ETV Bharat / city

ଜାତୀୟ ଯୁବ ଦିବସ ଅବସରରେ ଓଡିଆ ଝିଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

author img

By

Published : Jan 12, 2021, 8:27 PM IST

ଯୁବ ଦିବସ ଅବସସରେ ଆୟୋଜିତ ଯୁଥ ପାର୍ଲିଆମେଣ୍ଟ କାର୍ଯ୍ୟକ୍ରମରେ ଓଡିଆ ଝିଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ଅଧିକ ପଢନ୍ତୁ...

ଜାତୀୟ ଯୁବ ଦିବସ ଅବସରରେ ଓଡିଆ ଝିଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଜାତୀୟ ଯୁବ ଦିବସ ଅବସରରେ ଓଡିଆ ଝିଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଜାତୀୟ ଯୁବ ଦିବସ ଅବସସରେ ଆୟୋଜିତ ‘ ଯୁଥ ପାର୍ଲିଆମେଣ୍ଟ’କାର୍ଯ୍ୟକ୍ରମରେ ଓଡିଆ ଝିଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ଓଡିଆ ଛାତ୍ରୀ ମୈଥିଲି ଜେନାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁଥ ପାର୍ଲିଆମେଣ୍ଟ କାର୍ଯ୍ୟକ୍ରମରେ ମୈଥିଲି ରଖିଥିବା ବକ୍ତୃତା ବେଶ ପ୍ରେରଣାଦାୟୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୈଥିଲି ପ୍ରଯୁକ୍ତିବିଦ୍ୟା ଓ ସୁରକ୍ଷା ଉପରେ ନିଜର ଅଭିଭାଷଣ ରଖିଥିଲେ । ତାଙ୍କ ଦ୍ବାରା ପ୍ରଦତ୍ତ ବକ୍ତୃତା ବେଶ ଉପାଦେୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୈଥିଲିଙ୍କ ଅଭିଭାଷଣ ସମସ୍ତେ ଶୁଣିବା ଆବଶ୍ୟକ ବୋଲି ମଧ୍ୟ ସେ ମତ ରଖିଛନ୍ତି ।

  • Maithili Jena makes Odisha proud. Do listen to her thoughts on the importance of technology and security. https://t.co/XjJnwKW5ND

    — Narendra Modi (@narendramodi) January 12, 2021 " class="align-text-top noRightClick twitterSection" data=" ">

ଏହି ୟୁଥ ପାର୍ଲିଆମେଣ୍ଟରେ ଦେଶର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ଭାଗ ନେବା ସହ ଦେଶର ବିଭନ୍ନ ପ୍ରସଙ୍ଗ ଉପରେ ତାଙ୍କର ଦୃଷ୍ଟିଭଙ୍ଗୀ ଓ ମନ୍ତବ୍ୟ ରଖିଥିଲେ । ଦେଶର ସାମ୍ପ୍ରତିକ ଅବସ୍ଥା ଓ ପ୍ରାସଙ୍ଗିକତାକୁ ନେଇ ମତ ରଖିଥିଲେ ଛାତ୍ରଛାତ୍ରୀ ।ବିଭିନ୍ନ ପ୍ରସଙ୍ଗରେ ନିଜର ଗୁରୁତ୍ବପୁର୍ଣ୍ଣ ଓ ଦୂରଦୃଷ୍ଟି ସମ୍ପନ୍ନ ଅଭିମତ ରଖିଥିବା ବହୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା କରିଛନ୍ତି ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ଛାତ୍ରୀ ମୁଦିତା ମିଶ୍ରା ପ୍ରଥମ ସ୍ଥାନ ଅଧିକାର କରଥିବା ବେଳେ ମହାରାଷ୍ଟ୍ରର ୟାତି ମିଶ୍ରା ଓ ସିକିମର ଅଭିନାମ ମଧ୍ୟ ଉଚ୍ଚକୋଟିର ଅଭିଭାଷଣ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.