ଭୁବନେଶ୍ବର: କଟକର ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ରାଜନୀତି କରାଯାଉଛି ବୋଲି ବିଜେଡ଼ି ମୁଖପାତ୍ର ସୁଲତା ଦେଓ କହିଛନ୍ତି । ତେବେ ଏଭଳି କରିବା ଦ୍ବାରା ତଦନ୍ତକୁ ବାଟବଣା କରାଯାଉଛି । ସଠିକ୍ ତଦନ୍ତ କରାଯାଇ ଅପରାଧୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ମଙ୍ଗଳବାର କହିଛନ୍ତି ।
ଏ ସମ୍ପର୍କରେ ସୁଲତା କହିଛନ୍ତି, " ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି । ବିଜେପି ଶାସିତ ରାଜ୍ୟରେ ଅନେକ ଘଟଣା ଘଟୁଛି । ତେଣୁ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ ଜରୁଛି ବିଜେପି। ଏହାଦ୍ବାରା ବିଜେପି ଲୋକହସା ହେଉଛି। "
କିନ୍ତୁ ଓଡ଼ିଶା ସରକାର ଘଟଣାର ସଠିକ୍ ତଦନ୍ତ କରି ତଥ୍ୟକୁ ସାମ୍ନାକୁ ଆଣିବେ । ଯିଏ ଦୋଷୀ ଚିହ୍ନଟ ହେବ ତାକୁ ଉପଯୁକ୍ତ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଏହି ଘଟଣାକୁ ରାଜନୀତି ଭିତରକୁ ନେଇ ତଦନ୍ତକୁ ବାଟବଣା କରାନଯାଉ ବୋଲି ମଧ୍ୟ ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