ETV Bharat / city

'ନବୀନ ପଟ୍ଟନାୟକ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବରେ ପ୍ରଥମ' - general election 2019

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପାଇଁ ହେଉଥିବା ଦାବି ନେଇ କହିଛନ୍ତି ଯେ ଭାରତ ରତ୍ନ ଏବେ ତାଙ୍କ ପାଇଁ ଛୋଟ ହୋଇଯାଇଛି । ଯେମିତି ମହାତ୍ମାଗାନ୍ଧୀଙ୍କ ନିକଟରେ ନୋବେଲ ଶାନ୍ତି ପୁରସ୍କାର ଛୋଟ ହୋଇଯାଇଛି ସେହିପରି ବିଜୁଙ୍କ ପାଇଁ ଭାରତ ରତ୍ନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର
author img

By

Published : Mar 5, 2019, 9:43 PM IST

ଭୁବନେଶ୍ବର: ନବୀନ ପଟ୍ଟନାୟକ କେବଳ ଭାରତ ବର୍ଷରେ ପ୍ରଥମ ହୋଇନାହାନ୍ତି । ସାରା ବିଶ୍ବରେ ସେ ଓଡିଶାର ଟେକ ରଖିଛନ୍ତି । ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ନବୀନ ସାରା ବିଶ୍ବରେ ଖ୍ୟାତ ବୋଲି ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

ଆଜି ବିଜୁ ପଟ୍ଟନାୟକଙ୍କ 103 ତମ ଜୟନ୍ତୀ ଅବସରରେ ପ୍ରସନ୍ନ ବିଜୁ ପଟ୍ଟନାୟକ ପାର୍କରେ ବିଜୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି କଥା କହିଛନ୍ତି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଅନେକ ଭଲ କାମ କରିଛନ୍ତି । ଅତୀତରେ ଯାହା କେହି କରିନଥିଲେ ତାହା ସେ କରି ଦେଖାଇଛନ୍ତି । ନୂଆ ନୂଆ ଯୋଜନା ଓ ପ୍ରକଳ୍ପ ଦ୍ବାରା ସେ ଓଡିଶାର ଲୋକଙ୍କ ପ୍ରିୟପାତ୍ର ହୋଇଛନ୍ତି ବୋଲି ସେ କହିଛନ୍ତି ।

ପାଟ୍ଟଶାଣୀ ଆହୁରି ମଧ୍ୟ କହିଛନ୍ତି ଯେ ଏବର୍ଷ କର୍ମୀଙ୍କ ମଧ୍ୟରେ ରହିଛି ଅନେକ ଉଲ୍ଲାସ । କାରଣ ଏଥର ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଆମେ ପୁଣି ସରକାରକୁ ଆସିବୁ । ବିଜୁ ପଟ୍ଟନାୟକଙ୍କ ପରେ କେବଳ ନବୀନ ପଟ୍ଟନାୟକ ହିଁ ଏପରି କାମ କରୁଛନ୍ତି ଯାହା କେହି ଅତୀତରେ କରିନଥିଲେ । ବାପାଙ୍କ ଆଶୀର୍ବାଦରେ ନବୀନ ଚତ୍ମକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରସନ୍ନ କହିଛନ୍ତି ।

ଏହାସହ ବିଜୁ ପଟ୍ଟନାୟକଙ୍କୁ ଝଡର ଇଗଲ ବୋଲି ସେ କହିବା ସହ ଓଡିଶା କେବଳ ଦୁଇ ଜଣ ନେତାଙ୍କୁ ଜନ୍ମ ଦେଇଥିଲା ବୋଲି କହିଛନ୍ତି । ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଆଉ ଜଣେ ବିଜୁ ପଟ୍ଟନାୟକ । ଜଣେ ଏଠାରେ ଜନ୍ମ ନେଇଥିଲେ କିନ୍ତୁ କର୍ମ କରିପାରିନଥିଲେ । ହେଲେ ଆଉ ଜଣେ ଏଠାରେ ଜନ୍ମ ନେଇ, କର୍ମ କରି, ସଂଗ୍ରାମ କରି ଓଡିଶାକୁ ବିଶ୍ବବନ୍ଦିତ କରିଛନ୍ତି ବୋଲି ପାଟ୍ଟଶାଣୀ କହିଛନ୍ତି ।

undefined

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପାଇଁ ହେଉଥିବା ଦାବି ନେଇ କହିଛନ୍ତି ଯେ ଭାରତ ରତ୍ନ ଏବେ ତାଙ୍କ ପାଇଁ ଛୋଟ ହୋଇଯାଇଛି । ଯେମିତି ମହାତ୍ମାଗାନ୍ଧୀଙ୍କ ନିକଟରେ ନୋବେଲ ଶାନ୍ତି ପୁରସ୍କାର ଛୋଟ ହୋଇଯାଇଛି ସେହିପରି ବିଜୁଙ୍କ ପାଇଁ ଭାରତ ରତ୍ନ । ତେବେ ତାଙ୍କ ଜୀବିତ ଅବସ୍ଥାରେ ଏହା ତାଙ୍କୁ ପ୍ରଦାନ କରାଯାଇଥିଲେ ଓଡିଆ ଜାତି ପ୍ରତି ଏହା ଶ୍ରେଷ୍ଠ ସମ୍ମାନ ହୋଇଥାନ୍ତା ବୋଲି ପଟ୍ଟଶାଣୀ କହିଛନ୍ତି ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

