ETV Bharat / city

Attack on Journalist : ନିର୍ବାଚନବେଳେ ସାମ୍ବାଦିକଙ୍କ ଉପରେ ବଢୁଛି ଆକ୍ରମଣ, ମୁହାଁମୁହିଁ ଶାସକ ବିରୋଧୀ - ନିର୍ବାଚନ ବେଳେ ସାମ୍ବାଦିକଙ୍କ ଉପରେ ବଢୁଛି ଆକ୍ରମଣ

ତୃତୀୟ ପର୍ଯ୍ୟାୟ ମତଦାନ ଆଜି(ରବିବାର) ଶେଷ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ବୁଥ କ୍ୟାପଚରିଂ ଅଭିଯୋଗ । କେବଳ ସେତିକି ନୁହେଁ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ଅଧିକ ପଢନ୍ତୁ

Attack on Journalist : ନିର୍ବାଚନ ବେଳେ ସାମ୍ବାଦିକଙ୍କ ଉପରେ ବଢୁଛି ଆକ୍ରମଣ ,ମୁହାଁମୁହିଁ ଶାସକ ବିରୋଧୀ

author img

By

Published : Feb 20, 2022, 4:07 PM IST

Updated : Feb 20, 2022, 5:55 PM IST

ଭୁବନେଶ୍ବର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଆଜି(ରବିବାର) ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ବୁଥ କ୍ୟାପଚରିଂ ଅଭିଯୋଗ । କେବଳ ସେତିକି ନୁହେଁ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି ।

Attack on Journalist : ନିର୍ବାଚନବେଳେ ସାମ୍ବାଦିକଙ୍କ ଉପରେ ବଢୁଛି ଆକ୍ରମଣ, ମୁହାଁମୁହିଁ ଶାସକ ବିରୋଧୀ

ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ସରକାରୀ ଦଳର ପ୍ରରୋଚନା ଓ ପୋଲିସ ନିଷ୍କ୍ରିୟତା ଯୋଗୁଁ ଏପରି ହେଉଥିବା ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି ।

କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ବିଗତ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ହିଂସା ଦେଖିବାକୁ ମିଳିଥିଲା । ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ ହେଉଥିବା ଦେଖିବାକୁ ମିଳିଥିଲା । ଆଜି(ରବିବାର) ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ଏହାର ପୁନରାବୃତ୍ତି ହୋଇଛି ।

ଯାଜପୁର ବିଞ୍ଝାରପୁର ଅଞ୍ଚଳରେ ବୁଥ କ୍ୟାପଚରିଂ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି । ତାହା ପୋଲିସ ପ୍ରଶାସନ ନିଷ୍କ୍ରିୟତାର ସ୍ପଷ୍ଟ ଚିତ୍ର । ଯାହା ଓଡ଼ିଶାବାସୀ ଦେଖୁଛନ୍ତି ।

ବିଗତ ଦିନରେ ହୋଇଥିବା ଆକ୍ରମଣ ଘଟଣାରେ ସରକାର ଯେପରି କଠୋର ହେବା କଥା ତାହା ହୋଇନାହାଁନ୍ତି । ଯାହା ଦ୍ୱାରା ଅପରାଧୀ ଓ ଦୁର୍ନୀତିରେ ଲିପ୍ତ ବ୍ୟକ୍ତିଙ୍କୁ ଏହା ଶକ୍ତି ଯୋଗାଉଛି । ଫଳରେ ସାମ୍ବାଦିକଙ୍କ ଆକ୍ରମଣ କରି ତାଙ୍କ ସ୍ୱରକୁ ଚପେଇବାକୁ ଚେଷ୍ଟା କରାଯାଇଛି ବୋଲି ନିଶିକାନ୍ତ କହିଛନ୍ତି ।

ଏହାବି ପଢନ୍ତୁ : ବୁଥ୍‌ ଜବର ଦଖଲ ଖବର ସଂଗ୍ରହ ବେଳେ ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ

ସେପଟେ ଯାଜପୁରରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ନିର୍ବାଚନୀ ହିଂସା ଘଟଣାରେ ସରକାରୀ ଦଳର ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ରହୁଥିବା ନେଇ ଆରୋପ ଲଗାଇଛନ୍ତି ଗୋଲକ । ଗୋଲକ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଭୋଟ ବିଜେପି ସପକ୍ଷରେ ଯାଇଛି ।

ଏଥିରେ ବିଜୁ ଜନତା ଦଳ ଉତକ୍ଷିପ୍ତ ହୋଇପଡିଛି । ସରକାରୀ ପ୍ରାୟୋଜିତ ବୁଥ କ୍ୟାପଚରିଂ ହେଉଛି । ଯଦି ଏନେଇ ସାମ୍ବାଦିକ ଖବର ସଂଗ୍ରହ କରୁଛି ତାକୁ ଆକ୍ରମଣ କରାଯାଉଛି । ଯଦି ବିଜୁ ଜନତା ଦଳ ସପକ୍ଷରେ ଭୋଟ ଯାଇଥାନ୍ତା ତାହାଲେ ଏପରି ଘଟଣା ହୋଇନଥାନ୍ତା ।

ଯଦି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଇଥାନ୍ତା ତାହାଲେ ଆଜି ଏ ଚିତ୍ର ଦେଖିବାକୁ ମିଳି ନ ଥାନ୍ତା । ଏହା ସମ୍ପୂର୍ଣ୍ଣ ପୋଲିସର ନିଷ୍କ୍ରିୟତାକୁ ଦର୍ଶାଉଛି । ଯଦି ସରକାର ଏ ନେଇ କାର୍ଯ୍ୟାନୁଷ୍ଠାନ ନ ନିଆନ୍ତି, ତାହାଲେ ଏହା ବଡ଼ ଆନ୍ଦୋଳନର ରୂପ ନେବ ବୋଲି ଗୋଲକ ଚେତେଇ ଦେଇଛନ୍ତି ।ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ସାମ୍ବାଦିକଙ୍କୁ ଆକ୍ରମଣ ଗ୍ରହଣୀୟ ନୁହେଁ । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ଆଇନ ତା ବାଟରେ ଯିବାର ଆବଶ୍ୟକତା ରହିଛି । ଉତ୍ସର୍ଗୀକୃତ ସାମ୍ବାଦିକଙ୍କ ବିରୋଧରେ କୌଣସି ପ୍ରତିବନ୍ଧକ ରହିବା କଥା ନୁହେଁ ବୋଲି ବିଜେଡି ସାଂସଦ ସୁବାସ ସିଂ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Feb 20, 2022, 5:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.