ETV Bharat / city

ଅଗଷ୍ଟ 5 ଯାଏଁ ବଢିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଅବଧି - ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା

ଚଳିତ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସମୟ ସୀମା ଅଗଷ୍ଟ 5 ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଯେଉଁ ଚାଷୀମାନେ ବୀମାଭକ୍ତୁ ହୋଇ ପାରିନାହାଁନ୍ତି ସେମାନେ ସେମାନଙ୍କ ଫସଲ ନିମନ୍ତେ 5 ଅଗଷ୍ଟ 2020 ଯାଏଁ ନିଜକୁ ବୀମାଭୁକ୍ତ କରିପାରିବେ । ଅଧିକ ଖବର ପଢନ୍ତୁ...

ଅଗଷ୍ଟ 5 ଯାଏଁ ବଢିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଅବଧି

author img

By

Published : Aug 2, 2020, 8:31 PM IST

ଭୁବନେଶ୍ବର: ଚଳିତ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସମୟ ସୀମା ଅଗଷ୍ଟ 5 ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଯେଉଁ ଚାଷୀମାନେ ବୀମାଭକ୍ତୁ ହୋଇ ପାରିନାହାଁନ୍ତି ସେମାନେ ସେମାନଙ୍କ ଫସଲ ନିମନ୍ତେ 5 ଅଗଷ୍ଟ 2020 ଯାଏଁ ନିଜକୁ ବୀମାଭୁକ୍ତ କରିପାରିବେ । ଏହି ମର୍ମରେ ଆଜି କେନ୍ଦ୍ର ସରକାରଙ୍କ, କୃଷି ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଅବଗତ କରାଯାଇଛି ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଜୁଲାଇ 31 ତାରିଖ ଶେଷ ତାରିଖ ଥିଲା । ମାତ୍ର କୋଭିଡ୍‌-୧୯ ସ୍ଥିତି ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଅନେକ ଚାଷୀ ବୀମାଭୁକ୍ତ ହୋଇ ନପାରୁଥିବାରୁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏ ଦିଗରେ ଭାରତ ସରକାରଙ୍କ ପକ୍ଷରୁ ବୀମାର ସମୟସୀମା ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରିଥିଲେ ।

ଏଥି ସହିତ ବିଭାଗୀୟ ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହିତ ଏ ସଂପର୍କରେ ଆଲୋଚନା କରି ସମୟସୀମା ବୃଦ୍ଧି ନିମନ୍ତେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ତଦନୁଯାୟୀ ଗତ ଜୁଲାଇ 30 ତାରିଖରେ ମୁଖ୍ୟ ଶାସନ ସଚିବ ଏବଂ ଜୁଲାଇ 31 ତାରିଖରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ କେନ୍ଦ୍ର ସରକାରଙ୍କୁ ସମୟସୀମା ବୃଦ୍ଧି କରିବା ନିମନ୍ତେ ଅନୁରୋଧ କରି ପତ୍ର ଲେଖିଥିଲେ ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ବୀମାଭୁକ୍ତ ହେବାର ସମୟସୀମା ଅଗଷ୍ଟ 5 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସମ୍ପୃକ୍ତ ବୀମା କମ୍ପାନୀଗୁଡ଼ିକ ଚାଷୀମାନଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ 2 ଅର୍ଥାତ ଆଜିଠାରୁ ଅଗଷ୍ଟ 5 ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀମାନେ ସମସ୍ତ ଦରଖାସ୍ତ ଗ୍ରହଣପୂର୍ବକ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.