ETV Bharat / city

ପିପିଲି ଉପନିର୍ବାଚନ: ସଭାପତିଙ୍କ ନିଷ୍ପତ୍ତି ପାଳନ କରିବାକୁ ପ୍ରତିଜ୍ଞା ନେଲେ ସୁର - ନିରଞ୍ଜନ ପଟ୍ଟନାୟକ

ପିପିଲି ଓ ଡେଲାଙ୍ଗ ଉପନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପିପିଲି ଓ ଡେଲାଙ୍ଗ ବିଧାନସଭା ଆସନକୁ ହାତେଇବାକୁ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତି ପାଇଁ ବୈଠକ ହୋଇଛି। ଅଧିକ ପଢ଼ନ୍ତୁ...

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ଆରମ୍ଭ

author img

By

Published : Nov 13, 2020, 7:24 PM IST

Updated : Nov 13, 2020, 7:42 PM IST

ଭୁବନେଶ୍ବର: ପିପିଲି ଓ ଡେଲାଙ୍ଗ ଉପନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପିପିଲି ଓ ଡେଲାଙ୍ଗ ବିଧାନସଭା ଆସନକୁ ହାତେଇବାକୁ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତି ପାଇଁ ବୈଠକ ଆରମ୍ଭ ହୋଇଛି । ଏଥିପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ କଂଗ୍ରେସର ତମାମ ବରିଷ୍ଠ ନେତା କଂଗ୍ରେସ ଭବନରେ ଉପସ୍ଥିତ ରହି ଆଲୋଚନା କରିଛନ୍ତି।

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ଆରମ୍ଭ

ଏହାସହ ରାଜ୍ୟର ଦୁଇ ଦୁଇଟି ଉପନିର୍ବାଚରେ ବିଫଳତା ପରେ କଂଗ୍ରେସ ମାନସ ମନ୍ଥନ ଆରମ୍ଭ କରିଦେଇଛି। ଏହାସହ ପିପିଲି ଓ ଡେଲାଙ୍କ ଉପନିର୍ବାଚନକୁ ନେଇ ପ୍ରଦେଶ କଂଗ୍ରେସ ନେତା ଓ ପିପିଲି କର୍ମୀଙ୍କ ଅଧୀନରେ ବୈଠକ କରାଯାଉଛି। ବାଲେଶ୍ବର ଓ ତିର୍ତ୍ତୋଲରେ ଉପଯୁକ୍ତ ରଣନୀତି ହୋଇ ନଥିବାରୁ କଂଗ୍ରେସକୁ ହାରିବାକୁ ପଡ଼ିଥିବା ନେଇ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏଥିପାଇଁ ଆଗାମୀ ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ସମସ୍ତ ପ୍ରକାର କସରତ କରୁଛି।

ପିପିଲି ଉପନିର୍ବାଚନ ପାଇଁ ମଙ୍ଗ ଧରି ପାରନ୍ତି ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। 7ରୁ 10 ଦିନ ଭିତରେ ପିପିଲି ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ। ଡେଲାଙ୍ଗ ଓ ପିପିଲି ବ୍ଲକ, ଏନଏସି ଏବଂ 46ଟି ପଞ୍ଚାୟତରେ ଥିବା କଂଗ୍ରେସ କର୍ମୀଙ୍କ ମତ ନେବା ପରେ ପ୍ରାର୍ଥୀ ଚୟନ କରାଯିବ। ଏଥିପାଇଁ ରାଜ୍ୟ କଂଗ୍ରେସ 10 ଜଣିଆ ଟିମ ଗଠନ କରିଛି। ପ୍ରାର୍ଥୀ ଚୟନ ହେବାପରେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 13, 2020, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.