ETV Bharat / city

ପୌର ଫାଇଟ ପୂର୍ବରୁ ଅଶାନ୍ତ ରାଜଧାନୀ, ଥାନା ସାମ୍ନାରେ ୫ ଭାଇଙ୍କୁ ଆକ୍ରମଣ - ଭୁବନେଶ୍ବରରେ ପ୍ରାକ୍ ନିର୍ବାଚନୀ ହିଂସା

ରାଜଧାନରେ ପ୍ରାକ୍ ନିର୍ବାଚନୀ ହିଂସା । ବିଜେଡ଼ି କର୍ପୋରେଟର ପ୍ରାର୍ଥୀ ଏବଂ ସମର୍ଥକଙ୍କ ଆକ୍ରମଣରେ ବିଜେପି ପ୍ରାର୍ଥିନୀଙ୍କ ସ୍ବାମୀ, ଦିଅର ଓ ଦେଢଶୂର ଗୁରୁତର । ଅଧିକ ପଢନ୍ତୁ

ଭୁବନେଶ୍ବରରେ ପ୍ରଥମ ପ୍ରାକ୍ ନିର୍ବାଚନୀ ହିଂସା, ଥାନା ସାମ୍ନାରେ ୫ ଭାଇଙ୍କୁ ଆକ୍ରମଣ

author img

By

Published : Mar 12, 2022, 10:51 AM IST

Updated : Mar 12, 2022, 2:32 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପ୍ରଥମ ପ୍ରାକ୍ ନିର୍ବାଚନୀ ହିଂସା । ଲକ୍ଷ୍ମୀ ସାଗର ଥାନା ସାମ୍ନାରେ 5 ଭାଇଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ । ଲୁହାରଡ୍, ଠେଙ୍ଗା ଓ ଢେଲାରେ ବିଜେପି କର୍ପୋରେଟର ପ୍ରାର୍ଥିନୀଙ୍କ ପରିବାର ଲୋକଙ୍କୁ ପିଟିବା ସହ ଗାଡି ଭାଙ୍ଗିଲେ ବିଜେଡି ପ୍ରାର୍ଥୀ ଏବଂ ସମର୍ଥକ । 33ନଂ ୱାର୍ଡ ବିଜେପି ପ୍ରାର୍ଥିନୀ ଧରିତ୍ରୀ ଜେନାଙ୍କ ସ୍ବାମୀ, ଦିଅର ଓ ଦେଢଶୂରଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୌର ଫାଇଟ ପୂର୍ବରୁ ଅଶାନ୍ତ ରାଜଧାନୀ, ଥାନା ସାମ୍ନାରେ ୫ ଭାଇଙ୍କୁ ଆକ୍ରମଣ

ଯାହା ସୂଚନା ରହିଛି, ବିଜେଡ଼ି କର୍ପୋରେଟର ପ୍ରାର୍ଥୀନି ସୁଲଗ୍ନା ଜେନାଙ୍କ ସ୍ଵାମୀ ଦିଳ୍ଳୀପ ଜେନା ଏବଂ 32 ନଂ ୱାର୍ଡର ବିଜେଡ଼ି ପ୍ରାର୍ଥୀ ଶିଖର ଜେନା, ଶ୍ରୀଧର ଜେନାଙ୍କ ସହ 60ରୁ ଅଧିକ ଲୋକ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ପୋଷ୍ଟର ଚିରାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ଏନେଇ ଅଭିଯୋଗ କରିବାକୁ ଥାନାକୁ ଯାଇଥିବା ବେଳେ ଥାନା ସାମ୍ନାରେ ପୋଲିସ ଉପିସ୍ଥିତିରେ ଗଣ୍ଡଗୋଳ ଘଟିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Mar 12, 2022, 2:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.