ETV Bharat / city

ଆସୁଛନ୍ତି ରାଷ୍ଟ୍ରପତି, ରୁଟ ଲାଇନ ପ୍ରସ୍ତୁତ - president ramanath kovind to be visit odisha

ଆସନ୍ତା ୭ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ କାର୍ଯ୍ୟସୂଚୀ ସମେତ ରୁଟ ଲାଇନ ପ୍ରକାଶ ପାଇଛି ।

ଆସୁଛନ୍ତି ରାଷ୍ଟ୍ରପତି
ଫାଇଲ ଫଟୋ
author img

By

Published : Dec 4, 2019, 4:36 PM IST

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଖୋର୍ଦ୍ଧା ବରୁଣେଇ ପୀଠ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ସହ ଗସ୍ତକୁ ନେଇ କାର୍ଯ୍ୟସୂଚୀ ସମେତ ରୁଟ୍‌ ଲାଇନ ପ୍ରକାଶ ପାଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

ଆସନ୍ତା 7 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଏକ ସ୍ବତନ୍ତ୍ର ବିମାନ ଯୋଗେ ଯୋଧପୁର ବିମାନବନ୍ଦରରୁ ଆସି ୭ଟା ୩୦ ସମୟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯିବା ପରେ 7 ଟା 50ରେ ରାଜଭବନରେ ପହଞ୍ଚିବେ । ସେଠାରେ ରାତ୍ରଭୋଜନ ସହ ଶୟନ ମଧ୍ୟ କରିବେ ।

ପରଦିନ ସକାଳୁ ଅର୍ଥାତ 8 ତାରିଖ ଦିନ ସକାଳ ଜଳଖିଆ କରିବା ପରେ ଭୁବନେଶ୍ବର ବିମାନବନ୍ଦରରୁ 9ଟା 30 ସମୟରେ ହେଲିକପ୍ଟରରେ ଗୋଶାଳା ପଡିଆ ବାହାରିବେ । ଗୋଶାଳା ପଡ଼ିଆରେ 10ଟା10 ସମୟରେ ପହଞ୍ଚିବା ପରେ ସଡକ ପଥ ଦେଇ ବରୁଣେଇ ଅଭିମୁଖେ ଯାତ୍ରା କରିବେ । ସେଠାରେ 10ଟା 35ରେ ବରୁଣେଇ ଠାରେ ଭୂମି ପୂଜା ସାଙ୍ଗକୁ ପାଇକ ବିଦ୍ରୋହର ଫାଉଣ୍ଡେସନ ସଭାରେ ପାଖାପାଖି 1 ଘଣ୍ଟା ରହିବେ । ଏହାପରେ ବରୁଣେଇ ପାହାଡ଼ କାର୍ଯ୍ୟକ୍ରମ ସ୍ଥଳରୁ 11 ଟା 45 ରେ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ବାହାରି ଭୁବନେଶ୍ବର ବିମାନ ବନ୍ଦରରେ 12 ଟା 15 ସମୟରେ ପହଞ୍ଚିବେ । ସେଠାରୁ ସଡକ ପଥ ଦେଇ ସିଧାସଳଖ ଉତ୍କଳ ବିଶ୍ଵବିଦ୍ୟାଳୟର 75 ତମ ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମରେ ଭାଗନେବେ ରାଷ୍ଟ୍ରପତି କୋବିନ୍ଦ ।

ତେବେ ଉତ୍କଳ ବିଶ୍ଵବିଦ୍ୟାଳୟରେ ସେ ପ୍ରାୟ ଏକ ଘଣ୍ଟା ରହିବେ । ଏହାପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟକ୍ରମ ଶେଷ କରି 1 ଟା 50ରେ ରାଜଭବନ ଅଭିମୁଖେ ଯାତ୍ରା କରିବେ । ସେଠାରୁ ମଧ୍ୟାହ୍ନ ଭୋଜନ କରିବା ପରେ ସନ୍ଧ୍ୟା 5 ଟା ସମୟରେ ଭୁବନେଶ୍ବର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ‘ବ୍ଲୁ ବୁକ’ ନିୟମ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ମୁଖ୍ୟତଃ ବିମାନବନ୍ଦର, ରାଜଭବନ, ଖୋର୍ଦ୍ଧା ବରୁଣେଇ ପୀଠ, ଉତ୍କଳ ବିଶ୍ଵବିଦ୍ୟାଳୟ ପରିସର ଓ ରୁଟ ଲାଇନରେ ବ୍ୟାପକ ପୋଲିସ ଫୋର୍ସ ମୂତୟନ ରହିବେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଯିବା ଆସିବା ସମୟରେ ଉଭୟ ରୁଟରେ ରାସ୍ତାକୁ କିଛି ସମୟ ପୂର୍ବରୁ ବନ୍ଦ କରାଯିବ । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବ୍ୟବସ୍ଥା ଏସପିଜି ହାତରେ ରହିଥିବା ବେଳେ ରାଜ୍ୟ ପୋଲିସ କେବଳ ବାହ୍ୟ ସୁରକ୍ଷାରେ ଯୋଗାଇ ଦେବ ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

