ETV Bharat / city

ରାଜ୍ୟସଭାରୁ ପ୍ରତାପ ଦେବଙ୍କ ଇସ୍ତଫା - resign

ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରତାପ କେଶରୀ ଦେବ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ସଦସ୍ୟତାରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି ।

ଫାଇଲ ଫଟୋ
author img

By

Published : Jun 10, 2019, 9:25 PM IST

ଭୁବନେଶ୍ବର: ରାଜ୍ୟସଭା ସଦସ୍ୟ ପଦରୁ ପ୍ରତାପ କେଶରୀ ଦେବଙ୍କ ଇସ୍ତଫା । ଆଳି ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଆଜି(ସୋମବାର) ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି । ସେ 2017 ମସିହା ମେ ମାସରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଚଳିତ ସାଧାରଣ ନିର୍ବାଚନରେ ସେ ଆଳି ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇ ବିଜୟ ଲାଭ କରିଥିଲେ ।

ସୂଚନା ଥାଉକି, ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ଏହା ସହ ବିଧାୟକ ଭାବେ ନିର୍ବାଚିତ ହେବାପରେ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

SLUG-TRAINING ON SOLID WASTE MANAGEMENT
AVB-MRUTYUNJAY SENAPATI,MAYURBHANJ
DATE-10.06.2019
Anchor- ବାରିପଦା ପୌରପରିଷଦ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବାରିପଦା ପୌରପରିଷଦ ର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବାରିପଦା ପୌରପରିଷଦ 200 ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ ସହ ସ୍ୱୟଂ ସହାୟକ ଗୋଷ୍ଠୀ ର ମେମ୍ବର ମାନେ ଯୋଗଦେଇଥିଲେ।  ସଫେଇ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଏହି ଶିବିର ରେ ଅନୁଷ୍ଠିତ ହୋଇଥିଲା। ତେବେ ପ୍ରଥମ ଥର ପାଇଁ ସଫେଇ କର୍ମଚାରୀ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଅଛି।  2016 ବର୍ଜ୍ୟବସ୍ତୁ ପରିଚାଳନା ଆଇନ କୁ ସୁଚାରୁ ରୁପେ କାର୍ଯ୍ୟକାରୀ  କରିବାରେ ଏହି ପ୍ରଶିକ୍ଷଣ ଶିବିର ସହାୟକ ହେବ ବୋଲି କହିଛନ୍ତି ବାରିପଦା ପୌରପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ। 
ବାଇଟ-ସରୋଜ କୁମାର ଦାସ-କାର୍ଯ୍ୟ ନିର୍ବାହୀ ଅଧିକାରୀ-ବାରିପଦା ପୌରପରିଷଦ
Visual Byte Mojo
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.