ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସୌମ୍ୟ, ବାଏଁ ବାଏଁ ଉଡାଇଲେ ପ୍ରମିଳା

author img

By

Published : Jul 1, 2021, 4:36 PM IST

ସମ୍ପାଦକୀୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନ । ପ୍ରତିକ୍ରିୟା ରଖିଲେ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ...

ସରକାର କୌଣସି ଜାଗାରେ ତଥ୍ୟ ଲୁଚେଇ ନାହାନ୍ତି: ପ୍ରମିଳା

ଭୁବନେଶ୍ବର: ବିଜେଡି ବିଧାୟକ ତଥା ସମ୍ପାଦକ ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟ 'ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି ?' ଶୀର୍ଷକ ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି । ସୌମ୍ୟ କୋଭିଡ୍ ମୃତକଙ୍କ ସଂଖ୍ୟା ପ୍ରକଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ସହିତ ସ୍ବଚ୍ଛତା ପାଇଁ ଅନୁରୋଧ କରିଛନ୍ତି । ଏପଟେ ଏହି ପ୍ରସଙ୍ଗରେ ମାପିଚୁପି ପ୍ରତିକ୍ରିୟା ରଖିଛି ବିଜେଡି । ସରକାର କୌଣସି ଜାଗାରେ ବି ତଥ୍ୟ ଲୁଚେଇ ନାହାନ୍ତି ବୋଲି ରୋକଠୋକ୍ ପ୍ରତିକ୍ରିୟା ଦେଇଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କହିବା କଥା, କୌଣସି ଜାଗାରେ ସରକାର ତଥ୍ୟ ଲୁଚେଇ ନାହାନ୍ତି । ସୌମ୍ୟଙ୍କ ନାଁ ନ ନେଇ ପ୍ରମିଳା କହିଛନ୍ତି ଯେ, କେଉଁଠି ଲୁଚା ହୋଇଛି, କିଏ ମରିଯାଇଛି । ତାଙ୍କର କେଉଁ ତଥ୍ୟ ଲୁଚାଯାଇଛି ତାଙ୍କୁ ପଚାରନ୍ତୁ । ସେ କହିବେ । ସରକାର କୌଣସି ଜାଗାରେ ବି ତଥ୍ୟ ଲୁଚେଇ ନାହାନ୍ତି ବୋଲି ପ୍ରମିଳା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.