ETV Bharat / city

କୋରୋନା ଭ୍ୟାକସିନ ପାଇଁ ସରକାରଙ୍କ ପ୍ରସ୍ତୁତି, ଜାଣନ୍ତୁ କ'ଣ ରହିଛି ପଞ୍ଜିକରଣ ନିୟମ

author img

By

Published : Dec 15, 2020, 3:58 PM IST

Updated : Dec 15, 2020, 4:58 PM IST

କୋରୋନା ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଟୀକା ଆସିଲେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକଙ୍କୁ ପ୍ରାଥମିକତା ଦିଆଯିବ । ଅଧିକ ପଢ଼ନ୍ତୁ...

Preparations for the Corona Vaccine by state Government
କୋରୋନା ଭ୍ୟାକସିନ ପାଇଁ ସରକାରଙ୍କ ପ୍ରସ୍ତୁତି, ଜାଣନ୍ତୁ କ'ଣ ରହିଛି ପଞ୍ଜିକରଣ ନିୟମ

ଭୁବନେଶ୍ବର: କୋରୋନା ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାରାତ୍ମକ ଭାଇରସ କୋଭିଡ-19 ପାଇଁ ଟୀକା ଆସିଲେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକଙ୍କୁ ପ୍ରାଥମିକତା ଦିଆଯିବ । ଏଥିପାଇଁ ଏହି ବର୍ଗର ବ୍ୟକ୍ତି ବିଶେଷଙ୍କୁ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଆଗୁଆ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡିବ ବୋଲି ସୂଚନା ମିଳିଛି।

କୋରୋନା ଟୀକା ପଞ୍ଜିକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ ଆରମ୍ଭ ହୋଇଛି। ଏହି ପୋର୍ଟାଲରେ ହିଁ କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ ପରିଚୟ ପତ୍ର ଦେଇ ପଞ୍ଜିକରଣ କରିବାକୁ ପଡିବ । ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଗୋଟିଏ ଟିକାକରଣ କେନ୍ଦ୍ରରରେ 100 ରୁ 200 ଶହ ଲୋକଙ୍କୁ ଟୀକା ଦିଆଯିବ। ଟୀକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ଓ ବ୍ଳକ ସ୍ତରରେ ଟାସ୍କ ଫୋର୍ସ ଗଠନ କରାଯାଇଛି ।

2 ରୁ 8 ଡିଗ୍ରୀ ତାପମାତ୍ରା ମଧ୍ୟରେ କୋରୋନା ଟୀକା ସଂରକ୍ଷିତ ହେବ। ଏଥିପାଇଁ ରାଜ୍ୟରେ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସଂରକ୍ଷଣ ବ୍ୟବସ୍ଥା ହୋଇଛି । ଟୀକାକରଣ ପାଇଁ ରାଜ୍ୟରେ 3 ଲକ୍ଷରୁ ଅଧିକ ଲୋକଙ୍କ ଚିହ୍ନଟ କରାଯାଇଛି । ଟୀକା ଦେବା ପାଇଁ ଯେତିକି ସ୍ବାସ୍ଥ୍ୟକର୍ମୀ ଆବଶ୍ୟକ ସେତିକି ତାଲିମ ପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ସଜାଗ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ ଦେଶର ଏକ ଚତୁର୍ଥାଂଶ ଲୋକଙ୍କୁ ଟୀକା ଦେବା ପାଇଁ ଯୋଜନା ରହିଛି। ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ । ପ୍ରତ୍ୟକ ଦିନ ଗୋଟିଏ ସେସନରେ ଶହେରୁ ଦୁଇ ଶହ ଜଣଙ୍କୁ ଟିକା ଦିଆଯିବାକୁ ଯୋଜନା ରହିଛି। ଟିକା ନେବା ପରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ୩୦ ଦିନ ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯିବ। କିଛି ଦିନ ପୂର୍ବେ କେନ୍ଦ୍ର ସ୍ବାସ୍ଥ୍ଯ ସଚିବ କୋରନା ଟୀକା ଆସିବା ନେଇ ସୂଚନା ଦେଇଥିଲେ। ଏହାସହ ପ୍ରଥମ ପର୍ଯ୍ୟାୟରେ 30 କୋଟି ଲଙ୍କୁ ଏହି ଟୀକା ଦିଆଯିବ ବୋଲି ସୂଚନା ଦେଇଥିଲେ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Dec 15, 2020, 4:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.