ଭୁବନେଶ୍ବର: ଚର୍ଚ୍ଚାରେ ପିପିଲି ରାଜନୀତି ଓ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀ । ପିପିଲିର ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ କିଏ ହେବେ ବିଜେଡି ବିଧାୟକ ପାର୍ଥୀ ତାକୁ ନେଇ ଏବେ ଯୋରଦାର ଚର୍ଚ୍ଚା । କାହାକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଉପନିର୍ବାଚନ ପାଇଁ ଦଳର ପାର୍ଥୀ କରିବେ। ପ୍ରଦୀପ ମହାରଥୀଙ୍କ ପୁଅକୁ ଦଳ ପ୍ରାର୍ଥୀ କରିବା ନା ତାଙ୍କ ପତ୍ନୀ ପ୍ରଭାତୀ ମହାରଥୀଙ୍କୁ ପ୍ରାର୍ଥୀ କରିବେ ? ତାହା ଏବେ ଚର୍ଚ୍ଚାର ବିଷୟ । ଏଭଳି ସମୟରେ ଆସିଛି ସ୍ଵର୍ଗତଃ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଭାତୀ ମହାରଥୀ କହିଛନ୍ତି ଯେ , ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । କିଏ ଚାହିଁବା ନ ଚାହିଁବା କଥା ନୁହେଁ ଦଳର ସୁପ୍ରିମୋ ଯାହା ଚାହିଁବେ ସେୟା ହବ, ଯଦି ମୋତେ ସୁଯୋଗ ମିଳେ ଖୁସି ହେବି ବୋଲି କହିଛନ୍ତି ପ୍ରଦୀପଙ୍କ ପତ୍ନୀ ପ୍ରଭାତୀ ।
ସୂଚନା ଅନୁସାରେ ପ୍ରଭାତୀ ଆଗାମୀ ଉପନିର୍ବାଚନ ପାଇଁ ବିଜେଡି ଟିକେଟ ଲବିରେ ରହିଛନ୍ତି । ସେପଟେ ତାଙ୍କ ପୁଅ ମଧ୍ୟ ଟିକେଟ ଆଶାରେ ରହିଛନ୍ତି । ଏପରିକି ନିଜ ନିଜ ସ୍ତରରେ ବିଭିନ୍ନ ଦଳୀୟ ନେତାଙ୍କ ପାଖରେ ଲବି କରୁଥିବା ଖବର ଆସୁଛି ।
କିନ୍ତୁ ଏଯାଏ ଉପନିର୍ବାଚନ ନେଇ କୈଣସି ବିଜ୍ଞପ୍ତି ଆସି ନାହିଁ । କିନ୍ତୁ ଟିକେଟ ପାଇଁ ଭିତରେ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