ETV Bharat / city

ବନ୍ୟା କ୍ଷତିଗ୍ରସ୍ତଙ୍କ କ୍ଷତିପୂରଣ ଦିଅ: ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ

author img

By

Published : Sep 2, 2022, 5:29 PM IST

Updated : Sep 2, 2022, 6:16 PM IST

ବନ୍ୟା ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ କେବେ କ୍ଷତିପୂରଣ ମିଳିବ ବୋଲି ପ୍ରଶ୍ନ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି । ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ

Pradeep Purohit demanded compensation for the flood victims
ବନ୍ୟା କ୍ଷତିଗ୍ରସ୍ତଙ୍କ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ପ୍ରଦୀପ ପୁରୋହିତ

ଭୁବନେଶ୍ବର: ବିଭିନ୍ନ ଜିଲ୍ଲାରେ ଚଳିତ ବନ୍ୟା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଛି । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ କେବେ ପାଇବେ କ୍ଷତିପୂରଣ । ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ।

ସୂଚନା ଅନୁଯାୟୀ, ଏବର୍ଷ ଯେଉଁ ଭୟଙ୍କର ବନ୍ୟା ହେଲା ତାହା ଦ୍ବାରା ଚାଷୀମାନଙ୍କ ଚାଷ କ୍ଷେତ୍ରରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ତେବେ 10ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଚାଷ କ୍ଷେତ୍ରରେ ବନ୍ୟାପାଣି ପଶି କୃଷି କ୍ଷେତ୍ରକୁ ବହୁଳ ଭାବେ କ୍ଷୟକ୍ଷତି କରିଛି । ଏନେଇ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ 7ଦିନ ଭିତରେ କ୍ଷୟକ୍ଷତିର ହିସାବ କରି ଚାଷୀମାନଙ୍କୁ ସହଯୋଗ କରିବେ ବୋଲି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଆକଳନ ହୋଇ ନାହିଁ ।

ଏହାମଧ୍ୟ ପଢନ୍ତୁ: ରାଜ୍ୟ ସରକାରଙ୍କୁ ଘେରିଲା ବିରୋଧି, ବନ୍ୟା ପରିଚାଳନାରେ ରାଜ୍ୟ ସରକାର ଫେଲ୍‌ ଅଭିଯୋଗ

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପୁଣି ଘୋଷଣା କରିଛନ୍ତି 15ଦିନ ଭିତରେ କ୍ଷୟକ୍ଷତିର ଭରଣ କରାଯିବ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେଉଁଠି ଆକଳନ ଏବେ ସୁଦ୍ଧା ସରି ନାହିଁ ତେବେ ଚାଷୀଙ୍କୁ କେବେ ମିଳିବ କ୍ଷୟକ୍ଷତି । ଏ ଦୁର୍ଦ୍ଦିନ ସମୟରେ ଚାଷୀମାନେ ସରକାରୀ ସହାୟତାକୁ ଅପେକ୍ଷା କରିଥିବା ବେଳେ ସେପଟେ ରାଜ୍ୟ ସରକାର କାଳିଆ ଯୋଜନାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏନେଇ ସରକାର କାଳିଆ ଯୋଜନାରେ 2000 ଟଙ୍କା ଦେଇ ଚୁପ ରହି ବସିଗଲେ ହେବନି , ତୁରନ୍ତ ବନ୍ୟାରେ ପ୍ରଭାବିତ ଚାଷୀମାନଙ୍କ କ୍ଷୟକ୍ଷତିର ଆକଳନ କରି ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ରଖିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

ସେପଟେ ବନ୍ୟା ଜନିତ କ୍ଷୟକ୍ଷତି ପ୍ରସଙ୍ଗକୁ ନେଇ ଗତକାଲି ରାଜ୍ୟ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ସରକାରଙ୍କୁ ବନ୍ୟା ଓ ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ଟାର୍ଗେଟ କରିଛି ବିରୋଧୀ ବିଜେପି(BJP press meet on flood management ) । ବିଜେପି କହିଛି, ରାଜ୍ୟରେ ବନ୍ୟା ଯୋଗୁଁ ଲୋକଙ୍କ ହାଲ ବେହାଲ ହୋଇଛି । ବନ୍ୟାଞ୍ଚଳ ପରିଦର୍ଶନ ପରେ ଏକ ଚାର୍ଜସିଟ ପ୍ରସ୍ତୁତ କରିଛି ଦଳ । ରାଜ୍ୟରେ ମନୁଷ୍ୟକୃତ ବନ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ବିଜେପି । ଏହାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଏହା ଏକ ମନୁଷ୍ୟକୃତ ବନ୍ୟା । ସରକାରଙ୍କ ଅପାରଗତା ଯୋଗୁଁ ଏହି ବନ୍ୟା ହେଲା । ବନ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ତତ୍ପରତା ଦେଖିବାକୁ ମିଳିନଥିଲା । ଲୋକ ପ୍ରସ୍ତୁତ ନଥିଲେ କି ସରକାର ବି ପ୍ରସ୍ତୁତ ନଥିଲେ । ଚାଷୀଙ୍କ ଫସଲହାନୀ ହୋଇଛି । ରାଜ୍ୟ ସରକାରଙ୍କ ବନ୍ୟା ପରିଚାଳନାରେ ବିଫଳତା ଯୋଗୁଁ କ୍ଷତି ସହିଲେ ଓଡ଼ିଶାବାସୀ । "

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 2, 2022, 6:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.