରାଜ୍ୟ ସିଲେକ୍ସନ ବୋର୍ଡକୁ ୮୩୩ଟି ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା । ରାଜ୍ୟ ସିଲେକ୍ସନ ବୋର୍ଡ ଦ୍ବାରା ପଦବୀଗୁଡିକ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ଇତିମଧ୍ୟରେ ୯ଟି ବିଭାଗରେ ୨୯୯ଟି ଅଧ୍ୟାପକ ପଦବୀ ପୂରଣ ହୋଇସାରିଛି ।

ଏଥର ୧୬ଟି ବିଭାଗର ୨୮୯ ଜଣ ଯୋଗ୍ୟ ବିବେଚିତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଯିବ । ନବନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ପାଇଁ ସ୍ଥାନୀୟ ଜୟଦେବ ଭବନରେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ନଭେମ୍ବର ୨୮ ତାରିଖରେ ସକାଳ ୧୦ଟା ୩୦ ମିନିଟରେ ଅନୁଷ୍ଠିତ ଏହି ‘ଦିଗଦର୍ଶନ’ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ନବନିଯୁକ୍ତ ଅଧ୍ୟାପକ ମାନଙ୍କ ମଧ୍ୟରୁ ବାଣିଜ୍ୟରେ ୨ ଜଣ, ରାଜନୀତି ବିଜ୍ଞାନରେ ୨ ଜଣ, ଇଂରାଜୀରେ ୯୫ ଜଣ, ଗଣିତରେ ୩୮ ଜଣ, କମ୍ପୁଟର ସାଇନ୍ସରେ ଜଣେ, ତେଲୁଗୁରେ ଜଣେ, ଷ୍ଟାଟିଟିକ୍ସରେ ଜଣେ, ହିନ୍ଦୀରେ ୭ ଜଣ, ହୋମ ସାଇନ୍ସରେ ୭ ଜଣ, ସାଇକୋଲୋଜିରେ ୮ ଜଣ, ଏଜୁକେସନରେ ୨୯ ଜଣ, ଊର୍ଦ୍ଦୁରେ ଜଣେ, ସଂସ୍କୃତରେ ୨୨ ଜଣ, ପଦାର୍ଥ ବିଜ୍ଞାନରେ ୩୪ ଜଣ, ଜୁଲୋଜିରେ ୨୯ ଜଣ ଏବଂ ସୋସିଓଲୋଜିରେ ୧୨ ଜଣ ଅଧ୍ୟାପକ ଏହି ‘ଦିଗଦର୍ଶନ’ କାର୍ଯ୍ୟକ୍ରମରେ ଯୋଗଦେବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ
ମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି । ଏଥି ପାଇଁ
ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟ ସିଲେକ୍‌ସନ୍‌ ବୋର୍ଡକୁ ୮୩୩ଟି ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ
ନେବା ପାଇଁ ଅନୁରୋଧ କରାଯାଇଥିଲା । ରାଜ୍ୟ ସିଲେକ୍‌ସନ୍‌ ବୋର୍ଡ ଦ୍ୱାରା ପଦବୀଗୁଡ଼ିକ ପୂରଣ ପାଇଁ
ପ୍ରକ୍ରିୟା ଜାରି ରହିଛି । ଇତି ମଧ୍ୟରେ ୯ଟି ବିଭାଗରେ ୨୯୯ଟି ଅଧ୍ୟାପକ ପଦବୀ ପୂରଣ ହୋଇସାରିଛି ।
ଏଥର ୧୬ଟି ବିଭାଗର ୨୮୯ ଜଣ ଯୋଗ୍ୟ ବିବେଚିତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ବିଭିନ୍ନ ଅନୁଦାନପ୍ରାପ୍ତ
ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଯିବ ।
ନବନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ପାଇଁ ସ୍ଥାନୀୟ ଜୟଦେବ ଭବନରେ ଏକ ଦିଗଦର୍ଶନ
କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ନଭେମ୍ବର ୨୮ ତାରିଖରେ ସକାଳ ୧୦ଟା ୩୦ ମିନିଟ୍‌ରେ ଅନୁଷ୍ଠିତ
ଏହି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ
ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ । ନବନିଯୁକ୍ତ ଅଧ୍ୟାପକମାନଙ୍କ ମଧ୍ୟରୁ
ବାଣିଜ୍ୟରେ ୨ ଜଣ, ରାଜନୀତି ବିଜ୍ଞାନରେ ୨ ଜଣ, ଇଂରାଜୀରେ ୯୫ ଜଣ, ଗଣିତରେ ୩୮ ଜଣ, କମ୍ପୁଟର
ସାଇନ୍ସରେ ଜଣେ, ତେଲୁଗୁରେ ଜଣେ, ଷ୍ଟାଟିଟିକ୍ସରେ ଜଣେ, ହିନ୍ଦୀରେ ୭ ଜଣ, ହୋମ୍‌ ସାଇନ୍ସରେ ୭ ଜଣ,
ସାଇକୋଲୋଜିରେ ୮ ଜଣ, ଏଜୁକେସନ୍‌ରେ ୨୯ ଜଣ, ଊର୍ଦ୍ଦୁରେ ଜଣେ, ସଂସ୍କୃତରେ ୨୨ ଜଣ, ପଦାର୍ଥ
ବିଜ୍ଞାନରେ ୩୪ ଜଣ, ଜୁଲୋଜିରେ ୨୯ ଜଣ ଏବଂ ସୋସିଓଲୋଜିରେ ୧୨ ଜଣ ଏହି ଦିଗ୍‌ଦର୍ଶନ
କାର୍ଯ୍ୟକ୍ରମରେ ଯୋଗଦେବେ ।Body:LConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.