ETV Bharat / city

ବିଜୁଳି ମହାଙ୍ଗା ମାଡରୁ ରକ୍ଷା ପାଇବେ ଉପଭୋକ୍ତା ! ଆରମ୍ଭ ହେଲା ପୋଷ୍ଟକାର୍ଡ ଅଭିଯାନ - ପୋଷ୍ଟକାର୍ଡ ଅଭିଯାନ

ବିଜୁଳି ମହାଙ୍ଗା ମାଡରୁ ଉପଭୋକ୍ତାଙ୍କୁ ରକ୍ଷା କରିବା ପାଇଁ ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ କରିଛି ସାମାଜିକ ନ୍ୟାୟ ଅଭିଯାନ । ଏହି ଅନୁଷ୍ଠାନ ପୋଷ୍ଟକାର୍ଡ ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ବିଜୁଳି ଦର କମାଇବା ପାଇଁ ଦାବି କରିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 9, 2019, 5:36 PM IST

ଭୁବନେଶ୍ବର: ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ଅଗ୍ରଣୀ ସ୍ଥାନରେ ରହିଛି । ତଥାପି ରାଜ୍ୟରେ ହୁହୁ ହୋଇ ବଢି ଚାଲିଛି ବିଜୁଳି ଦର । ବିଜୁଳି ମହାଙ୍ଗା ମାଡରୁ ଉପଭୋକ୍ତାଙ୍କୁ ରକ୍ଷା କରିବା ପାଇଁ ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ କରିଛି ସାମାଜିକ ନ୍ୟାୟ ଅଭିଯାନ । ଏହି ପୋଷ୍ଟକାର୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇ ବିଜୁଳି ଦର କମାଇବା ପାଇଁ ଦାବି କରାଯିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଆଗରେ ରହିଥିବା ବେଳେ କିଛି ଅଧିକାରୀ କଳାବଜାରୀ କରି ଲୋକଙ୍କ ଅର୍ଥ ଶୋଷଣ କରୁଛନ୍ତି । ଏପରିକି ରାଜ୍ୟ ଠାରୁ ବିଦ୍ୟୁତ୍‌ କିଣୁ ଥିବା ରାଜ୍ୟମାନେ ମାଗଣାରେ ବିଜୁଳି ଦେଉଛନ୍ତି । ଓଡିଶା ଭଳି ରାଜ୍ୟରେ ଉପଭୋକ୍ତା ବିଦ୍ୟୁତ୍‌ ପାଇଁ ଚଢା ଦର ଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଓଡ଼ିଶାର ଉପଭୋକ୍ତାମାନଙ୍କୁ କମ ଦରରେ ବିଜୁଳି ଯୋଗାଇଦେବାକୁ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି ଆନ୍ଦୋଳନ।ଏହି ପରିପ୍ରେକ୍ଷୀରେ ଆଜି ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ କରାଯାଇଛି।ଯାହା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପୋଷ୍ଟକାର୍ଡରେ ବିଜୁଳି ଦର କମ କରାଇବାକୁ ଚିଠି ମାଧ୍ୟମରେ ଦାବି କରାଯାଇଛି।

Body:ରାଜ୍ୟ ବିଜୁଳି ଉତ୍ପାଦନ କ୍ଷେତ୍ରରେ ଦେଶରେ ଅନ୍ୟତମ ଅଗ୍ରଣୀ ରାଜ୍ୟ ହୋଇଥିବା ବେଳେ ବିଜୁଳି କ୍ଷେତ୍ରରେ ଅଧିକ ଦର ମଧ୍ୟ ନେବାରେ ଅନ୍ୟତମ ପ୍ରମୁଖ ରାଜ୍ୟ ଅଟେ।ଯାହାଫଳରେ ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନେ ବହୁ ନିର୍ଯ୍ୟାତନା ସହୁଥିବା ବେଳେ ବିଦ୍ୟୁତ ଉପଭୋକ୍ତା କମ୍ପାନୀର ଅଧିକାରୀମାନେ କଳାବଜାରୀ କରି ଲୋକଙ୍କ ଅର୍ଥ ଶୋଷଣ କରୁଥିବା ଦେଖାଯାଉଛି।
ଦିଲ୍ଲୀଭଳି ଅନ୍ୟରାଜ୍ୟରୁ ବିଦ୍ୟୁତ କିଣୁଥିବା ରାଜ୍ୟ ନାଗରିକଙ୍କୁ ମାଗଣାରେ ବିଜୁଳି ଦେଉଥିବା ବେଳେ ଓଡ଼ିଶାରେ ଅତ୍ୟଧିକ ମୂଲ୍ୟରେ ଉପଭୋକ୍ତା ବିଜୁଳି କିଣିବା ଉଦବେଗର ବିଷୟ ବୋଲି ଏହି ଅଭିଯାନର ନେତୃତ୍ୱ ନେଉଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି।

Conclusion:ତେଣୁ ଲୋକମାନଙ୍କୁ ସଚେତନ କରିବା ସହିତ ସରକାରଙ୍କ ଉପରେ ଚାପ ସୃଷ୍ଟି କରି ଏହି ଦର କମ କରିବାପାଇଁ ଆଜିଠାରୁ ଏହି ଅଭିଯାନ ଆରମ୍ଭ ହେଲାବୋଲି ସେ କହିଛନ୍ତି।ଯେଉଁଥିରେ ସାଧାରଣ ଲୋକଙ୍କୁ ସାମିଲ କରି ନବୀନ ପଟ୍ଟନାୟକଙ୍କ ନିକଟକୁ ପୋଷ୍ଟକାର୍ଡ ପଠାଇବା ଆରମ୍ଭ କରିଛନ୍ତି।ଆଗାମୀ ଦିନରେ ଏହି ଆନ୍ଦୋଳନ କୁ ସାରା ରାଜ୍ୟରେ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।
ଆଜି ଏଥିପାଇଁ ଆୟୋଜିତ ହୋଇଥିବା ବୈଠକରେ ବିଭିନ୍ନ ନେତୃବର୍ଗ ଭାଗ ନେଇ ସାମ୍ପ୍ରତିକ ପରିସ୍ଥିତିରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ବାଇଟ-ଶ୍ରୀକାନ୍ତ ଜେନା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.