ETV Bharat / city

ଉପନିର୍ବାଚନ ପୂର୍ବରୁ ଦଳ ଡିଆଁ ରାଜନୀତି - ଉପନିର୍ବାଚନ ପୂର୍ବରୁ ଦଳ ଡିଆଁ ରାଜନୀତି

ଉପ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇନାହିଁ । ହେଲେ ଗଡ଼ ଜିତିବା ପାଇଁ ସବୁ ରାଜନୈତିକ ଦଳ ବଳ ଯୋଗାଡ଼ କରିବାରେ ବ୍ୟସ୍ତ । ଆରାମ୍ଭ ହୋଇଛି ଦଳ ଅଦଳ ବଦଳ ପର୍ବ । ଯାହାକୁ ନେଇ ମୁହାମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି । ଅଧିକ ପଢନ୍ତୁ..

ଉପନିର୍ବାଚନ ପୂର୍ବରୁ ଦଳ ଡିଆଁ ରାଜନୀତି
ଉପନିର୍ବାଚନ ପୂର୍ବରୁ ଦଳ ଡିଆଁ ରାଜନୀତି
author img

By

Published : Sep 19, 2020, 10:56 PM IST

ଭୁବନେଶ୍ବର: ଉପ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇନାହିଁ । ହେଲେ ଗଡ଼ ଜିତିବା ପାଇଁ ସବୁ ରାଜନୈତିକ ଦଳ ବଳ ଯୋଗାଡ଼ କରିବାରେ ବ୍ୟସ୍ତ । ଆରାମ୍ଭ ହୋଇଛି ଦଳ ଅଦଳ ବଦଳ ପର୍ବ । ଯାହାକୁ ନେଇ ମୁହାମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି । କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ପାଖରେ ପ୍ରାର୍ଥୀ ନଥିବାରୁ କଂଗ୍ରେସ ନେତାଙ୍କୁ ନେଉଛି । ଯାହାର ଜବାବ ଦେଇଛି ବିଜେପି । ସେପଟେ ବିଜେଡ଼ି କହିଛି ଦୁଇଟି ଆସନରେ ଦଳ ଜିତିବ ।

ଉପନିର୍ବାଚନ ପୂର୍ବରୁ ଦଳ ଡିଆଁ ରାଜନୀତି

ଉପ ନିର୍ବାଚନରେ କିଏ କାହାର ପ୍ରାର୍ଥୀ ହେବ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏପରି କସରତ ଆରମ୍ଭ କରିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ତିତ୍ତୋଲ ନିର୍ବାଚନୀ ମଣ୍ଡଳୀର କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ବିଜେପିରେ ସାମିଲ ହେବା ପରେ ବିଜେପିକୁ କଟାକ୍ଷ କରିଛି କଂଗ୍ରେସ । ଦଳ ଅଭିଯୋଗ କରିଛି ଯେ ବିଜେପି ପାଖରେ ପ୍ରାର୍ଥୀ ନଥିବାରୁ କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରିଛନ୍ତି । ହେଲେ ଏଥିରେ କଂଗ୍ରେସର କିଛି କ୍ଷତି ହେବ ନାହିଁ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନପତି କହିଛନ୍ତି ।

ସେପଟେ ସୁର ମଧ୍ୟ ବିଜେପିର ଏପରି ରଣନୀତିକୁ କଡ଼ା ସମାଲୋଚନା କରିଛନ୍ତି । ଏହାସହ ଉଭୟ ତିିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ଦଳ ପ୍ରାର୍ଥୀ ଚୂଡାନ୍ତ କରିଥିବା କହିଛନ୍ତି । ସେପଟେ କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି । ଯେଉଁ ଦଳରେ କୌଣସି ବରିଷ୍ଠ ନେତାଙ୍କ ଭଲ ଲାଗେ ନଲାଗିଲା ବା ସେ କୋଣଠେସା ଅନୁଭବ କଲେ ଦେ ସଳ ଛାଡ଼ିଲେ । ତେଣୁ ଏକଥାକୁ ନେଏ ରାଜନୀତି ହେବା ଉଚିତ ନୁହେଁ ବୋଲି ବିଜେପି କହିଛି । ନିର୍ବାଚନ ସମୟରେ ଦଳ ଅଦଳବଦଳ ହେବା କିଛି ନୂଆକଥା ନୁହେଁ ବୋଲି ବିଜେଡ଼ି କହିଛି । ଯେଉଁ ଦଳ ପାଖରେ ପ୍ରାର୍ଥୀ ନଥିବ ସେ ଅନ୍ୟ ଦଳରୁ ନେତା ଆଣି ମିଶାଉଥିବେ ବୋଲି ବିଜେଡ଼ି ବିଧାୟକ ଅମର ଶତପଥି କହିଛନ୍ତି । ତେବେ ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନ ପାଇଁ ବିଜେଡ଼ି ପାଖରେ ଅନେକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି ବୋଲି ଦଳ କହିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.