ETV Bharat / city

ବିରୋଧୀ ଦଳ ନେତା ହେଲେ ପ୍ରଦୀପ୍ତ ନାୟକ

ଶେଷରେ ବିରୋଧୀ ଦଳ ନେତା ହେଲେ ପ୍ରଦୀପ୍ତ ନାୟକ । ଆସନ୍ତାକାଲି ଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ଚୟନ ହୋଇଛି ବିଜେପି ବିଧାୟକ ଦଳ ନେତା ।

author img

By

Published : Jun 24, 2019, 10:35 PM IST

Updated : Jun 24, 2019, 11:29 PM IST

ଫାଇଲ ଫଟୋ

ଭୁବନେଶ୍ବର: ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ ହେଲେ ବିରୋଧୀ ଦଳ ନେତା । ଏନେଇ କେନ୍ଦ୍ର ବିଜେପି ମୋହର ମାରିଛି । ଫଳରେ ବିଜେପିର କିଏ ହେବେ ବିରୋଧୀ ଦଳ ନେତା ତାକୁ ନେଇ ଯେଉଁ ଆଶଙ୍କା ରହିଥିଲା ତାହା ଏବେ ଦୂର ହୋଇଛି । ଜୟନାରାୟଣ ମିଶ୍ର ଦୌଡରେ ଥିଲେ ବି ପ୍ରଦୀପ୍ତଙ୍କୁ ଖୁସି କରିବାକୁ ଯାଇ କେନ୍ଦ୍ର ବିଜେପି ତାଙ୍କୁ ଏହି ପଦବୀ ଦେଇଛି ।

ରବିବାର ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୁଶ୍ରୀ ସରୋଜା ପାଣ୍ଡେଙ୍କ
ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଜେପିର ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପ୍ରଦୀପ୍ତ କୁମାର ନାୟକଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ଘୋଷଣା କରିଛନ୍ତି ବୋଲି ରାଷ୍ଟ୍ରୀୟ
ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

ଭୁବନେଶ୍ବରରୁ ଅଜିତ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ଭିମାସର ମେଡିକାଲ ର 40 ଟି ଭେଣ୍ଟିଲେଟର ଭିତ୍ତିଭୂମିର ଅଭାବରୁ ଫେରି ଯାଇଥିବା ପ୍ରସଙ୍ଗ ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେବା ପରେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ।ତେବେ ବର୍ତମାନ ଏନେଇ ବୁର୍ଲା ମେଡିକାଲ କଲେଜ ର ଡିନ ତଥା ସୁପର ସ୍ପେଷ୍ୟାଲିଟି ବିଲଡିଂ ର ନୋଡାଲ ଅଫିସର ସ୍ପଷ୍ଟିକରଣ ଦେବା ସହ ଲୋକଙ୍କ ମଧ୍ୟରେ ଭୁଲ ସୂଚନା ଦିଆଯାଇଛି ବା ଭୁଲ ବୁଝାମଣା ହୋଇଛି ବୋଲି କହିଛନ୍ତି।

