ETV Bharat / city

BJB କଲେଜ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଉତ୍ତେଜନା, ଲାଠି ଚାର୍ଜ - ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ ଗଣ୍ଡଗୋଳ

ରାଜଧାନୀରେ ଭୋଟ ଗଣତି ପୂର୍ବରୁ ଗଣ୍ଡଗୋଳ । ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଗଣ୍ଡଗୋଳ । ଅଧିକ ପଢନ୍ତୁ

ରାଜଧାନୀରେ ଭୋଟ ଗଣତି ପୂର୍ବରୁ ଗଣ୍ଡଗୋଳ
author img

By

Published : Mar 25, 2022, 8:27 PM IST

Updated : Mar 25, 2022, 11:00 PM IST

ଭୁବନେଶ୍ବର: ରାଜଧାନୀରେ ଭୋଟ ଗଣତି ପୂର୍ବରୁ ଗଣ୍ଡଗୋଳ । ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଗଣ୍ଡଗୋଳ ଓ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି । ବିଜେପି କର୍ପୋରେଟର ପ୍ରାର୍ଥୀ ଓ ସମର୍ଥକଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିବା ସୂଚନା ।

BJB କଲେଜ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଉତ୍ତେଜନା, ଲାଠି ଚାର୍ଜ

ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିବା ସହ ବିକ୍ଷୋଭକାରୀଙ୍କ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି । ତେବେ ଷ୍ଟ୍ରଙ୍ଗରୁମ୍‌ରେ ଜଣେ ଯୁବକ ପଶିଥିବା ନେଇ ବିଜେପିର ଅଭିଯୋଗ କରିଛି । ଗଣତି ପୂର୍ବରୁ ଅନିୟମିତତା ନେଇ ବିଜେପି ଅଭିଯୋଗ କରିଛି । ସୂଚନା ଅନୁଯାୟୀ, ବିଜେବି କଲେଜ ଷ୍ଟ୍ରଙ୍ଗ ରୁମ ବାହାରେ ଲାଗିଥିବା ସିସିଟିଭି ଏଲଇଡି କିଛି ସମୟ ପାଇଁ ବନ୍ଦ ହୋଇଯିବାରୁ ପାଟିତୁଣ୍ଡ ହୋଇଥିଲା ।

ଲାଇନ କଟିଯାଇଥିବାରୁ ଷ୍ଟ୍ରଙ୍ଗ ରୁମ ଭିତରେ କିଛି ସନ୍ଦେହ ଜନକ କାର୍ଯ୍ୟକଳାପ ହେଉଥିବା ନେଇ ଅଭିଯୋଗ ହୋଇଛି । ଷ୍ଟ୍ରଙ୍ଗ ରୁମ ବାହାରେ ଥିବା ଏଜେଣ୍ଟମାନେ ଏନେଇ ସୁରକ୍ଷା କର୍ମୀଙ୍କ ନିକଟରେ ଅଭିଯୋଗ ପରେ ତ୍ରୁଟିକୁ ସଜଡ଼ାଯାଇଛି । ତେବେ ବେଶ କିଛି ସମୟ ପାଟିତୁଣ୍ଡ ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Mar 25, 2022, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.