ETV Bharat / city

କାଳିଆର ୨ ହଜାର ଟଙ୍କା ଦେଇ ଚାଷୀଙ୍କୁ 'ଏପ୍ରିଲ ଫୁଲ' କଲେ ସରକାର: ପ୍ରଦୀପ ପୁରୋହିତ

ମେ ୫ ତାରିଖରୁ ରବି ଧାନ କ୍ରୟ ପାଇଁ ରାଜ୍ୟରେ ମଣ୍ତି ବ୍ୟବସ୍ଥା ଚାଲୁ ହୋଇଥିବା ବେଳେ ଧାନ କିଣାବିକା ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି । ଅନ୍ୟ ଉପାୟ ନପାଇ ଖୋଲା ବଜାରରେ ଏବେ ୧ ହଜାର ଟଙ୍କାରେ ଚାଷୀ ଧାନ ବିକ୍ରି କରୁଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ...

author img

By

Published : May 29, 2021, 7:47 PM IST

କାଳିଆର ୨ ହଜାର ଟଙ୍କା ଦେଇ ଚାଷୀଙ୍କୁ "ଏପ୍ରିଲ ଫୁଲ’’ କଲେ ସରକାର

ଭୁବନେଶ୍ବର: ମେ ୫ ତାରିଖରୁ ରବି ଧାନ କ୍ରୟ ପାଇଁ ରାଜ୍ୟରେ ମଣ୍ତି ବ୍ୟବସ୍ଥା ଚାଲୁ ହୋଇଥିବା ବେଳେ ଧାନ କିଣାବିକା ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି । ଅନ୍ୟ ଉପାୟ ନପାଇ ଖୋଲା ବଜାରରେ ଏବେ ୧ ହଜାର ଟଙ୍କାରେ ଚାଷୀ ଧାନ ବିକ୍ରି କରୁଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ।

ରାଜ୍ୟ ସରକାର ଯେତେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେଇଥିଲେ ପାଖାପାଖି ୧୦ ରୁ ୨୦ ଭାଗ ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇ ସରିଲାଣି । ମିଲର୍ସଙ୍କ ଉପରେ ରାଜ୍ୟ ସରକାର ନିୟନ୍ତ୍ରଣ କରୁ ନ ଥିବାରୁ ମିଲର୍ସମାନେ ନିଜ ମନ ମୁତାବକ ମଣ୍ତିରୁ ଧାନ ଉଠାଉଛନ୍ତି । ପ୍ରତି କ୍ବିଣ୍ଟାଲରେ ୫ କେଜିରୁ ୬ କେଜି ଧାନ କଟନି ଛଟନି କରୁଛନ୍ତି ବୋଲି ପ୍ରଦୀପ ଗୁରୁତର ଅଭିଯୋଗ କରିଛନ୍ତି ।

ଟୋକନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତା ଦେଖାଦେଉଛି । ଡିପ ବୋରୱେଲରେ ଚାଷୀ କରୁଥିବା ଚାଷ ଅଢେଇ ଏକର ଜମିର ଧାନ ୬୪ କ୍ବିଣ୍ଟାଲ କିଣିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ୮୦ ଭାଗ ଡିପ ବୋରୱେଲ ଚାଷୀ ଟୋକନରେ ବ୍ୟାପକ ଅବ୍ୟବସ୍ଥା ହୋଇଛି । ସରକାର ଚାଷୀଙ୍କୁ ଯୋଗାଇ ଦେଇଥିବା ଟୋକନରେ ୧ କ୍ବିଣ୍ଟାଲ, ୨ କ୍ବିଣ୍ଟାଲ, ୫ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଚିଠି ଆସିଥିବାରୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି ।

ବରଗଡ, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କେନ୍ଦୁଝର, ନୂଆପଡା ବହୁ ଜିଲ୍ଲାରେ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ଚାଷୀଙ୍କୁ କାଳିଆ ଯୋଜନାର ୨ ହଜାର ଟଙ୍କା ପ୍ରଦାନ କରି ଆପଣମାନେ ଖୁସି ତ କହି ଚାଷୀଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ "ଏପ୍ରିଲ ଫୁଲ" କରି ଦେଲେ ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି ।

ବାତ୍ୟା ୟସ ଟଳିଯିବା ପରେ ଏବେ ରାଜ୍ୟରେ ଚାଷୀଙ୍କ ଧାନ ବିକ୍ରି ମୁଖ୍ୟ ସମସ୍ୟା ହୋଇ ରାଜ୍ୟରେ ଠିଆ ହୋଇଛି । ଯଦି ପ୍ରକୃତରେ ଚାଷୀଙ୍କ ପ୍ରତି ଓଡିଶା ସରକାରଙ୍କ ଦରଦ ଅଛି ତେବେ ତୁରନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରନ୍ତୁ । ଏବେ ଯେଉଁ କୋଟି କୋଟି ଟଙ୍କା ଚାଷୀମାନେ ଶୋଷଣ ଶିକାର ହେବେ, ଚାଷୀଙ୍କୁ ଏଥିରୁ ସୁରକ୍ଷା ଦେବାର ବ୍ୟବସ୍ଥା କରନ୍ତୁ ବୋଲି ପ୍ରଦୀପ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.