ETV Bharat / city

ପ୍ରତାପ ଜେନାଙ୍କ ପାପ ଧୋଇବା ମନ୍ତବ୍ୟ: ନବୀନ ନିବାସ ଯାଇ ଭୁଲ କଲୁ, କହିଲେ ପ୍ରଦୀପ୍ତ - ପ୍ରତାପ ଜେନାଙ୍କ ପାପ ଧୋଇବା ମନ୍ତବ୍ୟ,

ଆମେ ଚାଷୀଙ୍କ ପାଇଁ ଯାଇଥିଲୁ, ସମ୍ବୋଧିତ ହେବାକୁ ନୁହେଁ । କିଛି ଏଭଳି ମନ୍ତବ୍ୟ ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଅଧିକ ପଢନ୍ତୁ...

ପ୍ରତାପ ଜେନାଙ୍କ ପାପ ଧୋଇବା ମନ୍ତବ୍ୟ, କ୍ଷୋଭ ପ୍ରକାଶ କଲେ ପ୍ରଦୀପ୍ତ ନାଏକ

author img

By

Published : Mar 19, 2021, 3:17 PM IST

ଭୁବନେଶ୍ବର: ଆମେ ଚାଷୀଙ୍କ ପାଇଁ ଯାଇଥିଲୁ, ସମ୍ବୋଧିତ ହେବାକୁ ନୁହେଁ । କିଛି ଏଭଳି ମନ୍ତବ୍ୟ ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ମନ୍ତ୍ରୀ ପ୍ରତାପ ଜେନାଙ୍କ ପାପ ଧୋଇବା ବୟାନ ପରେ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧି ଦଳ ନେତା । ମନ୍ତ୍ରୀଙ୍କର ଏହି ବିବୃତି ଅପମାନଜନକ ବୋଲି ପ୍ରଦୀପ୍ତ ମତ ରଖିଛନ୍ତି ।

ପ୍ରତାପ ଜେନାଙ୍କ ପାପ ଧୋଇବା ମନ୍ତବ୍ୟ, କ୍ଷୋଭ ପ୍ରକାଶ କଲେ ପ୍ରଦୀପ୍ତ ନାଏକ

ସେ କହିଛନ୍ତି, ‘ଆମକୁ ପ୍ରତାରଣା କରାଯାଇଛି, ଆମେ ଚାଷୀଙ୍କ ପାଇଁ ଯାଇଥିଲୁ, ସମ୍ବୋଧିତ ହେବାକୁ ନୁହେଁ । ପାପୀ କିଏ ତାହା ଆଗକୁ ଲୋକେ ଦେଖିବେ । ନବୀନ ବାବୁ ଆମକୁ ଠକିଛନ୍ତି, ଏପରି ଗଲେ ଗୃହ ଚାଲିବ ନାହିଁ । ସମସ୍ତ ଚାଷୀଙ୍କ ଧାନ ନ କିଣିଲେ ଗୃହ ଚାଲିବ ନାହିଁ ’ । ପ୍ରକାଶ ଥାଉକି, ଗୁରୁବାର ସମସ୍ତ ବିଜେପି ବିଧାୟକ ନବୀନ ନିବାସ ଅଭିମୁଖେ ଯାଇଥିଲେ, ପଛେ ପଛେ ବିଜେଡି ବିଧାୟକ ମଧ୍ୟ ଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାସଭବନରୁ ବାହାରି ସମସ୍ତ ବିଧାୟକଙ୍କୁ ଭିତରକୁ ପାଛୋଟି ନେଇଥିଲେ ।

ଏହାପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ସେ କହିଥିଲେ, ବିଜେପି ବିଧାୟକ ନବୀନ ନିବାସ ପାପ ଧୋଇବାକୁ ଆସିଥିଲେ । ମନ୍ତ୍ରୀଙ୍କ ଏହି ବୟାନ ପରେ ବିରୋଧି ନେତା ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଅନ୍ୟପକ୍ଷେ ମନ୍ତ୍ରୀ ଗୃହରେ ଏହାକୁ ନେଇ କ୍ଷମା ମାଗିଥିବା ଜଣାପଡିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.