ETV Bharat / city

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ମହିଳା ମୋର୍ଚ୍ଚା - ବିଜେପି

ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚା

author img

By

Published : Jul 7, 2021, 2:18 PM IST

Updated : Jul 7, 2021, 3:32 PM IST

ଭୁବନେଶ୍ବର: ବିଜେପି ମହିଳା ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ । ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ଆଇଟିସେଲର କାର୍ଯ୍ୟକଳାପକୁ ନେଇ ବର୍ଷିଛନ୍ତି । ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ଆଇଟି ସେଲର ଅପଶବ୍ଦ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ସ୍ମୃତି ।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚା

ବିଜେପିର ଅନେକ ନେତ୍ରୀମାନଙ୍କୁ ସୋସିଆଲ ମିଡ଼ିଆ ଜରିଆରେ କଦର୍ଯ୍ୟ ଭାଷା ବ୍ୟବହାର କରାଯାଉଛି । ଆମେ ଏ ନେଇ ପୋଲିସ ପାଖେ ଅଭିଯୋଗ ବି କରିଛୁ ମାତ୍ର କାର୍ଯ୍ୟାନୁଷ୍ଠାନ କିଛି ହେଉ ନାହିଁ ବୋଲି କହିଛନ୍ତି ସ୍ମୃତି । ଏହା କଣ ବିଜେଡ଼ିର ମାଆଙ୍କୁ ସମ୍ନାନ ବୋଲି ପ୍ରଶ୍ନ କରିଛନ୍ତି ସଭାନେତ୍ରୀ । ନବୀନ ବାବୁ ସବୁ ଜାଣି ଏପରି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି ।

ଜଣେ ରାଷ୍ଟ୍ରୀୟ ଦଳର ବରିଷ୍ଠ ନେତ୍ରୀଙ୍କୁ ଏ କେମିତି କା ବ୍ୟବହାର ବୋଲି ପ୍ରଶ୍ନ କରିଛନ୍ତି ସ୍ମୃତି । 30 ଜୁନରେ ଏନେଇ ସାଇବର ଥାନା ମାମଲା ରୁଜ୍ଜୁ ହୋଇଛି । ଏ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ ।

ଅଭିଯୁକ୍ତ ନିର୍ଭୟରେ ବାହାରେ ବୁଲୁଛି ମାତ୍ର ପୋଲିସ କହୁଛି ସେ ଘରେ ନାହିଁ । କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଭିଡିଓ ଭାଇରାଲ ହୋଇଥିଲା ବିଜେପି କର୍ମୀଙ୍କୁ ଅଯଥାରେ ଜେଲ ଭର୍ତ୍ତି କରିଥିଲେ । ଏଠି କିନ୍ତୁ ପୋଲିସର ହାତ ବନ୍ଧା ପଡିଛି ବୋଲି କହିଛନ୍ତି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

Last Updated : Jul 7, 2021, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.