ETV Bharat / city

କୋଟିଆ ପଞ୍ଚାୟତ ନିର୍ବାଚନରେ ସର୍ବଦଳୀୟ କମିଟି ଦେବ ଏକକ ପ୍ରାର୍ଥୀ - କୋଟିଆ ପଞ୍ଚାୟତ ନିର୍ବାଚନ

ମାଟି ପାଇଁ କୋଟିଆରେ ଏକାଠି ହେଲେ ସବୁ ପାର୍ଟି । କୋଟିଆ ଓଡିଶାର ପ୍ରମାଣିତ କରିବାକୁ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାକୁ ଇଲେକ୍ସନ ନୁହେଁ ସର୍ବଦଳୀୟ କମିଟି ସମର୍ଥିତ ପ୍ରାର୍ଥୀ ଭାବରେ ହେବ ସିଲେକ୍ସନ । ଅଧିକ ପଢନ୍ତୁ

political parties decided to select consensus candidates for upcoming Panchayat polls in Kotia
ଓଡ଼ିଶାର କୋଟିଆ ପଞ୍ଚାୟତ ନିର୍ବାଚନରେ ସର୍ବଦଳୀୟ କମିଟି ଦେବ ଏକକ ପ୍ରାର୍ଥୀ
author img

By

Published : Jan 20, 2022, 8:56 PM IST

Updated : Jan 20, 2022, 10:16 PM IST

କୋଟିଆ(କୋରାପୁଟ): ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ପାର୍ଟି ଠାରୁ ମାଟି ଗୁରୁତ୍ବପୂର୍ଣ୍ଣ । ଆଜି(ଗୁରୁବାର) ବିଜେଡି, ବିଜେପି ଓ କଂଗ୍ରେସ ଦଳର ବରିଷ୍ଠ ନେତା ମିଶି ଏହାକୁ ପ୍ରମାଣିତ କରିଛନ୍ତି । କୋଟିଆ ପଞ୍ଚାୟତରେ ୱାର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲାପରିଷଦ ସଦସ୍ୟ ପର୍ଯ୍ୟନ୍ତ ସମସ୍ତ ପ୍ରାର୍ଥୀ ସର୍ବଦଳୀୟ କମିଟି ସମର୍ଥିତ ପ୍ରାର୍ଥୀ ଭାବେ ମନୋନୀତ ହେବେ ଓ ତାଙ୍କୁ କୌଣସି ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥିତ ପ୍ରାର୍ଥୀ ଭାବେ ଗଣାଯିବ ନାହିଁ ।

କୋଟିଆ ପଞ୍ଚାୟତ ନିର୍ବାଚନରେ ସର୍ବଦଳୀୟ କମିଟି ଦେବ ଏକକ ପ୍ରାର୍ଥୀ

କୋରାପୁଟ ଜିଲ୍ଲାରେ ଓଡିଶା ଓ ଆନ୍ଧ୍ର ସୀମାନ୍ତର କୋଟିଆରେ ପଞ୍ଚାୟତ ନିର୍ବାଚନ ନେଇ 3 ପ୍ରମୁଖ ଦଳକୁ ନେଇ ଆଜି କୋରାପୁଟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କୋଟିଆ ପଞ୍ଚାୟତ ଅନ୍ତର୍ଗତ ଥିବା ଜିଲ୍ଲା ପରିଷଦ ଜୋନ 1 ରେ ମିଳିତ ପ୍ରାର୍ଥୀ ଦେବା ନେଇ ନିଷ୍ପତ୍ତି ନିଆଯାଇଥିବା ଏହି ଆଲୋଚନାରେ ଭାଗ ନେଇଥିବା ନେତୃବୃନ୍ଦ ସୂଚନା ଦେଇଛନ୍ତି । ବିଜେପି ନେତା ଜୟରାମ ପାଙ୍ଗୀ, ବିଜେଡି ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ, କଂଗ୍ରେସ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଉପସ୍ଥିତ ରହି ଏହି ଆଲୋଚନାକୁ ଆଗକୁ ବଢ଼ାଇଥିଲେ ।

ପଟାଙ୍ଗୀ ବିଧାୟକ ପ୍ରିତମ ପାଢ଼ୀ, କୋରାପୁଟ ବିଧାୟକ ରଘୁରାମ ପଡାଲ ଓ ପୁର୍ବତନ ବିଧାୟକ ରାମ କାଡାମ ମଧ୍ୟ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଏହି ପଞ୍ଚାୟତର 5197 ଜଣ ଭୋଟର ରହିଥିବା ବେଳେ ଜିଲ୍ଲା ପରିଷଦ ଆସନଟି ଅନୁସୂଚୀତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ସରକାର ସଜବାଜ ହେଉଛନ୍ତି । ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ବିଗତ ଦିନରେ ଫାଟୁସିନେରୀରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ କରିଥିବା ସହ ତଳ ଗଞ୍ଜେଇପଦରକୁ ମଧ୍ୟ ଏକ ପଞ୍ଚାୟତର ମାନ୍ୟତା ଦେଇଥିଲା । ଏଥିସହ ସହମତିରେ ଜଣକୁ ଆନ୍ଧ୍ରର ସରପଞ୍ଚ ଭାବେ ମନୋନୀତ କରିଥିଲା ।

ଏହାମଧ୍ୟ ପଢନ୍ତୁ: ପେଶା ଆଇନ ପ୍ରଚଳନ ପାଇଁ ସଂଗ୍ରାମ ଜାରି ରହିବ: ନାଚିକା ଲିଙ୍ଗା

ତେବେ ଓଡିଶା ସରକାର କୋଟିଆ ପଞ୍ଚାୟତର ସମସ୍ତ 21ଟି ଗ୍ରାମରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ତେବେ ଅଞ୍ଚଳବାସୀଙ୍କ ମଧ୍ୟରେ ଗତ ଦିନମାନଙ୍କରେ ଆନ୍ଧ୍ରକୁ ସମର୍ଥନ କରୁଥିବା କିଛି ବ୍ୟକ୍ତି ବିରୋଧାଭାସ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରିବାର ପ୍ରୟାସ କରିଥିଲେ । ତେଣୁ କୋରାପୁଟ ଜିଲ୍ଲାରେ ସର୍ବଦଳୀୟ କମିଟି ତରଫରୁ ଜଣେ ପ୍ରାର୍ଥୀଙ୍କୁ ମନୋନୀତ କରାଯିବା ପାଇଁ ନିଆଯାଇଛି । ଏହି ନିଷ୍ପତ୍ତି ନିର୍ବାଚନ ଇତିହାସରେ ଏକ ନୂତନ ଦିଗ ପ୍ରଦର୍ଶନ କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ ଆଶାପୋଷଣ କରିଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

Last Updated : Jan 20, 2022, 10:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.