ETV Bharat / city

ଆଚରଣ ବିଧି ଲାଗୁ ପୂର୍ବରୁ ପରସ୍ପରକୁ ଘେରିଲେ ରାଜନୈତିକ ଦଳ

ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଦଳର ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଜବାଜ ହେଲେଣି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

author img

By

Published : Dec 19, 2021, 10:33 PM IST

ଆଚରଣ ବିଧି ଲାଗୁ ପୂର୍ବରୁ ପରସ୍ପରକୁ ଘେରିଲେ ରାଜନୈତିକ ଦଳ
ଆଚରଣ ବିଧି ଲାଗୁ ପୂର୍ବରୁ ପରସ୍ପରକୁ ଘେରିଲେ ରାଜନୈତିକ ଦଳ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଦଳର ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଜବାଜ ହେଲେଣି ରାଜ୍ୟ ସରକାର । ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ରବିବାର ମଡେଲ କୋଡ୍‌ ଅଫ୍‌ କଣ୍ଡକ୍ଟ କରାଯିବ । ଏହାକୁ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଖୁବଶୀଘ୍ର ପ୍ରକାଶ ପାଇବ ନିର୍ବାଚନ ଆଚରଣ ସଂହିତା । ନିର୍ବାଚନକୁ ସ୍ୱଚ୍ଛ କରିବା ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତ କରିଛନ୍ତି ମଡେଲ କୋଡ଼ ଅଫ କଣ୍ଡକ୍ଟ ।

ବିଜ୍ଞପ୍ତି ପରେ କୋଡ୍‌ ଅଫ୍‌ କଣ୍ଡକ୍ଟ ବା ନିର୍ବାଚନ ଆଚରଣ ବିଧି ଲାଗୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସରକାର ତରବରିଆ ଭାବେ ସମସ୍ତ କାର୍ଯ୍ୟ ସାରି ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ବିରୋଧୀ ବିଜେପି କହିଛି ଆମେ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । କଂଗ୍ରେସ ମଧ୍ୟ ସମାନ ଦାବି ଦୋହରାଇଛି । ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ସମସ୍ତ ବ୍ୟବସ୍ଥା କରିଛି।ପଞ୍ଚାୟତ ନିର୍ବାଚନକୁ ନେଇ ଶାସକ ବିଜେଡି ଦଳ ଦୃଢ଼ ବିଶ୍ବାସ ରଖିଛି । ସେପଟେ କଂଗ୍ରେସ ମଧ୍ୟ ନିର୍ବାଚନରେ ଦମ୍‌ ଦେଖାଇବ ବୋଲି କହିଛି । ବିରୋଧୀ ବିଜେପି ମଧ୍ୟ ଶାସକ ଦଳର ଅସଫଳତା ଓ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ଅସ୍ତ୍ର କରି ନିର୍ବାଚନ ଲଢ଼ିବ ବୋଲି କହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.