Intro:
ଆସୁଛନ୍ତି ରାଷ୍ଟ୍ରପତି, ରୁଟ ଲାଇନ ପ୍ରସ୍ତୁତ।

ଚଳିତ ମାସ ୭ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତ ରେ ରାଷ୍ଟ୍ରପତି। ଖୋର୍ଦ୍ଧା ର ବରୁଣେଇ ପିଠ ଓ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ସହ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କାର୍ଯ୍ୟସୂଚୀ ସମେତ ରୁଟ ଲାଇନ ପ୍ରକାଶ ପାଇଛି।

Body:

ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବନ୍ଦୋବସ୍ତ ସମ୍ପର୍କରେ ଗଣମାଧ୍ୟମ କୁ ସୂଚନା ଦିଆଯାଇଛି। 7 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ୱତନ୍ତ୍ର ବିମାନ ରେ ଜୋଧପୁର ବିମାନବନ୍ଦରରୁ ଆସି ୭ଟା ୩୦ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରେ ରାଷ୍ଟ୍ରପତି ଙ୍କୁ ସ୍ୱଗତ କରିବା ସହ 7 ଟା ୪୦ ରେ ବାହାରି 7 ଟା 50 ରେ ରାଜଭବନ ରେ ପହଞ୍ଚିବେ। ରାତ୍ରଭୋଜନ ସହ ରାଜଭବନ ରେ ରାତ୍ର ଶୟନ କରିବେ ରାଷ୍ଟ୍ରପତି କୋବିନ୍ଦ।
ପରଦିନ ସକାଳୁ ଅର୍ଥାତ 8 ତାରିଖ ଦିନ ସକାଳ ଜଳଖିଆ କରିବା ପରେ ଭୁବନେଶ୍ୱର ବିମାନବନ୍ଦରରୁ 9ଟା 30 ସମୟରେ ହେଲିକ୍ୟାପ୍ଟର ମାଧ୍ୟମରେ ଗୋଶାଳା ପଡିଆ ବାହାରିବେ। ଗୋଶାଳା ପଡ଼ିଆରେ 10ଟା10 ସମୟରେ ପହଁଚି ସଡକ ପାଠ ଦେଇ ବରୁଣେଇ ଆଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି। ସେଠାରେ 10ଟା 35 ରେ ବରୁଣେଇ ଠାରେ ଭୂମି ପୂଜା ସାଙ୍ଗକୁ ପାଇକ ବିଦ୍ରୋହର ଫାଉଣ୍ଡେସନ ସଭାରେ ପାଖାପାଖି 1 ଘଣ୍ଟା ରହିବେ ରାଷ୍ଟ୍ରପତି। ବରୁଣେଇ ପାହାଡ଼ କାର୍ଯ୍ୟକ୍ରମ ସ୍ଥଲରୁ 11 ଟା 45 ରେ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ମାଧ୍ୟମରେ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ 12 ଟା 15 ସମୟରେ ପହଞ୍ଚିବେ।
ସଡକ ପାଥ ଦେଇ ସିଧା ସଳଖ ଉତ୍କଳ ବିଶ୍ଵବିଦ୍ୟାଳୟ ର 75 ତମ ପ୍ଲାଟିନମ ଜୁବିଲ କାର୍ଯ୍ୟକ୍ରମରେ ଭାଗନେବେ ରାଷ୍ଟ୍ରପତି କୋବିନ୍ଦ।
ତେବେ ଉତ୍କଳ ବିଶ୍ଵବିଦ୍ୟାଳୟ ରେ ପ୍ରାୟ ଏକ ଘଣ୍ଟା ରହିବେ ରାଷ୍ଟ୍ରପତି। ତେବେ ଉତ୍କଳ ବିଶ୍ଵବିଦ୍ୟାଳୟ ରେ କାର୍ଯ୍ୟକ୍ରମ ଶେଷ କରି 1 ଟା 50 ରେ ରାଜଭବନ ଅଭିମୁଖେ ଯାତ୍ରା କରିବେ ସଡକ ପାଥ ମାଧ୍ୟମରେ। ରାଷ୍ଟ୍ରପତି ରାଜଭବନ ରେ ମଧ୍ୟାହ୍ନ ଭୋଜନ କରିବା ପରେ 5 ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ରାଷ୍ଟ୍ରପତି ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ବ୍ଲୁ ବୁକ ନିୟମ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରାଯିବ। ବିମାନବନ୍ଦର, ରାଜଭବନ, ଖୋରଧା ବରୁଣେଇ ପୀଠ, ଉତ୍କଳ ବିଶ୍ଵବିଦ୍ୟାଳୟ ପରିସର, ଓ ରୁଟ ଲାଇନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ। ରାଷ୍ଟ୍ରପତିଙ୍କ ଯିବା ଆସିବା ସନୟରେ ଉଭୟ ରୁଟ ରେ ରାସ୍ତାକୁ କିଛି ସମୟ ପୂର୍ବରୁ ବନ୍ଦ କରାଯିବ। ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବ୍ୟବସ୍ଥା ଏସପିଜି ହାତରେ ରହିଥିବା ବେଳେ ରାଜ୍ୟ ପୋଲିସ କେବଳ ବାହ୍ୟ ସୁରକ୍ଷାରେ ଯୋଗାଇ ଦେବ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.