Body:ବୁର୍ଲା ମେଡିକାଲ ର ଡିନ ବ୍ରଜ ମୋହନ ମିଶ୍ର ଏହି ପ୍ରସଙ୍ଗ ନେଇ କହିଛନ୍ତି ଯେ କୌଣସି ଭେଣ୍ଟିଲେଟର ଫେରିଯାଇନି।ସେ ଅଧିକ ତଥ୍ୟ ଦେଇ କହିଛନ୍ତି ଯେ ବୁର୍ଲା ମେଡ଼ିକାଲରେ କେନ୍ଦ୍ର ସରକାରଙ୍କ PMSSY ଯୋଜନା ତୃତୀୟ ପର୍ଯ୍ୟାୟ ର ପାଇଲଟ ପ୍ରୋଜେକ୍ଟ ଅନୁଯାୟୀ ସୁପର ସ୍ପେଷ୍ୟାଲିଟି ବିଲଡିଂ ତିଆରି ଚାଲିଛି। ଆଉ ଏହି ସୁପର ସ୍ପେଷ୍ୟାଲିଟି ହସପିଟାଲ ପାଇଁ ଏହି ଅତ୍ୟାଧୁନିକ ଭେଣ୍ଟିଲେଟର ସବୁ ଆସିଥିଲା। ତେବେ ବିଲଡିଂ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଏହି ଅତ୍ୟାଧୁନିକ ଭେଣ୍ଟିଲେଟର ଗୁଡିକୁ ଭୁବନେଶ୍ୱର ସ୍ଥିତ ଯୋଗାଣକାରୀ ସଂସ୍ଥା ର ଷ୍ଟୋର କୁ ପଠାଇ ଦିଆଯାଇଥିଲା।ତେବେ ତାର ମାନେ ଏହା ନୁହେଁ ଯେ ଏହା ଆଉ ଆସି ପାରିବ ନାହିଁ।ସୁପର ସ୍ପେଷ୍ୟାଲିଟି ବିଲଡିଂ କାର୍ଯ୍ୟ ଶେଷ ହେବା ପରେ ଏହା ଯେତେବେଳେ ଚାହିଁଲେ ବୁର୍ଲାକୁ ଆସିପାରିବ ବୋଲି ବୁର୍ଲା ମେଡିକାଲ କଲେଜର ଡିନ ସ୍ପଷ୍ଟ କରିଛନ୍ତି। ତେବେ ବିଲଡିଂ ତିଆରି କରୁଥିବା HSCC ସଂସ୍ଥା ଏଠାରେ PMSSY ର ପ୍ରବଧାନ ଅନୁସାରେ ଷ୍ଟୋର ର ସୁବିଧା ଦେଇ ନପାରିବାରୁ ତାକୁ ସର୍ବଭାରତୀୟ ସ୍ତରରେ ଯନ୍ତ୍ରାଂଶ ଯୋଗାଉଥିବା ସଂସ୍ଥା HITES ର ଭୁବନେଶ୍ୱର ସ୍ଥିତ ଷ୍ଟୋର କୁ ପଠାଯାଇଛି। ଅନ୍ୟପଟେ ଯନ୍ତ୍ରାଂଶ ଯୋଗାଉଥିବା ସଂସ୍ଥା ଯନ୍ତ୍ରାଂଶ ପଠାଇବାର 15 ଦିନ ପୂର୍ବରୁ ଯନ୍ତ୍ରାଂଶ ପାଇବାକୁ ଥିବା ମେଡିକାଲ ର ଭିତ୍ତିଭୂମି ଦେଖିଲା ପରେ ସାମଗ୍ରୀ ପଠାଇବା କଥା।ତେବେ ଯୋଗଣକାରୀ ସଂସ୍ଥା ଏହା କରିନଥିବାରୁ ନିଜେ ଏହି ସମସ୍ୟାର ଜାଣିପାରି ଭୁବନେଶ୍ୱରରେ ସବୁତକ ଭେଣ୍ଟିଲେଟର ରଖିଥିବାର ଜଣାପଡିଛି। ତେବେ ଭୁବନେଶ୍ୱର ରେ ଥିଲେ ମଧ୍ୟ ଏହି ଭେଣ୍ଟିଲେଟର ଗୁଡିକ PMSSY ଯୋଜନା ଅନୁଯାୟୀ ବୁର୍ଲା ମେଡିକାଲ ନାଁ ରେ ଇସୁ ହୋଇଥିବାରୁ ଏହାକୁ କେହି ନେଇପାରିବେ ନାହିଁ ବୋଲି ସୂଚନା ଦିଆଯାଇଛି। ତେବେ ଏହି ଭେଣ୍ଟିଲେଟର ଗୁଡିକ ଏତେ ଅତ୍ୟାଧୁନିକ ଓ ଅଫଡେଟେଡ଼ ଅଟେ ଯେ ଏହା ସାଧାରଣ ସ୍ଥାନରେ ରଖି ହେବନି ସେଥିପାଇଁ ଏଗୁଡିକୁ ଭୁବନେଶ୍ୱର ସ୍ଥିତ ଷ୍ଟୋର ରୁମରେ ରଖା ହୋଇଛି ବୋଲି କୁହାଯାଇଛି।

ବାଇଟ-1- ସଂଜୟ କୁମାର ମହାପାତ୍ର, ନୋଡାଲ ଅଫିସର,ସୁପର ସ୍ପେଷ୍ୟାଲିଟି ବିଲଡିଂ।
ବାଇଟ-2- ବ୍ରଜ ମୋହନ ମିଶ୍ର, ଡିନ, ବୁର୍ଲା ମେଡିକାଲ କଲେଜ।

Conclusion:ତେବେ ଏହି ପ୍ରସଙ୍ଗ ନେଇ ବୁର୍ଲା ମେଡିକାଲ ର ନୂତନ ଭାବେ ଯୋଗ ଦେଇଥିବା ନିର୍ଦେଶକ ଡି ଏନ ମହାରଣା କିଛି ଜାଣି ନଥିବାର କହିଛନ୍ତି।
ବାଇଟ-3- ଡି ଏନ ମହାରଣା, ନିର୍ଦେଶକ, ବୁର୍ଲା ମେଡିକାଲ।
Last Updated : Jun 24, 2019, 11:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.