ETV Bharat / city

ଶିମିଳିପାଳ ନିଆଁକୁ ନେଇ ରାଜନୀତି, ବିଜେଡିକୁ ଘେରିଲେ ଉଦଳା ବିଧାୟକ

author img

By

Published : Mar 12, 2021, 6:06 AM IST

ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ରାଜ୍ୟରେ ଦେଖିବାକୁ ମିଳିଛି ରାଜନୀତି । ଅଧିକ ପଢନ୍ତୁ...

ଶିମିଳିପାଳ ନିଆଁକୁ ନେଇ ରାଜନୀତି, ବିଜେଡିକୁ ଘେରିଲେ ଉଦଳା ବିଧାୟକ
ଶିମିଳିପାଳ ନିଆଁକୁ ନେଇ ରାଜନୀତି, ବିଜେଡିକୁ ଘେରିଲେ ଉଦଳା ବିଧାୟକ

ଭୁବନେଶ୍ବର: ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ବିଜେଡି କର୍ମୀ ବି ଲାଗି ପଡିଛନ୍ତି । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ କର୍ମୀ ନିଆଁ ଲିଭା କାମରେ ଲାଗିଛନ୍ତି । ଏହାସହ ଦଳ ପକ୍ଷରୁ ସୋସିଆଲ ମିଡିଆରେ‘ ବିଜେଡି ଓ୍ବିଥ ଶିମିଳିପାଳ’ ଟ୍ରେଣ୍ଡ କରିବାକୁ ନେଇ ସମାଲୋଚନା କରିଛନ୍ତି ବିଜେପି ବିଧାୟକ ଭାସ୍କର ମଡେଇ । ସରକାର ଏହାକୁ ଗୁରୁତ୍ବ ଦେଉ ନାହାନ୍ତି । ମୟୂରଭଞ୍ଜ ପ୍ରିମିୟର ଲିଗ କରି ନାଚ ଗୀତ କରୁଛନ୍ତି ବିଜେଡି କର୍ମୀ । ଶିମିଳିପାଳ ଜଳିବାର କାରଣ ହେଉଛି ଜଙ୍ଗଲ ବିଭାଗ ସହ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ବୋଲି କହିଛନ୍ତି ଭାସ୍କର ମଡେଇ ।

ସେ ଆହୁରି ମଧ୍ୟ କହିଛନ୍ତି ବିଭାଗ ସହ ସ୍ଥାନୀୟ ଲୋକଙ୍କ ସମ୍ପର୍କ ରହୁନି । ସବୁଜ ବାହୀନିରେ ସ୍ଥାନୀୟ ଯୁବକଙ୍କୁ ସାମିଲ କରାଯାଉନି । ଲୋକ ପ୍ରତିନିଧିଙ୍କୁ ମତାମତ ବି ନେଉନାହାନ୍ତି । ବିଜେଡିର ଯେଉଁମାନେ ଯାଇଛନ୍ତି ନିଆଁ ଲିଭାଇବା ପାଇଁ କେବଳ ଏହା ଏକ ଫାର୍ସ । ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବା ପାଇଁ ବିଜେଡି ଏହି କ୍ୟାମ୍ପେନ ଆରମ୍ଭ କରିଥିବା କଥା କହିଛନ୍ତି ଭାସ୍କର । ଅନ୍ୟ ପଟେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ନିଆଁ ଲିଭାଇବା ଦିଗରେ ସରକାର ତତ୍ପର ଅଛନ୍ତି । ଦଳର କର୍ମୀ ବି ଉକ୍ତ କାର୍ଯ୍ୟରେ ଲାଗିଥିବା କହିଛନ୍ତି ଦେବୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.