ETV Bharat / city

ନିୟନ୍ତ୍ରଣ ବାହାରେ ଘରୋଇ ହସ୍ପିଟାଲ, ସବୁ ଦେଖି ସରକାର ନୀରବ - bbsr news

କୋରୋନା କାଳରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଲକଡାଉନ କାରଣରୁ ଲୋକଙ୍କ ରୋଜଗାର ପନ୍ଥାରେ ବି ଗ୍ରହଣ ଲାଗିଛି। ସରକାର କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ତେବେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉତ୍ତମ ଚିକିତ୍ସା ପାଇଁ ରାଜଧାନୀ ଭୁବନେଶ୍ବରର କର୍ପୋରେଟ ହସ୍ପିଟାଲକୁ ଆସୁଛନ୍ତି ହେଲେ ବିଡମ୍ବନାର କଥା ହେଉଛି ଚିକିତ୍ସା ଆଳରେ ଅଧିକ ଅର୍ଥ ଆଦାୟ କରୁଛନ୍ତି ହସ୍ପିଟାଲ ଗୁଡିକ।

ନିୟନ୍ତ୍ରଣ ବାହାରେ ଘରୋଇ ହସ୍ପିଟାଲ, ସବୁ ଦେଖି ସରକାର ନୀରବ

author img

By

Published : Aug 29, 2020, 9:21 PM IST

ଭୁବନେଶ୍ବର: ମହାମାରୀ କାଳରେ ଛଟପଟ ହେଉଛନ୍ତି ସାଧାରଣ ଲୋକେ । ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ରୋଜଗାର ପନ୍ଥା ସମ୍ପୂର୍ଣ୍ଣ ସଟଡାଉନ । କୋରୋନା କାୟା ଦିନକୁ ଦିନ ବଢିଚାଲିଥିବା ବେଳେ ସରକାର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରୋଗୀ ଉତ୍ତମ ଚିକିତ୍ସା ପାଇଁ ରାଜଧାନୀର କର୍ପୋରେଟ ହସ୍ପିଟାଲକୁ ଆସୁଛନ୍ତି । ବିଡମ୍ବନାର କଥା ହେଉଛି ଚିକିତ୍ସା ଆଳରେ ଏମାନଙ୍କୁ ପାଖରୁ ଅଧିକ ଅର୍ଥ ଆଦାୟ କରୁଛନ୍ତି ଏହି ହସ୍ପିଟାଲଗୁଡିକ । ଯାହା ରୋଗୀଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରୁଛି । ଏପରିକି ରୋଗୀର ସମସ୍ତ ଚିକିତ୍ସା ବିବରଣୀ ମଧ୍ୟ ସଠିକ ସମୟରେ ଘର ଲୋକଙ୍କୁ ଅବଗତ କରାଯାଉନାହିଁ ବୋଲି ଅଭିଯୋଗ ଆସିଛି ।

ନିୟନ୍ତ୍ରଣ ବାହାରେ ଘରୋଇ ହସ୍ପିଟାଲ, ସବୁ ଶୁଣି ସରକାର ଚୁପ୍

କର୍ପୋରେଟ୍ ହସ୍ପିଟାଲର ଏଭଳି ଅତିଷ୍ଠ ଆଚରଣକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଚିକିତ୍ସା ପାଇଁ ଆସୁଥିବା ଶତାଧିକ ଲୋକେ । ସେପଟେ ସରକାରଙ୍କ ନୀରବତାରୁ ସ୍ପଷ୍ଟ ସଙ୍କେତ ମିଳୁଛି କି ହୁଏତ ସରକାରଙ୍କ ନିୟନ୍ତ୍ରଣ ଭିତରେ ନାହାଁନ୍ତି ଏହି ହସ୍ପିଟାଲଗୁଡିକ ? ତେବେ ସରକାର ଚୁପ କାହିଁକି ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ଏପରି ହୀନସ୍ତାର ଶିକାର ହୋଇଛନ୍ତି ଭୁବନେଶ୍ବର ଉପକଣ୍ଠରେ ରହୁଥିବା ଜଣେ ବ୍ୟକ୍ତି ।

ସେ ନିଜ ପୁତୁରାକୁ ଭୁବନେଶ୍ବରର ଏକ ଘରୋଇ କର୍ପୋରେଟ ହସ୍ପିଟାଲରେ ଜୁଲାଇ ୨୫ ତାରିଖରେ ଆଡ଼ମିଟ କରିଥିଲେ । ହେଲେ ତାଙ୍କୁ ଗତ 18 ତାରିଖରେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଗଲା । ସେଠାରେ ସେ ୪ ଦିନ ରହିଲା ଭିତରେ ଦିନେ ମଧ୍ୟ ତାଙ୍କ ପରିବାର ସହ ମେଡିକାଲ କର୍ତ୍ତୃପକ୍ଷ ଯୋଗାଯୋଗ କରିନଥିଲେ । କିନ୍ତୁ ହଠାତ ଗତ ୨୪ ତାରିଖରେ ସେ ମୃତ୍ୟୁ ବରଣ କରିଛି ବୋଲି ସୂଚନା ଦିଆଗଲା । ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ରୋଗୀଙ୍କ ସମ୍ପର୍କୀୟ ।

ତେବେ ଏଭଳି ମାଳ ମାଳ ଅଭିଯୋଗ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲ ନାଁରେ ଆସୁଛି, ହେଲେ ସରକାର ଏହାକୁ ଶୁଣି ମଧ୍ୟ ଚୁପ ବସିଛନ୍ତି । ଯାହା ସ୍ପଷ୍ଟ କରୁଛି ସରକାରଙ୍କ ନିୟନ୍ତ୍ରଣ ବାହାରେ ଏହି ସମସ୍ତ ହସ୍ପିଟାଲ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.