ଭୁବନେଶ୍ୱର ରେ ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ କୁ ପ୍ରୋତ୍ସାହିତ କରିବା ପାଇଁ ଲୋକାର୍ପିତ ଓ ଉଦଘାଟିତ ହେଲା ଏକାଧିକ ପ୍ରକଳ୍ପ।ଏହା ସହିତ ନୂଆ ରେଳ ଚଳାଚଳ ଏବଂ ରେଳ ରହଣି ର ଶୁଭାରମ୍ଭ କଲେ  ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିଂନ୍ହା ଓ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଭୁବନେଶ୍ୱର ରୁ ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଢେଙ୍କାନାଳ ରେ ଅଟକିବ,ଗୋଣ୍ଡଓଅନା ଏକ୍ସପ୍ରେସ ଝାରସୁଗୁଡା ଦେଇ ସମ୍ବଲପୁର ଚାଲିବ, ହୋବ୍ରହା ସତ୍ୟ ସାଇ ପ୍ରଶାନ୍ତି ଏକ୍ସପ୍ରେସ ବାଲେଶ୍ଵର ରେ ଅଟକିବ, ହଳଦିଆ ମାଡ୍ରାସ ସୁପେର୍ଫଅସ୍ତ ବାଲେଶ୍ଵର ରେ ଅଟକିବ, ହାବ୍ରହା କନ୍ୟାକୁମାରି ଏକ୍ସପ୍ରେସ ଭଦ୍ରକ ରେ ଅଟକିବ, ପୁରୁଳିଆ ଏକ୍ସପ୍ରେସ ଜଳେଶ୍ବର ରେ ଅଟକିବ, ହାବ୍ରହା ପୁରୀ ଏକ୍ସପ୍ରେସ ମାର୍କୋନ ରେ ଅଟକିବ, କେନ୍ଦୁଝର ଗଡ଼ ଏକ୍ସପ୍ରେସ ଧନମଣ୍ଡଳ ରେ ଅଟକିବ।ବଡ଼ବିଲ ପୁରୀ ପ୍ୟାସେଂଜର କଣସ ରୋଡ ରେ ଅଟକିବ ଓ ଷାଳିମାର ଏକ୍ସପ୍ରେସ ତାଳଚେର ଦେଇ ସପ୍ତାହରେ ୩ ଦିନ ଚାଲିବ,  ,ଏହା ସହିତ ଭୁବନେଶ୍ୱର ରେଳ ଷ୍ଟେସନରେ ଦେଢ଼ କୋଟି ଟଙ୍କା ବ୍ୟୟରେ ଏକ ଏସକାଲେଟର ର ଭିତ୍ତି ପ୍ରସ୍ତର ସ୍ଥାପନା, ବ୍ରହ୍ମପୁର ରେଳ ଷ୍ଟେସନରେ ପାଖାପାଖି ୨ କୋଟି ଟଙ୍କା ବ୍ୟୟରେ ଏକ ଏସକାଲେଟର ର ଲୋକାର୍ପଣ ଓ ୧ କୋଟି ଟଙ୍କା ବ୍ୟୟରେ ତାଳଚେର ରେଳ ଷ୍ଟେସନର ଉନ୍ନତିକରଣ ର ଲୋକାର୍ପଣ କଲେ ରେଳ ରାଷ୍ଟ୍ରମନ୍ତ୍ରୀ।ବିଏସଏନଏଲ ଦ୍ୱାରା ୨୮୦ ଟି ଗ୍ରାମୀଣ ଓଆଇ ଫାଇ ହଟସ୍ପଟ ସେବା, ମିଲିତ ସହାୟତା କେନ୍ଦ୍ର, ପେର୍ଲ ଅର୍କଇଭ ନେଟୱର୍କ ଭଳି ଅନେକ କାର୍ଯ୍ୟକ୍ରମ ର ହେଲା ଶୁଭାରମ୍ଭ।

ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଅବସରରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିଂନ୍ହା କହିଛନ୍ତି କି ଇଷ୍ଟ କୋଷ୍ଟ ରେଳ ଡିଭିଜନ ର ବିଭାଜନ କୁ ନେଇ ରାଜନୀତିକରଣ କରାଯାଉଛି।ଆନ୍ଧ୍ରପ୍ରଦେଶ କୁ ନୂଆ ରେଳ ଡିଭିଜନ କରାଗଲା।ବାସ୍ତବତା ହେଲା  କେବିକେ ଭଳି ପଛୁଆ ଅଞ୍ଚଳର ବିକାଶ ପାଇଁ ନୂଆକରି  ଗଠିତ ହୋଇଥିବା ରାୟଗଡା ନୂଆ ଡିଭିଜନ ଅନେକ ମାତ୍ରାରେ ସହଯୋଗ କରିବ ।ନୂଆ ଡିଭିଜନ ନେଇ ୫୮୫ କିମି ଓଡ଼ିଶାର ରେଳ ଲାଇନ ଥିଲା  ଏବେ ୩୬୩ କିମି ନୂଆ ରେଳ ଲାଇନ ମିସାଯାଇ ଏକ ନୂଆ ରେଳ ଡିଭିଜନ କରାଯାଉଛି ଯାହା ସେ ଅଞ୍ଚଳରେ ଅନେକ ଉନ୍ନତି କରିବ।ଗତ୫ ବର୍ଷ ଭିତରେ ରେଳ ବିଭାଗ ରାଜ୍ୟ କୁ ୨୭ ୦୦୦ କୋଟି ଟଙ୍କା ଦେଇଛି।କିନ୍ତୁ ରାଜ୍ୟ ସରକାର ଙ୍କ ଜମି ଅଧିଗ୍ରହଣ ରେ ବିଳମ୍ବ ତଥା  ଅସହଯୋଗ ହେତୁ ରାଜ୍ୟରେ ଏକାଧିକ ରେଳ ପ୍ରକଳ୍ପ ଆଗେଇ ପାରୁନାହିଁ।କେନ୍ଦ୍ରସରକାର ସବୁବେଳେ ଓଡିଶାକୁ ରେଳ ମାନଚିତ୍ରରେ ଅଗ୍ରଣୀ ହେବା ପାଇଁ ଗୁରୁତ୍ୱ ଦେଇ ଆସୁଛି ।ପୂର୍ବ ସରକାର ତୁଳନାରେ ଏନଡିଏ ସରକାର ଓଡିଶାକୁ ଯଥେଷ୍ଟ ଅଧିକ ଆର୍ଥିକ ସହାୟତା ଯୋଗାଉଛନ୍ତି।ଅଗାମୀ ଦିନରେ ଓଡ଼ିଶାରେ ୧୦୦ ଟି ନୂତନ ବିଏସଏନଏଲ ଟାଓଆର ବସିବ।

ଅନ୍ୟପକ୍ଷରେ ଏ କାର୍ଯ୍ୟକ୍ରମ ରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଗ୍ରାମୀଣ ଉଦ୍ୟୋଗୀ ସମ୍ମିଳନୀ ଗ୍ରାମୀଣ ଅର୍ଥନୀତି କୁ ବିକଶିତ କରିବ ବୋଲି କହିଥିଲେ।ଏହା ସହ ଉଜ୍ବଲା ଯୋଜନା, କମନ ସେର୍ଭିସ ସେଣ୍ଟର ,ବିଏସଏନଏଲ ଏବଂ ବିଭିନ୍ନ ତୈଳ କମ୍ପାନୀ ,ନୂଆ ଶିଳ୍ପଦ୍ୟୋଗ ସୃଷ୍ଟି ପାଇଁ ସହାୟତାର ହାତ ବଢାଇଥିବାରୁ ସେ ପ୍ରଶଂସା କରିଥିଲେ।କେନ୍ଦ୍ରସରକାର ଗ୍ରାମ୍ୟ ସ୍ତରରେ ଇଣ୍ଟରନେଟ ସେବାକୁ ଗୁରୁତ୍ୱ ଦେଉଛନ୍ତି ଯାହା ଫଳରେ ବେକାରୀ ଦୂରୀକରଣ ନେଇ ସହାୟକ ହୋଇପାରିବ।ପଞ୍ଚାୟତ ସ୍ତରରେ ମିଳିତ ସେବା କେନ୍ଦ୍ର କୁ ପ୍ରାଧ୍ୟାନ୍ୟ ଦିଆଯାଉଛି ଯାହା ଫଳରେ କେନ୍ଦ୍ରସରକାର ଙ୍କ ସମସ୍ତ ସେବା ସହଜରେ ପହଂଚିପରିବ ।ମହିଳା ମାନଙ୍କୁ ବିଭିନ୍ନ ଯୋଜନାରେ ସଶକ୍ତ କରାଯାଉଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.