ETV Bharat / city

‘ରେଳ ବଜେଟକୁ ନେଇ ହୀନ ରାଜନୀତି କରୁଛି ବିଜେଡି’ - Political fight for rail budget in odisha

କେନ୍ଦ୍ର ସରକାର ଓଡିଶା ରେଲଓ୍ବେରୁ ଅଧିକ ରାଜସ୍ବ ପାଉଥିବାବେଳେ ଅର୍ଥ କମ ଦେଉଛନ୍ତି ବୋଲି ସିଧା ସଳଖ ଅଭିଯୋଗ କରିଛି ବିଜେଡି । ଅନ୍ୟ ପଟେ ରେଳ ପ୍ରୋଜେକ୍ଟ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଅନେକ ସମସ୍ୟା ଘେରରେ ପଡି ରହିଛି ବୋଲି ଅଭିଯୋଗ କରିଛି ବିଜେପି । ଏହାସହ ଅତି ଶୀଘ୍ର ଅଟକି ରହିଥିବା ରେଲୱେ ପ୍ରୋଜେକ୍ଟର କାମ ଆରମ୍ଭ କରିବା ଦାବି କରିଛି ବିଜେପି । ଅଧିକ ପଢନ୍ତୁ...

Political fight for rail budget in odisha

author img

By

Published : Feb 11, 2020, 3:02 PM IST

Updated : Feb 11, 2020, 3:13 PM IST

ଭୁବନେଶ୍ବର: ରେଳ ପ୍ରକଳ୍ପକୁ ନେଇ ତେଜୁଛି ଅସନ୍ତୋଷ । ରେଳ ବଜେଟ ଭାଗ ବଣ୍ଟା ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଜାରି ରହିଛି । କେନ୍ଦ୍ର ସରକାର ଓଡିଶାରୁ ରେଲଓ୍ବେରୁ ଅଧିକ ରାଜସ୍ବ ପାଉଥିବାବେଳେ ଅର୍ଥ କମ ଦେଉଛନ୍ତି ବୋଲି ସିଧା ସଳଖ ଅଭିଯୋଗ କରିଛି ବିଜେଡି । ଅନ୍ୟ ପଟେ ରେଳ ପ୍ରୋଜେକ୍ଟ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଅନେକ ସମସ୍ୟା ଘେରରେ ପଡି ରହିଛି ବୋଲି ଅଭିଯୋଗ କରିଛି ବିଜେପି । ଏହାସହ ଅତି ଶୀଘ୍ର ଅଟକି ରହିଥିବା ରେଲୱେ ପ୍ରୋଜେକ୍ଟର କାମ ଆରମ୍ଭ କରିବା ଦାବି କରିଛି ବିଜେପି ।

ରେଳ ବଜେଟକୁ ନେଇ ହୀନ ରାଜନୀତି କରୁଛି ବିଜେପି

ମଙ୍ଗଳବାର ଏକ ପ୍ରେସ ମିଟ୍‌ରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କୁ ରେଳୱେ ବଜେଟ ଓ ରେଲୱେ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ କଡା ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ସତ୍ୟ ଓ ତଥ୍ୟ ଆଧାରରେ ଆଲୋଚନା କରନ୍ତୁ ବୋଲି ସେ ଆହ୍ବାନ କରିଛନ୍ତି । ଏହାସହ ସେ ଓଡିଶାକୁ ରେଳ ବଜେଟରେ କେତେ ଅନୁଦାନ ମିଳିଥିଲା ତାର ଏକ ହିସାବ ଦେଇଛନ୍ତି । 10 ବର୍ଷରେ ୟୁପିଏ ସରକାର ଓଡିଶାକୁ 4232 କୋଟି ଟଙ୍କା ଦେଇଥିଲେ । ଏନ୍ଡ଼ିଏ ସରକାର 29 ହଜାର 112 କୋଟି ଦେଇଛନ୍ତି ବୋଲି ସେ କହିଛନ୍ତି ।

15 ଜୁନ 2019 ମସିହାରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ରାଜ୍ୟ ସରକାରଙ୍କର ସହଯୋଗ ଅଭାବରୁ ରେଳ ପ୍ରକଳ୍ପ ଅଟକିଥିବା ନେଇ ଏକ ପତ୍ର ଲେଖିଥିଲେ । ଏହି ପତ୍ରରେ କେଉଁଠି କାମ ଅଟକି ରହିଛି, ତାହାର ମଧ୍ୟ ଏକ ବିବରଣୀ ଦର୍ଶାଇଥଲେ । ହେଲେ ରାଜ୍ୟ ସରକାର ଦୀର୍ଘ 8 ମାସ ହେଲା ଏହାର କୌଣସି ଜବାବ ନଦେଇ ଚଳିତ ରେଳ ବଜେଟରେ ଓଡିଶାକୁ ଅନୁଦାନ କମ ମିଳିଥିବା କହି ବୁଲୁଛନ୍ତି ।

ଏହାସହ ସେ କହିଛନ୍ତି ଯେ, ଯେତିକି ଟଙ୍କା ଦିଆଯାଉଛି ସେହି ଟଙ୍କାକୁ ଖର୍ଚ୍ଚ କରିପାରୁନାହାଁନ୍ତି ରାଜ୍ୟ ସରକାର। ତେଣୁ ସମସ୍ତ ଟଙ୍କା ଫେରିଯାଉଛି । ଏନେଇ କେନ୍ଦ୍ରମନ୍ତ୍ରୀ ଯେଉଁ ପ୍ରକଳ୍ପର ବିବରଣୀ ଦେଇଥିଲେ ତାହାର ରାଜ୍ୟ ସରକାର ଜବାବ ରଖିବା ଦରକାର । ହୀନ ରାଜନୀତି ରାଜ୍ୟ ସରକାର କରୁଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

blank

Conclusion:
Last Updated : Feb 11, 2020, 3:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.