ଭୁବନେଶ୍ବର: ରାଜଧାନୀରେ ବିଳମ୍ବ ହେଉଛି ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ହିତାଧିକାରୀ ଚୟନ । ଫଳରେ କୋଭିଡରେ ପ୍ରଭାବିତ ଉଠା ଦୋକାନୀଙ୍କୁ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ସହାୟତା ରାଶି ପ୍ରଦାନରେ ମଧ୍ୟ ବିଳମ୍ବ ହେଉଥିବା ଜଣାପଡିଛି ।
ବିଏମସି କତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ହିତାଧିକାରୀ ଚୟନ ପ୍ରକ୍ରିୟା ଜାରି ରହିଛି । ତେବେ ଏ ପର୍ଯ୍ୟନ୍ତ ପାଖାପାଖି 2000ଉଠା ଦୋକାନୀଙ୍କୁ ଋଣ ପ୍ରଦାନ କରାଯାଇଛି ବୋଲି କତ୍ତୃପକ୍ଷ କହିଛନ୍ତି ।
ହେଲେ ଋଣ ପ୍ରଦାନରେ ବିଳମ୍ବ କଥାକୁ ଖଣ୍ଡନ କରିଛନ୍ତି ବିଏମସି ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନ। । ବିଏମସି ଦ୍ବାରା ପଞ୍ଜିକୃତ ପ୍ରାୟ 21,483 ଜଣ ଉଠା ଦୋକାନୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ବହୁ ଉଠା ଦୋକାନୀ ଦେଖାନାହାଁନ୍ତି ଜଣାପଡିଛି ।
କୋଭିଡ ସମୟରେ ପ୍ରଭାବିତ ଉଠା ଦୋକାନୀମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାରେ 10,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏପର୍ଯ୍ୟନ୍ତ ବ୍ୟାଙ୍କରୁ 1388ଜଣଙ୍କୁ 10000 ଟଙ୍କା ଲେଖାଏଁ ଋଣ ସହାୟତା ପ୍ରଦାନ କରାଯାଇଛି । ସେପଟେ 3 ଟି ଜୋନରୁ ତାଲିକା ଆସିବା ପରେ ସମସ୍ତଙ୍କୁ ଋଣ ପ୍ରଦାନ କରାଯିବ ବୋଲି ଡେପୁଟି କମିଶନର କହିଛନ୍ତି ।
ସେହିପରି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ମୋଟ 21,483 ଜଣ ଉଠାଦୋକାନୀ ଥିବାବେଳେ ଏପର୍ଯ୍ୟନ୍ତ 6713 ଜଣ ଆବେଦନ କରିଛନ୍ତି । 3057 ଜଣଙ୍କ ଋଣ ଗୃହୀତ ହୋଇସାରିଛି । 1388 ଜଣଙ୍କୁ ଋଣ ପ୍ରଦାନ କରାଯାଇଛି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ 250ଟି ବ୍ୟାଙ୍କ ଶାଖା ରହିଛି । ଉଠା ଦୋକାନୀ ସଂଘ ସହ ଆଲୋଚନା ସରିଛି । ଉଠା ଦୋକାନୀଙ୍କ ଅବଗତ ନିମନ୍ତେ 100 ଟି ବ୍ୟାନର ଓ 1000 ଲିଫଲେଟ ବଣ୍ଟା ସରିଥିବା ଜଣାପଡିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