ETV Bharat / city

ନିଜ ବ୍ରାଣ୍ଡର ବହି ବିକ୍ରି କରୁଛି ଘରୋଇ ସ୍କୁଲ, ଅଭିଯୋଗ ଆଣିଲା ଅଭିଭାବକ ମହାସଂଘ - ଅଭିବାବକ ସଂଘ

ଘରୋଇ ସ୍କୁଲରେ ବହି ବିକ୍ରିରେ ଅନିୟମିତତା ଅଭିଯୋଗ ଆଣିଲା ଅଭିଭାବକ ମହାସଂଘ । ଗଣଶିକ୍ଷା ସଚିବଙ୍କୁ NCPCR ପକ୍ଷରୁ ତାଗିଦପୂର୍ଣ୍ଣ ଚିଠି । ଅଧିକ ପଢନ୍ତୁ...

ନିଜ ବ୍ରାଣ୍ଡର ବହି ବିକ୍ରି କରୁଛି ଘରୋଇ ସ୍କୁଲ , ଅଭିଯୋଗ ଆଣିଲା ଅଭିଭାବକ ମହାସଂଘ

author img

By

Published : Oct 17, 2021, 9:05 PM IST

ଭୁବନେଶ୍ବର: ଘରୋଇ ସ୍କୁଲ DAVରେ ନିଜ ବ୍ରାଣ୍ଡର ବହି ବିକ୍ରି କରାଯାଉଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ରାଇଟ ଟୁ ଏଜୁକେସନ ଆକ୍ଟର 29-A ର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ ମଧ୍ୟ କରାଯାଉଛି । ସ୍କୁଲ ନିଜର ବ୍ରାଣ୍ଡରେ ପୁସ୍ତକ ବ୍ୟବହାର କରିବା ସହିତ ବିକ୍ରି ଓ ବାଧ୍ୟତାମୂଳକ କରିଛି । ଏନେଇ ଅଭିଭାବକ ସଂଘର ବାରମ୍ବାର ଅଭିଯୋଗ ପରେ ଗଣଶିକ୍ଷା ସଚିବଙ୍କୁ NCPCR ପକ୍ଷରୁ ତାଗିଦପୂର୍ଣ୍ଣ ଚିଠି କରାଯାଇଛି । ତେବେ ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ଦୃଷ୍ଟିକୁ ଆସିନାହିଁ ।

ନିଜ ବ୍ରାଣ୍ଡର ବହି ବିକ୍ରି କରୁଛି ଘରୋଇ ସ୍କୁଲ , ଅଭିଯୋଗ ଆଣିଲା ଅଭିଭାବକ ମହାସଂଘ

ଓଡିଶାରେ DAV ସ୍କୁଲଗୁଡିକରେ ବିଭିନ୍ନ ଉପାୟରେ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହୋଇଛି। DAVରେ ବିଭିନ୍ନ ପ୍ରକାରର ବହି ବିକ୍ରି କରି ଶହଶହ କୋଟି ଟଙ୍କା ଅଭିଭାବକମାନଙ୍କ ଠାରୁ ଠକି ରୋଜଗାର କରିଆସୁଛନ୍ତି l DAV ଦ୍ବାରା ପରିଚାଳନାରେ ସମସ୍ତ ସ୍କୁଲ ନିଜର ବ୍ରାଣ୍ଡରେ ପୁସ୍ତକ ବ୍ୟବହାର କରିବା ସହିତ ବିକ୍ରି ଓ ବାଧ୍ୟତାମୂଳକ କରିଛନ୍ତି । ଉକ୍ତ ବହି ଗୁଡିକ ନିମ୍ନମାନର, ନ୍ୟାସନାଲ କରିକୁଲମ ଫ୍ରେମ ଓ୍ବାର୍କର ପରିଧି ବାହାରେ ତଥା ବ୍ୟୟବହୁଳ ବୋଲି ଅଭିଯୋଗ କରିଛି ଅଭିଭାବକ ମହାସଂଘ ।

ଯେତେବେଳେ ରାଜ୍ୟରେ ଗୋଟିଏ ସ୍କୁଲ ଖୋଲିବାକୁ ପଡେ ଏଲିମେଣ୍ଟାରୀ ଏଜୁକେସନ ବିଭାଗ ପକ୍ଷରୁ COR ନିଆଯାଇଥାଏ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟ ଏହି ନିୟମ ପାଳନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଅଭିଯୋଗ ମୁତାବକ ରାଜ୍ୟରେ ଥିବା DAV ସ୍କୁଲ ଗୁଡିକର ଶିକ୍ଷା କ୍ଷେତ୍ରରେ ବ୍ଯାପକ ଅନିୟମିତତା ଦେଖାଯାଉଛି ।

ରାଜ୍ୟରେ ପାଖାପାଖି 60 ପାଖାପାଖି DAV ସ୍କୁଲ ରହିଛି। ତେବେ ମାର୍କେଟରେ ଯେଉଁ ବହିର ଦାମ 55 ଟଙ୍କା ତାହା 300 ଟଙ୍କା ପାଖାପାଖିରେ ବିକ୍ରି କରୁଛି DAV ସ୍କୁଲ। ଏଠାରେ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବହିଗୁଡିକ ବର୍ଷକୁ 8 ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ତେବେ ବାରମ୍ବାର ରାଜ୍ୟ ସରକାରଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ। ଏନେଇ ଅଭିଭାବକଙ୍କର କ୍ଷତି ଅଧିକ ହଉଛି ବୋଲି ମହାସଂଘ ଅଭିଯୋଗ କରିଆସୁଛି ।

ରହିଥିବା ନିୟମ ଅନୁସାରେ, ପ୍ରାଇଭେଟ ପବ୍ଲିସର ଦ୍ବାରା ପ୍ରକାଶିତ ବହି କୌଣସି ପ୍ରାଇଭେଟ ସ୍କୁଲମାନେ ବିକିପାରିବେ ନାହିଁ । ସରକାରଙ୍କର ଯେଉଁ ସିଲାବସ ରହିଛି ସେହି ଅନୁସାରେ ବହି ଦେଇପାରିବେ। କିନ୍ତୁ DAV ସ୍କୁଲ ନିଜ ପବ୍ଲିକେଶନ ଦ୍ବାରା ବହି ବିକ୍ରି କରୁଥିବା NCPCR ନିକଟରେ ଅଭିଯୋଗ କରିଥିଲା ଅଭିଭାବକ ମହାସଂଘ । ଏହା ପୂର୍ବରୁ NCPCR ଗଣଶିକ୍ଷା ବିଭାଗକୁ 4 ଥର ଚିଠି କରିଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସରକାର ଏଥିପ୍ରତି ଧ୍ୟାନ ଦେଲେ କ୍ଷତି ସହୁଥିବା ଅନେକ ଅଭିଭାବକମାନେ କ୍ଷତିରୁ ବର୍ତ୍ତିପାରନ୍ତେ ବୋଲି କହିଛନ୍ତି ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.